• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କରୋନାଜନିତ ଔଷଧ ପକାଉଛି ଶରୀର ଉପରେ କୁପ୍ରଭାବ । ବିନା ପରାମର୍ଶରେ ଆଣ୍ଟି ବାୟୋଟିକ୍ ଖାଉଥିଲେ ସାବଧାନ । ଏହାଦ୍ୱାରା ଶରୀରରେ ଥିବା ଉପକାରୀ ବ୍ୟାକ୍ଟେରିଆ ନଷ୍ଟ ହୋଇପାରନ୍ତି । ଫୁସଫୁସ୍ ଜନିତ ସମସ୍ୟା ମଧ୍ୟ ଦେଖାଦେଇପାରେ । RMRC ଭୁବନେଶ୍ୱର ପକ୍ଷରୁ ହୋଇଥିବା ଷ୍ଟଡିରୁ ଏହା ସାମ୍ନାକୁ ଆସିଛି ।

ଦେଶରେ ପ୍ରଥମ କରି RMRC ଭୁବନେଶ୍ୱର ଏପରି ଗବେଷଣା କରିଛି । ଆଉ ଏହି ରିପୋର୍ଟ ପ୍ରସିଦ୍ଧ ସ୍ୱାସ୍ଥ୍ୟ ପତ୍ରିକା ନେଚରରେ ପ୍ରକାଶ ପାଇଛି । କୋଭିଡ୍ ଆକ୍ରାନ୍ତ ହେବା ପରେ ହୋମ୍ ଆଇସୋଲେସନରେ ରହି ଆଣ୍ଟି ବାୟୋଟିକ୍ ମେଡିସିନ୍ ବ୍ୟବହାର କରିଥିବା ବ୍ୟକ୍ତିଙ୍କୁ ନେଇ RMRC ଏହି ଗବେଷଣା କରିଥିଲା । କୋଭିଡ୍ ପାଇଁ ବ୍ୟବହାର ହୋଇଥିବା ଆଣ୍ଟିବାୟୋଟିକ୍ ମେଡିସିନ୍ ଦ୍ୱାରା ଗଳାରେ ଥିବା କିଛି ଉପକାରୀ ବ୍ୟାକ୍ଟେରିଆ ନଷ୍ଟ ହେବା ସହ ଅପକାରୀ ବ୍ୟାକ୍ଟେରିଆଙ୍କ ସଂଖ୍ୟା ବଢ଼ିଛି । ପ୍ରତି ପନ୍ଦର ଦିନରେ ଥରେ ମାସେ ଯାଏ କୋଭିଡ୍ ଚିକିତ୍ସା ଲାଗି ଆଣ୍ଟିବାୟୋଟିକ୍ ବ୍ୟବହାର କରିଥିବା ବ୍ୟକ୍ତିମାନଙ୍କର ସ୍ୱାବ୍ ନମୁନା ପରୀକ୍ଷା କରିଥିଲା ସଂସ୍ଥା ।

ଯେଉଁଥିରେ ଉପକାରୀ ବ୍ୟାକ୍ଟେରିଆ ମାସେ ଯାଏ ଶରୀରରେ ସୃଷ୍ଟି ହୋଇନଥିବା ରିପୋର୍ଟରେ ଉଲ୍ଲେଖ ଅଛି । ସେପଟେ ଅପକାରି ବ୍ୟାକ୍ଟେରିଆ ସଂଖ୍ୟା ମଧ୍ୟ ବଢ଼ିଯାଉଛି । ଏହା ଗଳା ଦେଇ ସିଧା ଫୁସଫୁସକୁ ଚାଲିଯାଉଥିବାରୁ କୋଭିଡ ପରବର୍ତ୍ତୀ ଜଟିଳତା ଦେଖାଯାଉଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ମତ କୋଭିଡ୍ ନୂଆ ଥିବାରୁ ଆଣ୍ଟି ବାୟୋଟିକର ବହୁଳ ବ୍ୟବହାର ହୋଇଛି । ଯେଉଁଥିପାଇଁ ସମସ୍ୟା ଉପୁଜିଲା, କିନ୍ତୁ ଏହି ଜଟିଳତା ଚିର ସ୍ଥାୟୀ ନୁହେଁ ।

ସେପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ହେଲା ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟି ବାୟୋଟିକ୍ ଆଦୌ ଖାଇବା ଉଚିତ୍ ନୁହେଁ । ବିଶେଷ କରି ସାଧାରଣ ଥଣ୍ଡା ଲାଗି ଏହା ବର୍ଜନୀୟ । ଖୋଲା ବଜାରରେ ଆଣ୍ଟି ବାୟୋଟିକ୍ ଗୁଡ଼ିକ ଉପଲବ୍ଧ ହେଉଥିବାରୁ ବିନା ପରାମର୍ଶରେ ଏହାର ବହୁଳ ବ୍ୟବାହାର ହେଉଛି । ଏହା ଉପରେ କଟକଣା ଲାଗି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖିଛନ୍ତି ।

ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ରିପୋର୍ଟ