Advertisment

ବର୍ଷା ଦିନେ ସ୍କିନ୍‌ ଇନ୍‌ଫେକ୍ସନ୍‌ରୁ ପାଆନ୍ତୁ ମୁକ୍ତି , ଆପଣାନ୍ତୁ ଏହି ସବୁ ଟିପ୍ସ

ବର୍ଷା ଦିନେ ସଫା ସୁତରା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌। କାରଣ ଏହି ଋତୁରେ ଅପରିଷ୍କାର ରହିଲେ ଇନ୍‌ଫେକ୍ସନ୍ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ବର୍ଷା ଦିନେ କିପରି ତ୍ୱଚାର ଯତ୍ନ ନେବେ।

author-image
Pallipuspa Samal
Skin Infections On A Rainy Day

Skin Infections On A Rainy Day

ବର୍ଷା ଦିନେ ଅନେକ ଲୋକଙ୍କର ସ୍କିନ୍ ଇନ୍‌ଫେକ୍ସନ୍‌ ହୋଇଥାଏ। ବର୍ଷା ଜଳରେ ବିଭିନ୍ନ ବ୍ୟାକ୍ଟେରିଆ ଏବଂ ଜୀବାଣୁ ଥା’ନ୍ତି। ତେଣୁ ବର୍ଷାରେ ଭିଜିବା ଦ୍ୱାରା ମୁହଁରେ ବ୍ରଣ ହେବା ସହିତ ଦାଗ ପଡ଼ିବା ଓ ଲାଲ୍‌ ହେବା ଭଳି ସମସ୍ୟା ଦେଖାଯାଏ। ତେଣୁ ବର୍ଷା ଦିନେ ତ୍ୱଚାର ବିଶେଷ ଯତ୍ନ ନେବା ଆବଶ୍ୟକ। ତା’ହେଲେ ଆସନ୍ତୁ ଜାଣିବା ବର୍ଷା ଦିନେ କିପରି ତ୍ୱଚାର ଯତ୍ନ ନେବେ।

Advertisment
  • ବର୍ଷା ଦିନେ ସଫା ସୁତରା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌। କାରଣ ଏହି ଋତୁରେ ଅପରିଷ୍କାର ରହିଲେ ଇନ୍‌ଫେକ୍ସନ୍ ହୋଇଥାଏ।
  • ଏହି ଦିନରେ ମୁହଁକୁ ଅତିକମ୍‌ରେ ୨ରୁ ୩ ଥର ଧୁଅନ୍ତୁ। କିନ୍ତୁ ସବୁ ସମୟରେ ଫେସୱାସ୍‌ର ବ୍ୟବହାର କରିବା ଉଚିତ୍‌ ନୁହେଁ।
  • ଆପଣ ହାଲକା ଗରମ ପାଣିରେ ମଧ୍ୟ ମୁହଁ ଧୋଇ ପାରିବେ। ଏହା ଦ୍ୱାରା ମୁହଁର ସମସ୍ତ ମଇଳା ଏବଂ ତେଲିଆ ଅଂଶ ସହଜରେ ବାହାରି ଯାଇଥାଏ।
  • ଫେସୱାସ୍‌ ବ୍ୟତୀତ ଆପଣ କ୍ଲିନ୍‌ଜର୍‌, ବେସନ, ଦହି ଏବଂ କଞ୍ଚା କ୍ଷୀରର ପେଷ୍ଟ୍‌ ପ୍ରସ୍ତୁତ କରି ମୁହଁ ସଫା କରିପାରିବେ।

ଅଧିକ ପାଣି ପିଅନ୍ତୁ

  • ବର୍ଷା ଦିନେ ପାଗ ଥଣ୍ଡା ରହୁଥିବା ହେତୁ ଏତେ ଶୋଷ ଲାଗେ ନାହିଁ। ତେଣୁ ଆମେ ଖୁବ୍‌ କମ୍‌ ପାଣି ପିଇଥାଉ। ଏହା ଦ୍ୱାରା ଶରୀରରେ ଜଳୀୟ ଅଂଶ କମ୍‌ ହୋଇଯାଏ ଏବଂ ତ୍ୱଚାରେ ବ୍ରଣ ଓ କଳା ଦାଗ ଆଦି ଦେଖା ଦେଇଥାଏ।
  • ତେଣୁ ଭଲ ତଥା ସତେଜ ଏବଂ ଚମକଦାର ତ୍ୱଚା ପାଇଁ ଦିନକୁ ଅତି କମରେ ୧୦ରୁ ୧୨ ଗ୍ଲାସ୍‌ ପାଣି ପିଅନ୍ତୁ।
Advertisment

ସଫା ସୁତରା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ

  • ବର୍ଷା ଦିନେ ସଫା ସୁତରା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌।
  • ଏହି ଋତୁରେ ଅପରିଷ୍କାର ରହିଲେ ଇନ୍‌ଫେକ୍ସନ୍ ହୋଇଥାଏ।
  • ଏହି ଦିନରେ ମୁହଁକୁ ଅତିକମ୍‌ରେ ୨ରୁ ୩ ଥର ଧୁଅନ୍ତୁ। କିନ୍ତୁ ସବୁ ସମୟରେ ଫେସୱାସ୍‌ର ବ୍ୟବହାର କରିବା ଉଚିତ୍‌ ନୁହେଁ।
  • ଆପଣ ହାଲକା ଗରମ ପାଣିରେ ମଧ୍ୟ ମୁହଁ ଧୋଇ ପାରିବେ। ଏହା ଦ୍ୱାରା ମୁହଁର ସମସ୍ତ ମଇଳା ଏବଂ ତେଲିଆ ଅଂଶ ସହଜରେ ବାହାରି ଯାଇଥାଏ।
  • ଫେସୱାସ୍‌ ବ୍ୟତୀତ ଆପଣ କ୍ଲିନ୍‌ଜର୍‌, ବେସନ, ଦହି ଏବଂ କଞ୍ଚା କ୍ଷୀରର ପେଷ୍ଟ୍‌ ପ୍ରସ୍ତୁତ କରି ମୁହଁ ସଫା କରିପାରିବେ।

ଟୋନର ବ୍ୟବହାର କରନ୍ତୁ ନାହିଁ:

  • ବର୍ଷା ଦିନେ ବାୟୁରେ ଆର୍ଦ୍ରତା ରହିଥିବାରୁ ମୁହଁରେ ତେଲିଆ ଅଂଶର ପରିମାଣ ବୃଦ୍ଧି ପାଇଥାଏ।
  • ଫଳରେ ତ୍ୱଚାର ପୋର୍‌ ଗୁଡ଼ିକ ବନ୍ଦ ହୋଇ ମୁହଁରେ ବ୍ରଣ, ଦାଗ ଓ ଲାଲ୍‌ ପଡ଼ିଯିବା ଭଳି ସମସ୍ୟା ଉପୁଜେ।
  • ଏହି ସୟରେ ଏକ ଭଲ ଆଣ୍ଟିବ୍ୟାକ୍ଟେରିଆଲ୍‌ ଟୋନର୍ ବ୍ୟବହାର କରନ୍ତୁ।
  • ଟୋନର୍ ବଦଳରେ ଆପଣ ଗୋଲାପ ଜଳ ମଧ୍ୟ ବ୍ୟବହାର କରିପାରିବେ।

ମେକ୍‌ଅପ୍‌ର ବ୍ୟବହାର କମ୍ କରନ୍ତୁ

  • ବର୍ଷା ଦିନେ ମେକ୍‌ଅପ୍‌ର ବ୍ୟବହାର ନିହାତି କମ୍‌ କରନ୍ତୁ।
  • ଏହା ଆପଣଙ୍କ ଚେହେରାକୁ ଅଧିକ କ୍ଷତି ପହଞ୍ଚାଇବ।
  • ଆପଣ ଚାହିଁଲେ ୱାଟରପ୍ରୁଫ ମେକଅପ୍‌ର ବ୍ୟବହାର କରାପାରିବେ।
  • କିନ୍ତୁ ଶୋଇବା ପୂର୍ବରୁ କ୍ଲିନ୍‌ଜର୍‌ କିମ୍ବା ମେକ୍‌ଅପ୍‌ ରିମୁଭର୍‌ ସାହାଯ୍ୟରେ ଭଲ କରି ମେକ୍‌ଅପ୍‌ ସବୁ ଛଡ଼ାଇଦେବା ଉଚିତ୍‌।

ମଶ୍ଚରାଇଜର ବ୍ୟବହାର କରନ୍ତୁ

  • ଅନେକ ଲୋକଙ୍କ ଧାରଣ ଯେ ବର୍ଷାଦିନରେ ମଶ୍ଚରାଇଜର ବ୍ୟବହାର କଲେ ତ୍ୱଚା ଚିପ୍‌ଚିପା ହୋଇଯିବ ବା ତେଲିଆ ହୋଇଯିବ। ହେଲେ ଏହା ଆଦୌ ସତ ନୁହେଁ। ବର୍ଷାଦିନେ ଆମ ତ୍ୱଚାକୁ ପୋଷଣ ଆବଶ୍ୟକ ହୋଇଥାଏ।
  • ବାରମ୍ବାର ବର୍ଷାରେ ଭିଜିବା ଦ୍ୱାରା ଆମ ଶରୀର ଶୁଷ୍କ ହୋଇଯାଏ। ଫଳରେ ତ୍ୱଚା କୁଣ୍ଡେଇ ହେବା ଓ ଲାଲ୍‌ ପଡ଼ିଯିବା ପରି ସମସ୍ୟା ଦେଖାଯାଏ। ତେଣୁ ଏହି ଦିନରେ ଡ୍ରାଏନେସ୍‌ରୁ ବଞ୍ଚିବା ପାଇଁ ମଶ୍ଚରାଇଜର୍‌ ନିଶ୍ଚିତ ଲଗାନ୍ତୁ।
Skin Infections On A Rainy Day
Advertisment
Advertisment