Advertisment

Health Tips: ସାବଧାନ ! ଚା’ ସହିତ ପକୁଡି ଖାଉଛନ୍ତି କି ? ହୋଇପାରେ ଏମିତି ସମସ୍ୟା...

ଅଧିକାଂଶ ଲୋକ ବର୍ଷାରେ ଚା’ ସହିତ ପକୁଡି ଖାଇବାକୁ ପସନ୍ଦ କରନ୍ତି। ତେଣୁ ବର୍ଷ ଋତୁରେ ପକୁଡିର ଚାହିଦା ବହୁତ ବଢିଯାଏ ଏବଂ ଲୋକମାନେ କେବଳ ଘରେ ନୁହେଁ ବାହାରେ ମଧ୍ୟ ଏହାର ମଜ୍ଜା ଉପଭୋଗ କରନ୍ତି। ଲୋକମାନେ ଭାବନ୍ତି ଯେ ଚା’ ସହିତ ପକୁଡି ଖାଇବା ଏକ ଉତ୍ତମ ଖାଦ୍ୟ ମିଶ୍ରଣ, କିନ୍ତୁ ଏହା ଏକ ଭୁଲ ଧାରଣା।

ଅଦ୍ୟତନ ହୋଇଛି
eating pakoda with tea good or bad for health

eating pakoda with tea good or bad for health

Advertisment

ଅଧିକାଂଶ ଲୋକ ବର୍ଷାରେ ଚା’ ସହିତ ପକୁଡି ଖାଇବାକୁ ପସନ୍ଦ କରନ୍ତି। ତେଣୁ ବର୍ଷ ଋତୁରେ ପକୁଡିର ଚାହିଦା ବହୁତ ବଢିଯାଏ ଏବଂ ଲୋକମାନେ କେବଳ ଘରେ ନୁହେଁ ବାହାରେ ମଧ୍ୟ ଏହାର ମଜ୍ଜା ଉପଭୋଗ କରନ୍ତି। ଲୋକମାନେ ଭାବନ୍ତି ଯେ ଚା’ ସହିତ ପକୁଡି ଖାଇବା ଏକ ଉତ୍ତମ ଖାଦ୍ୟ ମିଶ୍ରଣ, କିନ୍ତୁ ଏହା ଏକ ଭୁଲ ଧାରଣା।

Advertisment

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଚା’ ସହିତ ଫ୍ରାଏଡଜାତୀୟ ଖାଦ୍ୟର ମିଶ୍ରଣ ଠିକ ନୁହେଁ। ଅନେକ ଅନୁସନ୍ଧାନରେ ଏହା ମଧ୍ୟ ଦାବି କରାଯାଇଛି ଯେ ଚା’ ସହିତ ପକୁଡି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ତେଣୁ ଚା’ ସହିତ ଯେଉଁମାନେ ପକୁଡି ଖାଇବାକୁ ପସନ୍ଦ କରନ୍ତି ସେମାନେ ସାବଧାନ ହେବା ଜରୁରୀ।

ଚା’ ସହିତ ପାକୋଡା ଖାଇବା ଅତ୍ୟନ୍ତ ସାଧାରଣ ହୋଥିଲେ ମଧ୍ୟ ଏହି ଖାଦ୍ୟ ମିଶ୍ରଣ ସ୍ୱାସ୍ଥ୍ୟ ପାଇଁ ଭାରି ଖରାପ ହୋଇଥାଏ। ପକୁଡି ଏକ ଛଣାଜାତୀୟ ଖାଦ୍ୟ ଏବଂ ଏଥିରେ ଅଧିକ ପରିମାଣର ତେଲ ରହିଥାଏ। ଚା’ ସହିତ ପକୁଡି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ନଷ୍ଟ ହୋଇପାରେ।

Advertisment

ଅଧିକ ପଢ଼ନ୍ତୁ: Health Tips: ଚା’ ପିଇଲେ ହେଇଯାଉଛି କି ଏସିଡିଟି; ଆପଣଙ୍କ ପାଇଁ କିଛି ଛୋଟ ଟିପ୍ସ

ସାଧାରଣତଃ ବର୍ଷା ଋତୁରେ ମେଟାବୋଲିଜିମ୍ ମଧ୍ୟ ମନ୍ଥର ହୋଇଯାଏ, ଯେଉଁ କାରଣରୁ ଏହି ସମସ୍ୟା ଆହୁରି ବଢିଯାଏ। ବେସନର ପକୁଡି ବଦହଜମୀ ସମସ୍ୟା ସୃଷ୍ଟି କରେ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଚା’ ସହିତ ପକୁଡି ଖାଇବା ଦ୍ୱାରା ଶରୀରରେ ପୋଷକ ଅବଶୋଷଣ କମିଯାଏ। ଏପରି ପରିସ୍ଥିତିରେ, ଏହି ଖାଦ୍ୟ ମିଶ୍ରଣକୁ ଏଡ଼ାଇବା ଉଚିତ।

Advertisment

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଛଣା ଜାତୀୟ ଖାଦ୍ୟର ଅତ୍ୟଧିକ ବ୍ୟବହାର କୌଣସି ବି ଋତୁ ପାଇଁ ଲାଭଦାୟକ ନୁହେଁ। ଅତ୍ୟଧିକ ତେଲିଆ ଏବଂ ଫ୍ରାଏଡ ଫୁଡ୍ ଖାଇବା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। କେବଳ ପକୁଡି ନୁହେଁ ଚା’ ସହିତ ବିସ୍କୁଟ ଏବଂ ଜଙ୍କ୍‌ ଫୁଡ ଖାଇବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ।

ଏହି କାରଣରୁ ଶରୀରରେ କମ୍ ପୋଷକ ତତ୍ତ୍ୱ ମିଳିଥାଏ ଏବଂ ସମସ୍ୟା ହେବାର ଆଶଙ୍କା ବଢିଯାଏ। ଅତ୍ୟଧିକ ଚା’ ଏବଂ ବିସ୍କୁଟ ଖାଇବା ଦ୍ୱାରା ଇନ୍‌ସୁଲିନ୍ ରେଜିଷ୍ଟେନ୍ସ, ବିପି, ପେଟର ଚର୍ବି, ଅମ୍ଳତା ଏବଂ ଅନ୍ୟାନ୍ୟ ହଜମ ସମସ୍ୟା ମଧ୍ୟ ହୋଇପାରେ। ବର୍ଷା ଦିନେ ଖାଇବା ପିଇବା ଉପରେ ଅଧିକ ସଚେତନ ହେବା ଉଚିତ।

ଅଧିକ ପଢ଼ନ୍ତୁ: Health Tips: କ୍ୟାନ୍‌ସର୍‌ ଓ ଆଜ୍‌ମାକୁ ରୋକିବ ସୋରିଷ ଶାଗ; କିପରି ଜାଣନ୍ତୁ…

Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ