Advertisment

Hot Tea Causes Cancer: ଅତ୍ୟଧିକ ଗରମ ଚା' ପିଇଲେ ହୋଇପାରେ କ୍ୟାନସର୍, ରିସର୍ଚ୍ଚରେ ଖୁଲାସା

ଚା' ଓ କଫି ପରି ଗରମ ପାନୀୟକୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଯେଉଁଥିରେ ଅତ୍ୟଧିକ ଗରମ ଚା' ପିଇବା ଦ୍ୱାରା ଏହା ଖାଦ୍ୟନଳୀ ବା ଓସୋଫାଗାଲରେ କର୍କଟ ରୋଗ ସୃଷ୍ଟି କରିପାରେ ବୋଲି ଜଣାପଡିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Tea

Tea

ଅଧିକାଂଶ ଲୋକ ଗରମା ଗରମ ଚା'ରୁ ସେମାନଙ୍କ ଦିନର ଆରମ୍ଭ କରନ୍ତି। ଚା' ବିନା ସବୁ ଅଧୁରା ଲାଗେ । ଦିନରେ ଅଧିକ ଥର ସେମାନେ ଚା' ପିଇବାକୁ ପସନ୍ଦ କରନ୍ତି। ହେଲେ ଅଧିକ ଗରମ ଚା' ପିଇବା ଦ୍ୱାରା ଆମ ଶରୀର ଉପରେ ଏହା କୁପ୍ରଭାବ ପକାଇଥାଏ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଚା' କିମ୍ବା କଫି ପରି ଅତ୍ୟଧିକ ଗରମ ପାନୀୟ କ୍ୟାନସର୍‌ର କାରଣ ହୋଇପାରେ। ଏକ ଅଧ୍ୟୟନରୁ ଏହା ଜଣାପଡିଛି।

Advertisment

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଚା' ଓ କଫି ପରି ଗରମ ପାନୀୟକୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଯେଉଁଥିରେ ଅତ୍ୟଧିକ ଗରମ ଚା' ପିଇବା ଦ୍ୱାରା ଏହା ଖାଦ୍ୟନଳୀ ବା ଓସୋଫାଗାଲରେ କର୍କଟ ରୋଗ ସୃଷ୍ଟି କରିପାରେ ବୋଲି ଜଣାପଡିଛି। ଏହି ମେଟା-ଆନାଲିସିସ୍ ଦର୍ଶାଇଥିଲା ଯେ ଗରମ ଚା' ପିଉଥିବା ବ୍ୟକ୍ତିଙ୍କ କ୍ଷତ୍ରରେ ଓସୋଫାଗାଲ୍ ସ୍କ୍ୱାମସ୍ ସେଲ୍ କାରସିନୋମା (ESCC) ହେବାର ଆଶଙ୍କା ଅଧିକ ଥିଲା, କିନ୍ତୁ ଓସୋଫାଗାଲ୍ ଆଡେନୋକାର୍କିନୋମା (EAC)ନେଇ ସେପରି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଲା ନାହିଁ ।

ଦକ୍ଷିଣ କୋଲକାତାର ଏମ୍ଡି କ୍ଲିନିକ୍ ଆଣ୍ଡ ହେଲଥ କେୟାର ପ୍ରତିଷ୍ଠାତା ତଥା ପରାମର୍ଶଦାତା ଡାକ୍ତର ଆନନ୍ଦମୋ ଦତ୍ତାଙ୍କ ସୂଚନା ଅନୁଯାୟୀ, ଅତ୍ୟଧିକ ଗରମ ପାନୀୟ ପିଇବା ନିଶ୍ଚିତ ଭାବରେ ବିପଦକୁ ନିମନ୍ତ୍ରଣ କରିବା ପରି। ଏହା ବିପଦପୂର୍ଣ୍ଣ। ଏହା ଓସୋଫାଗାଲ୍ କର୍କଟ ସୃଷ୍ଟି କରିପାରେ। ତେବେ ଏନେଇ ଅଧିକ ଗବେଷଣା ଚାଲିଛି। ଯେତେବେଳେ ଆମେ ଅତ୍ୟଧିକ ଗରମ ଖାଦ୍ୟ କିମ୍ୱା ପାନୀୟ ସେବନ କରନ୍ତି ସେତେବେଳେ ଆମ ମୁଖଗହ୍ୱର ଓ ଖାଦ୍ୟନଳୀ ଉତ୍ତାପର ଶିକାର ହୋଇଥାଏ। ବାରମ୍ୱାର ଏହିପରି ଉଚ୍ଚ ତାପମାତ୍ରା ସଂସ୍ପର୍ଶରେ ଆସିଲେ କ୍ରନିକ୍ ସମସ୍ୟା, ସେଲୁଲାର୍ କ୍ଷତି ଓ ଶେଷରେ କର୍କଟ ରୋଗ ହେବାର ସମ୍ଭାବନା ବଢିଯାଇଥାଏ।

Advertisment

ବେଙ୍ଗାଲୁରୁର ଆଷ୍ଟର ସିଏମଆଇ ହସ୍ପିଟାଲ, ଲିଡ କନସଲଟାଣ୍ଟ, ସର୍ଜିକାଲ ଏବଂ ଗାଇନୋଲୋଜିକାଲ ଅଙ୍କୋଲୋଜି ଏବଂ ରୋବୋଟିକ ସର୍ଜନ ଡାକ୍ତର ସୋମାଶେଖର ଏସପିଙ୍କ କହିବା ଅନୁଯାୟୀ, ଗ୍ରାସନଳୀରେ ହୋଇଥିବା ଥର୍ମାଲ ଆଘାତ କାରଣରୁ ଏହି ବିପଦ ସୃଷ୍ଟି ହୁଏ। ଏହା ସମୟକ୍ରମେ ସେଲ୍ୟୁଲାର୍ ପରିବର୍ତ୍ତନ ହୋଇପାରେ। ଏହି ପ୍ରକ୍ରିୟା ଧୀରେ ଧୀରେ ହୋଇଥାଏ। ଗରମ ପାନୀୟ ପିଇବା ଦ୍ୱାରା ସଙ୍ଗେ ସଙ୍ଗେ କର୍କଟ ରୋଗ ହୋଇନପାରେ। ଅଧିକ ଗରମ ପାନୀୟ ଦୀର୍ଘଦିନ ଧରି ପିଇଲେ ଏପରି ଆଶଙ୍କା ବଢିଯାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆନ୍ତର୍ଜାତୀୟ ଏଜେନ୍ସି ଫର ରିସର୍ଚ୍ଚ ଅନ୍ କ୍ୟାନସର (IARC) ୬୫ ° C ରୁ ଅଧିକ ଗରମ ଥିବା ପାନୀୟକୁ “ସମ୍ଭବତଃ ମାନବ ପାଇଁ କ୍ୟାନସର ସୃଷ୍ଟିକାରୀ” ଶ୍ରେଣୀଭୁକ୍ତ କରିଛି । ସି.କେ ବିର୍ଲା ହସ୍ପିଟାଲର ସର୍ଜିକାଲ୍ ଅଙ୍କୋଲୋଜିର ନିର୍ଦ୍ଦେଶକ ଡାକ୍ତର ମଣ୍ଡିପ ସିଂ ମଲହୋତ୍ରାଙ୍କ  ସୂଚନା ଅନୁଯାୟୀ, “ସମୟ ସହିତ ବିପଦ ମଧ୍ୟ ବଢିଯାଏ। ତେଣୁ ଅତ୍ୟଧିକ ଗରମ ଚା' ନପିଇବାକୁ ପରାମର୍ଶ ଦିଆଯାଇଛି।

Cancer
Advertisment
Advertisment