Advertisment

GBS Infection: ଗୁଇଲାନ ବାର ସିଣ୍ଡ୍ରୋମ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର, ଏହି ସବୁ ଖାଦ୍ୟ ଖାଇବାକୁ ମନା କଲେ ଡାକ୍ତର

ମହାରାଷ୍ଟ୍ରରେ ବ୍ୟାପୁଥିବା ନୂତନ ରୋଗ ଗୁଇଲାନ ବାର ସିଣ୍ଡ୍ରୋମ (ଜିବିଏସ)ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର କରିଛି। ସୋଲାପୁରରେ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡିଛି। ଏହି ସଂକ୍ରମଣକୁ ରୋକିବା ପାଇଁ କଣ କଣ ଖାଦ୍ୟରୁ ଦୂରେଇ ରହିବା ଉଚିତ ଏହାର ଏକ ତାଲିକା ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
GBS

GBS

Advertisment

ମହାରାଷ୍ଟ୍ରରେ ବ୍ୟାପୁଥିବା ନୂତନ ରୋଗ ଗୁଇଲାନ ବାର ସିଣ୍ଡ୍ରୋମ (ଜିବିଏସ)ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର କରିଛି। ପୁଣେରେ ଏହି ରୋଗ ବ୍ୟାପିବାରେ ଲାଗିଥିବା ବେଳେ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ସେଞ୍ଚୁରୀ ପାର କରିଛି। ଏପରିକି ସୋଲାପୁରରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡିଛି। ଏହି ସଂକ୍ରମଣକୁ ରୋକିବା ପାଇଁ କଣ କଣ ଖାଦ୍ୟରୁ ଦୂରେଇ ରହିବା ଉଚିତ ଏହାର ଏକ ତାଲିକା ପ୍ରକାଶ ପାଇଛି।

Advertisment

କାମିଲୋବାକ୍ଟର ଜେଜୁନି ନାମକ ଭାଇରସ ଦ୍ବାରା ଏହି ସଂକ୍ରମଣ ଆରମ୍ଭ ହୋଇଥାଏ। ସାଧାରଣତଃ ଏହି ଭାଇରସ ଦ୍ବାରା ପେଟ ଖରାପ ହୋଇଥାଏ। ତେବେ ପ୍ରଥମ ଥର ପାଇଁ ଏହି ଭାଇରସ ସଂକ୍ରମଣରେ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥା ଆମର ସ୍ନାୟବିକ ବ୍ୟବସ୍ଥାକୁ ଆକ୍ରମଣ କରି ଅଚଳ କରିବାକୁ ଚେଷ୍ଟା କରୁଛି।

ମୁଖ୍ୟତଃ ଅଶୋଧିତ ଖାଦ୍ୟ ଓ ଜଳପାନ ଦ୍ବାରା କାମିଲୋବାକ୍ଟର ଜେଜୁନି ଭାଇରସ ଶରୀରକୁ ଆସିଥାଏ। ଭଲରେ ଫୁଟା ଯାଇ ନ ଥିବା କ୍ଷୀର କିମ୍ବା କଞ୍ଚା କ୍ଷୀର ସେବନ କରିବା ଦ୍ବାରା ଏହି ଭାଇରସର ସଂକ୍ରମଣ ଦେଖିବାକୁ ମିଳିଥାଏ। କ୍ରସ କଣ୍ଟାମିନେଶନ ଦ୍ବାରା ମଧ୍ୟ ଏହି ଭାଇରସ ବ୍ୟାପିଥାଏ। ଯେପରିକି ବାସନ ଭଲ ଭାବେ ସଫା ନ କରିବା ଓ ସମାନ କଟିଂ ବୋର୍ଡ ଦୀର୍ଘ ଦିନ ବ୍ୟବହାର କରିବା ଦ୍ବାରା ମଧ୍ୟ ଏହି ଭାଇରସ ବ୍ୟାପିଥାଏ। ଏହି ସଂକ୍ରମଣରେ ସାଧାରଣତଃ ଡାଇରିଆ, ପେଟ ଖରାପ ଓ ଦୁର୍ବଳ ଲାଗିବା ଭଳି ଲକ୍ଷଣ ଦେଖା ଦେଉଥିଲା।

Advertisment

ଅଧିକ ପଢ଼ନ୍ତୁ: ଆପଣ ନିଜ ଶରୀରକୁ ଭଲ ପାଆନ୍ତି କି… ଏହିସବୁ ଖାଦ୍ୟକୁ ମାଇକ୍ରୋୱେଭ୍‌ରେ କରନ୍ତୁନି ରି-ହିଟ୍

ଗୁଇଲେନ୍-ବାର ସିଣ୍ଡ୍ରୋମ୍ ଏକ ବିରଳ ସ୍ନାୟୁଗତ ରୋଗ । ଯାହା ଶରୀରର ସ୍ନାୟୁଗୁଡ଼ିକୁ ଆକ୍ରମଣ କରିଥାଏ । ଫଳରେ ଦୁର୍ବଳ ଅନୁଭବ ହୋଇଥାଏ । ଏଥିରେ ଆକ୍ରାନ୍ତ ହୋଇଥିବା ରୋଗୀ ବେଳେବେଳେ ପକ୍ଷାଘାତ ଭଳି ଭୟଙ୍କର ସମସ୍ୟାର ମଧ୍ୟ ସାମ୍ନା କରିଥାଏ । ଜି.ବି.ଏସ. ଏକ ବିରଳ ରୋଗ ହୋଇଥିବା ବେଳେ ଏହା ବ୍ୟାପିବାର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏହି ରୋଗ ହେବାର ପ୍ରାୟ ୬ ସପ୍ତାହ ପୂର୍ବରୁ ଏହାର ଲକ୍ଷଣ ଦେଖାଯାଇଥାଏ ।

Advertisment

ଏହି ରୋଗହେଲେ ପ୍ରଥମେ ପାଦ ଭିତରେ ଦୁର୍ବଳତା ଅନୁଭବ ହୁଏ । ଏହାପରେ ଶରୀରର ବିଭିନ୍ନ ଅଙ୍ଗକୁ ଏହି ଦୁର୍ବଳତା ବ୍ୟାପିଥାଏ । ଏଥିରେ ପିଡ଼ୀତ ଥିବା ବ୍ୟକ୍ତି ସିଡ଼ି ଚଢ଼ିବା ଏବଂ ଚାଲିବା ସମୟରେ କଷ୍ଟ ଅନୁଭବ କରିଥାଏ । ଏହା ଦ୍ୱାରା ସ୍ନାୟୁ ଦୁର୍ବଳ ହୋଇଯାଇଥାଏ । ଏହା ଦ୍ୱାରା ଦୃଷ୍ଟିଶକ୍ତି କମିଯିବା ସହ ଖାଦ୍ୟ ଖାଇବା ସମୟରେ ସମସ୍ୟା ହୋଇଥାଏ ।

ଏହି ରୋଗ ସଂକ୍ରାମକ ହୋଇ ନ ଥିବାରୁ ଏହା ବ୍ୟାପିବାର ସମ୍ଭାବନା କମ। ଅନ୍ୟ ପକ୍ଷରେ ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦ ଯେପରି କ୍ଷୀର, ପନୀର ଓ ଚିଜ ଖାଇବାରୁ ବିରତ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ସେହିପରି ଅଧିକ ଶ୍ବେତସାର ଯୁକ୍ତ ଖାଦ୍ୟ ଭାତ ଖାଇବା ପାଇଁ ମଧ୍ୟ ବାରଣ କରାଯାଇଛି। ଦିଲ୍ଲୀ ଏମ୍ସରେ କାର୍ଯ୍ୟ କରୁଥିବା ଡ. ପ୍ରିୟଙ୍କା ଶେରାୱତ ଏକ ଭିଡିଓ ମାଧ୍ୟମରେ ଏଭଳି କହିଛନ୍ତି। ସେହିପରି ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଉପରେ ସମସ୍ତେ ଫୋକସ କରିବା ଉଚିତ ବୋଲି ପ୍ରିୟଙ୍କା କହିଛନ୍ତି।

ଅଧିକ ପଢ଼ନ୍ତୁ: ଆପଣଙ୍କ ଛୁଆ ବିସ୍କୁଟ‌ ଖାଉଛି କି...ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ ଏହାର କ’ଣ ପ୍ରଭାବ...

Maharashtra Pune
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ