Advertisment

Fatty Liver: ଆଧୁନିକ ଜୀବନ ଶୈଳୀର ପରିଣାମ ହେଉଛି ଫ୍ୟାଟି-ଲିଭର୍, ଏଥିରୁ କେମିତି ମୁକୁଳିବେ ?

ବର୍ତ୍ତମାନ ପୃଥିବୀରେ ପାଖାପାଖି 25% ଲୋକ ଅଣମଦ୍ୟପାନ ବା ନନ୍-ଆଲକୋହଲିକ୍ ଫ୍ୟାଟି ଲିଭର ଦ୍ବାରା ପୀଡ଼ିତ। ଧିରେଧିରେ ଲୋକଙ୍କ ଭିତରେ ଏହି ରୋଗ ଦେଖାଯିବା ସାଧାରଣ ହେବାରେ ଲାଗିଛି। ଏହି କାରଣରୁ ମେଦବହୁଳତା ମଧ୍ୟ ବୃଦ୍ଧି ପାଉଛି। କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏହାକୁ ନିୟନ୍ତ୍ରଣ ବା ମୂଳ ସୁସ୍ଥ ଅବସ୍ଥାକୁ ମଧ୍ୟ ଫେରାଇ ଅଣାଯାଇ ପାରିବ। ନିଜ ଖାଦ୍ୟ ପାନୀୟ ଓ ଜୀବନଶୈଳୀରେ ଛୋଟଛୋଟ ପରିବର୍ତ୍ତନ ଆମକୁ ଫ୍ୟାଟି ଲିଭରରୁ ସୁରକ୍ଷା ଦେଇ ପାରିବ। (ଏହି ଲେଖାରେ ଫ୍ୟାଟି ଲିଭରର ଅର୍ଥ ନନ୍-ଆଲକୋହଲିକ୍ ଫ୍ୟାଟି ଲିଭର)

author-image
Ipsita Pradhan
ଅଦ୍ୟତନ ହୋଇଛି
ଫ୍ୟାଟି ଲିଭର ଲକ୍ଷଣ

ଫ୍ୟାଟି ଲିଭର ଲକ୍ଷଣ

ଫ୍ୟାଟି-ଲିଭର୍ କ’ଣ: ଲିଭର ବା ବୃକକରେ ଫ୍ୟାଟ୍ ବା ଚର୍ବି ମହଜୁଦ ରହିବା ପ୍ରାକୃତିକ ଓ ସାଧାରଣ ଅଟେ। କିନ୍ତୁ ଯେତେବେଳେ ଏହି ଚର୍ବିର ସ°ଗୃହିତ ମାତ୍ରା ଅଧିକ ହୋଇଯାଏ ଏହାକୁ ଫ୍ୟାଟି ଲିଭର କୁହାଯାଏ। ଏହା ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ଠାରେ ମଧ୍ୟ ଦେଖାଯାଇ ପାରେ। ସାଧାରଣତଃ ମଧୁମେହ ବା ଡାଇବେଟିସ୍ ଏବଂ ମେଦବହୁଳତା ବା ଓବେସିଟି ଏହାର କାରଣ ହୋଇପାରେ। ସାଧାରଣ ଫ୍ୟାଟି ଲିଭର କ୍ଷେତ୍ରରେ ସାଧାରଣତଃ ବୃକକର କୌଣସି ଫୁଲା କିମ୍ବା ବୃକକ କୋଷର କ୍ଷତି ଦେଖା ଯାଉନଥିବା ବେଳେ ନନ୍-ଆଲକୋହଲିକ୍ ଷ୍ଟିଏଟୋହେପାଟାଇଟିସରେ ବୃକକ କୋଷର ଫୁଲା, ଫାଇବ୍ରୋସିସ୍, ସ୍କାରି° ଏମିତିକି ସିରୋସିସ୍ ମଧ୍ୟ ଦେଖାଯାଇ ପାରେ, ଯହା ଅନ୍ୟାନ୍ୟ ଗମ୍ଭୀର ସମସ୍ୟା ସୃଷ୍ଟି କରି ପାରେ।

Advertisment

ଫ୍ୟାଟି-ଲିଭର୍ କେଉଁ ମାନଙ୍କ କ୍ଷେତ୍ରରେ ଦେଖାଯାଏ:

ଟାଇପ୍-ଟୁ ଡାଇବେଟିସ ବା ମଧୁମେହ

ମେଦବହୁଳତା ବା ଓବେସିଟି ବା ଅନିୟନ୍ତ୍ରିତ ଓଜନ ବୃଦ୍ଧି, ପେଟ ଓ ଅଣ୍ଟା ପାଖରୁ ଅଧିକ ମୋଟା ହେବା ବା ସେଣ୍ଟ୍ରାଲ ଓବେସିଟି

ଉଚ୍ଚ ରକ୍ତଚାପ ବା ହାଇପର୍-ଟେନସନ୍

ପଲିସିଷ୍ଟିକ୍ ଓଭାରିଆନ୍ ଡିସିଜ୍ (ପି ସି ଓ ଡି)

ହେପାଟାଇଟିସ -ସି ପରି ସ°କ୍ରମଣ

ରକ୍ତରେ କୋଲେଷ୍ଟେରଲ୍ ଏବଂ ଟ୍ରାଇଗ୍ଲିସେରାଇଡର ମାତ୍ରା ବୃଦ୍ଧି (ଚର୍ବିର ପ୍ରକାର)

ମଧ୍ୟ ବୟସ୍କ ପୁରୁଷ (ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଠାରେ ଅଧିକ ଦେଖାଯାଏ), ଯଦିଓ ଏବେ ଛୋଟ ପିଲାଙ୍କ ଠାରେ ମଧ୍ୟ ଠାବ କରା ଗଲାଣି

Advertisment

ଅସୁସ୍ଥକର ଓ ଅନିୟମିତ ଖାଦ୍ୟ ଅଭ୍ୟାସ (ତେଲ ମସଲା ଯୁକ୍ତ ଖାଦ୍ୟ, ଚର୍ବି ଜାତୀୟ ଖାଦ୍ୟ, ମଟନ୍, ଫାଷ୍ଟ ଫୁଡ୍, ଷ୍ଟ୍ରିଟ୍ ଫୁଡ୍, ଥଣ୍ଡା ମୃଦୁ ପାନୀୟ)

ଅନିୟନ୍ତ୍ରିତ ଶ୍ବେତସାର ଓ ଶର୍କରା ଗ୍ରହଣ

ଶାରୀରିକ ପରିଶ୍ରମ ଓ ବ୍ୟାୟାମର ଅଭାବ

ନିଦ୍ରାରେ ଅନିୟମିତତା

ମାନସିକ ଚାପ ଓ ଦୁଶ୍ଚିନ୍ତା ଭୋଗୁଥିବା ବ୍ୟକ୍ତି

ଫ୍ୟାଟି-ଲିଭରର ସାଧାରଣ ଲକ୍ଷଣ:

ଅନେକ କ୍ଷେତ୍ରରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ, ହଠାତ୍ ବା ଆକସ୍ମିକ ଅନ୍ୟ କୋୖଣସି ରୋଗର ଜାଞ୍ଚ ସମୟରେ ଜଣା ପଡେ କିମ୍ବା ଜଣା ପଡ଼ିଲା ବେଳକୁ ଡେରି ହୋଇ ଯାଇଥାଏ (ତେଣୁ ସାବଧାନତା ହିଁ ଭଲ)

ଉପର ପେଟର ଡାହାଣ ପଟ ଓ ଡାହାଣ ଛାତିର ତଳ ଭାଗରେ ହାଲକା ପିଡା ହେବା

ଖାଦ୍ୟ ଗ୍ରହଣ ପରେ ହାଲିଆ ବା ଥକ୍କା ଲାଗିବା

ହଠାତ୍ ଅନିୟନ୍ତ୍ରିତ ଓଜନ ବୃଦ୍ଧି

ଥକ୍କା ଲାଗିବା, କାମ କରିବା ପାଇଁଁ ସ୍ପୃହା ନରହିବା

ଫ୍ୟାଟି-ଲିଭର୍ ଅନିୟନ୍ତ୍ରିତ ବା ଜଟିଳ ହେଲେ ଭୟଙ୍କର ସମସ୍ୟା ସୃଷ୍ଟି କରିଥାଏ, ଯେମିତିକି: ଲିଭର୍ ଇନ୍-ଫ୍ଲାମେସନ୍ ବା ଫୁଲା, ସିରୋସିସ୍ ବା ବୃକକ୍ କୋଷ ଟାଣ ହୋଇଯିବା ଏସବୁ କ୍ଷେତ୍ରରେ ଜଣ୍ଡିସ୍, ଏସାଇଟିସ୍ (ପେଟରେ ପାଣି ଜମା ହୋଇଯିବା), ଗୋଡହାତ ଫୁଲିବା, ଓଜନ ହ୍ରାସ ଆଦି ଦେଖାଯାଏ। ବେଳେବେଳେ ଏହା ବୃକକ କର୍କଟର ମଧ୍ୟ କାରଣ ହୋଇଥାଏ।

ଫ୍ୟାଟି-ଲିଭରରେ କ’ଣ ଖାଇବେ:

ଘରେ ପ୍ରସ୍ତୁତ ତଟକା ଖାଦ୍ୟ ( ଛଣାଛଣି ଖାଦ୍ୟ ଘରେ ହୋଇଥିଲେ ମଧ୍ୟ ଖାଆନ୍ତୁ ନାହିଁ)

ଶାଗ

ପନିପରିବା, ଫାଇବର୍

ଫଳ

ମାଛ

ବେରୀ ଓ ନଟ୍ସ, ସୂର୍ଯ୍ୟମୁଖୀ ମଞ୍ଜି

ସମ୍ପୂର୍ଣ୍ଣ ଶସ୍ୟ

ପୁଷ୍ଟିସାର ଯୁକ୍ତ ଖାଦ୍ୟ

ଫ୍ୟାଟି-ଲିଭରରେ କ’ଣ ଖାଇବେ ନାହିଁ:

ରେଡ୍ ମିଟ୍ସ (ଏହା ବିଷୟରେ “କାହିଁକି ରେଡ୍-ମିଟ୍ ମନା” ଲେଖାରେ ଆଲୋଚନା କରାଯାଇଥିଲା): ମଟନ୍, ବିଫ୍, ପର୍କ, ଲ୍ୟାମ୍ବ୍ ଆଦି

ଶର୍କରା ବଖ ସୁଗାର

ତେଲ ଛଣା ଖାଦ୍ୟ

ରିଫାଇନ୍ଡ ଶସ୍ୟ

ଧଳା ଭାତ ଓ ଧଳା ବ୍ରେଡ୍

ଥଣ୍ଡା ମୃଦୁ ପାନୀୟ

ବେକରି ପ୍ରଡକ୍ଟ ଏବଂ ପ୍ଯାକେଜ୍ଡ ଫୁଡ୍ (କେକ୍, କୁକିଜ୍, ଚିପ୍ସ)

ମାଦକ ଦ୍ରବ୍ୟ

ଫ୍ୟାଟି-ଲିଭରରେ ଜୀବନଶୈଳୀରେ ପରିବର୍ତ୍ତନ:

ଘରେ ପ୍ରସ୍ତୁତ ତଟକା ଖାଦ୍ୟ ଓ ଅଧିକ ପନିପରିବା, ଶାଗ ଖାଆନ୍ତୁ। ତେଲ ବା ଚର୍ବି ଯୁକ୍ତ ଖାଦ୍ୟ ଓ ମା°ସାହାର କରନ୍ତୁ ନାହିଁ।

ଶର୍କରା ଓ ଶ୍ବେତସାରର ପରିମାଣ ନିୟନ୍ତ୍ରଣ କରନ୍ତୁ।

ମୃଦୁ ପାନୀୟ,ଜଙ୍କ୍ ଓ ଫାଷ୍ଟ ଫୁଡ୍ ଗ୍ହଣ କରନ୍ତୁ ନାହିଁ

ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ୩୦ ମିନିଟ୍ ଲେଖା ଚାଲନ୍ତୁ

ଉଚିତ ପରିମାଣର ପାଣି ପିଅନ୍ତୁ

ରାତିରେ ଶିଘ୍ର ଶୋଇବା ପାଇଁ ଚେଷ୍ଟା କରନ୍ତୁ, ୬-୭ ଘଣ୍ଟାର ସୁଖ ନିଦ୍ରା ଉପକାରୀ।

ମଦ୍ୟପାନ ଓ ଧୂମପାନ କରନ୍ତୁ ନାହିଁ

ଆପଣଙ୍କ ଲିଭର ଆପଣଙ୍କ ଶରୀର ପାଇଁ ଦିନରାତି କାମ କରିଥାଏ, ଅଧିକ ସୁଗାର କିମ୍ବା ଚର୍ବି ଯୁକ୍ତ ଖାଦ୍ୟ ଖାଇ ତା’ ଉପରେ ବୋଝ ଲଦି ଦିଅନ୍ତୁ ନାହିଁ। ଲିଭରକୁ ସୁଗାର, ମାଦକ ଦ୍ରବ୍ୟ, ଦୁଶ୍ଚିନ୍ତାରୁ ନିବୃତ ରଖନ୍ତୁ। ଜୀବନଶୈଳୀରେ ଆପଣଙ୍କ ସାଧାରଣ ପରିବର୍ତ୍ତନ ଫ୍ୟାଟି-ଲିଭର ସମସ୍ୟାକୁ ଦୂର କରି ଆପଣଙ୍କ ଲିଭରକୁ ପୁଣି ସୁସ୍ଥ କରି ପାରିବ, ଏହା ରିଭରସିବଲ୍ ଅଟେ।

Non-alcoholic Fatty Liver Disease Fatty Liver Causes Of Fatty Liver
Advertisment
Advertisment