/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658637867.jpg)
Special story
ରାୟଗଡ଼ା କାଶୀପୁରରେ ଥମୁନି ହଇଜା । ଡେଙ୍ଗାଗୁଡ଼ା ଗାଁରେ ଆଉ ଏକ ଜୀବନ ନେଇଛି ହଇଜା । ମୃତକ ହେଲେ ଗାଁର ଅର୍ଜୁନ ମାଝୀ । ସେ ଗତ ୧୮ ତାରିଖରେ ଝାଡ଼ାବାନ୍ତିର ଶିକାର ହେବା ପରେ ନିକଟରେ ଘରକୁ ଫେରିଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ମୋଟ ୨୪୬ ଜଣ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ, ୧୮୧ ଗାଁକୁ ବ୍ୟାପିଛି ।
ଟିକିରି ମେଡିକାଲରେ ୨୧, ଉତ୍କଳ ହସ୍ପିଟାଲରେ ୧୩, ଉଅଲ୍ ଟିକିରିରେ ୧୭ ଓ କାଶୀପୁର ମେଡିକାଲରେ ୪୮ ଜଣ ଓ ଗାଁରେ ୧୩ ଜଣଙ୍କ ଚିକିତ୍ସା ଚାଲିଛି । ସେପଟେ ଝାଡ଼ାବାନ୍ତି ବ୍ୟାପି ଚାଲିଥିବା ବେଳେ ସ୍ୱାସ୍ଥ୍ୟସେବାରେ ସୁଧାର ଆସିନି । କାଶୀପୁର ବ୍ଲକରେ ଥିବା ୭ଟି ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରୁ ୩ ଟିରେ ଡାକ୍ତର ନାହାଁନ୍ତି ।
ସେପଟେ ରାୟଗଡ଼ା କାଶୀପୁରରେ ଝାଡ଼ାବାନ୍ତି ପରେ ଏବେ ଆଖପାଖ ଜିଲ୍ଲାକୁ ବି ବ୍ୟାପିଛି । କୋରାପୁଟ ଦଶମନ୍ତପୁର ଛତାମ୍ବ ଗାଁରେ ଝାଡ଼ାବାନ୍ତିରେ ୧୧ ଜଣ ଆକ୍ରାନ୍ତ ହୋଇଛନ୍ତି । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବା ସହ ମେଡିକାଲ୍ରେ ଚିକିତ୍ସିତଙ୍କ ସ୍ୱାସ୍ଥ୍ୟବସ୍ଥା ପରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେପଟେ ରାୟଗଡ଼ା କାଶୀପୁରର ହଇଜା ବ୍ୟାପିଥିବା ଗାଁରେ ସ୍ଥିତି ପରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)