• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗର୍ଭାଶୟ କର୍କଟ ବା ସର୍ଭିକାଲ କ୍ୟାନସର ପାଇଁ ବାହାରିଲା ଟିକା । ଦେଶର ପ୍ରଥମ Cervical Cancer ଟିକା ପ୍ରସ୍ତୁତ କଲା ସେରମ ଇନଷ୍ଟିଚ୍ୟୁଟ୍‌ । କ୍ୱାଡ୍ରିଭାଲାଣ୍ଟ ହ୍ୟୁମାନ୍ ପାପିଲୋମାଭାଇରସ୍ ଭ୍ୟାକ୍ସିନ୍ ପ୍ରସ୍ତୁତ ନେଇ ସେରମ୍ ସିଇଓ ଅଦର ପୁନାୱାଲାଙ୍କ ସୂଚନା ଦେଇଛନ୍ତି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ବାୟୋଟେକ୍ନୋଲୋଜି ବିଭାଗ ଗର୍ଭାଶୟ କର୍କଟ ବିରୋଧରେ ଭାରତର ପ୍ରଥମ ସ୍ୱଦେଶୀ ବିକଶିତ ଟିକା ଲଂଚ କରିଛନ୍ତି । ସରକାରୀ ସୂତ୍ରରୁ ବି ଏହାକୁ ସ୍ପଷ୍ଟ କରାଯାଇଛି ।

ବହୁ ପ୍ରତୀକ୍ଷିତ ଏହି ଟିକାକୁ ଗୁରୁବାର ଦିନ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ଉଦଘାଟନ କରିଛନ୍ତି । ହେଲେ ଏବେ ସୁଦ୍ଧା ଟିକାର ଦର ସମ୍ପର୍କରେ ଘୋଷଣା କରାଯାଇ ନାହିଁ । ଟିକାର ଦର ଖୁବ୍ ଶୀଘ୍ର ନିର୍ଦ୍ଧାରଣ ହେବ ବୋଲି କହିଲେ ପୁନାୱାଲା । ଟିକା ଦର ପାଖାପାଖି ୨ଶହରୁ ୪ଶହ ଟଙ୍କା ରହିବ ବୋଲି ସେ କହିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଦର ଚୂଡ଼ାନ୍ତ ହେବ ।

ଭାରତ ପାଇଁ ଗର୍ବିର ବିଷୟ

National Immunization Technical Advisory Group କୋଭିଡି ୱର୍କିଂ ଗ୍ରୁପର ଚେୟାରପର୍ସନ ଡଃ ଏନକେ ଅରୋରା କହିଛନ୍ତି, "ମେଡ୍-ଇନ୍-ଇଣ୍ଡିଆ ଟିକା ଆରମ୍ଭ କରିବା ଏକ ରୋମାଞ୍ଚକର ଅନୁଭୂତି । ଏବେ ଆମ ଝିଅ, ନାତି ନାତୁଣୀମାନେ ବହୁ ପ୍ରତୀକ୍ଷିତ ଟିକା ନେବାକୁ ସକ୍ଷମ ହେବେ ଭାବିଲା ବେଳକୁ ବେଶୀ ଖୁସି ଲାଗୁଛି । ଏହା ଆମ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ । ଟିକା ଲଞ୍ଚ ହେବା ସହିତ ବର୍ତ୍ତମାନ ଏହା ଭାରତରେ ସହଜରେ ଉପଲବ୍ଧ ହେବ । ସରକାର ଖୁବ୍ ଶୀଘ୍ର ୯-୧୪ ବର୍ଷ ବୟସର ଝିଅଙ୍କ ପାଇଁ ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ଚଳାଇବେ ବୋଲି ଆଶା କରାଯାଉଛି ।

ଏହି ଟିକା ଗର୍ଭାଶୟ କର୍କଟକୁ ରୋକିବାରେ ସାହାଯ୍ୟ କରିବ । ୮୫ ରୁ ୯୦ ପ୍ରତିଶତ କ୍ଷେତ୍ରରେ ଗର୍ଭାଶୟ କର୍କଟ ଟିକା ଅଭାବରୁ  ବୃଦ୍ଧି ପାଉଥିଲା, ଯାହା ଏବେ ଆଉ ଘଟିବ ନାହିଁ ।

ଅନ୍ୟପକ୍ଷେ, ଜୀବନ ନେଉଛି କୋଲୋରେକ୍ଟାଲ କ୍ୟାନସର ଜାଣନ୍ତୁ, ଏହାର ପ୍ରାଥମିକ ଲକ୍ଷଣ ଓ ଚିକିତ୍ସା ପଦ୍ଧତି...