/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639711944.jpg)
'Wrong' Injection
ବାସୁଦେବପୁର (କିରୀଟି ଦାସ ) : ରୋଗୀଙ୍କୁ ଇଞ୍ଜେକସନ୍ ବଦଳରେ ଡ଼ିଷ୍ଟିଲ ୱାଟର ଦେଇଦେଲେ ନର୍ସ ! ରୋଗୀଙ୍କୁ ଭୁଲ ଇଂଜେକସନ ଦେଇଥିବା ଅଭିଯୋଗରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି । ନର୍ସଙ୍କ ଅବେହେଳା ଯୋଗୁଁ ଯନ୍ତ୍ରଣା ବଢ଼ି ବଢ଼ି ଯାଉଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।
ବାସୁଦେବପୁର ପୌରପାଳିକାର ନ୍ୟୁଇଣ୍ଡିଆ ସାହି ଗ୍ରାମର ୮୪ବର୍ଷୀୟ ନଗେନ୍ଦ୍ର ପ୍ରସାଦ ମହାନ୍ତି ଅଣ୍ଟା ଦରଜ ହେବାରୁ ଗତ ୧୩ତାରିଖ ଦିନ ବାସୁଦେବପୁର ଡାକ୍ତରଖାନାକୁ ଆସିଥିଲେ । ଡାକ୍ତରଖାନା ପରିସରରେ ଡାକ୍ତରଙ୍କ ବାସ ଭବନରେ ଦେଖାଇବା ପରେ ଇଂଜେକସନ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ପ୍ରତିଦିନ ଗୋଟାଏ ଲେଖା ପାଞ୍ଚଦିନ ଏହି ଇଂଜେକସନ ନେବାକୁ ଡାକ୍ତର କହିଥିଲେ । ରୋଗୀଙ୍କୁ ତାଙ୍କ ସମ୍ପର୍କୀୟ ପ୍ରତିଦିନ ଡାକ୍ତରଖାନାକୁ ଆଣି କାର୍ଯ୍ୟରତ ନର୍ସଙ୍କ ଠାରୁ ଏହି ଇଂଜେକସନ ନେଉଥିଲେ । ଚତୁର୍ଥ ଦିନର ଇଂଜେକସନ ନେବାକୁ ନଗେନ୍ଦ୍ର ତାଙ୍କ ପୁଅ ସହ ସନ୍ଧ୍ୟାରେ ଡାକ୍ତରଖାନାକୁ ଆସିଥିଲେ ।
ହେଲେ କାର୍ଯ୍ୟରତ ନର୍ସ ଇଂଜେକସନ ସହ ଡ଼ିଷ୍ଟିଲ ୱାଟର ମିଶାଇ ଦେବା ବଦଳରେ କେବଳ ଡିଷ୍ଟିଲ ୱାଟରକୁ ସିରିଞ୍ଜରେ ପୁରାଇ ରୋଗୀକୁ ଦେଇ ଦେଇଥିବା ଆଭିଯୋଗ କରିଛନ୍ତି ସମ୍ପର୍କୀୟ । ରୋଗୀଙ୍କୁ ଖାଲି ଡ଼ିଷ୍ଟିଲ ଶିରିଞ୍ଜରେ ପୁରେଇ ଦେଇଥିବାକୁ ନେଇ ଡାକ୍ତରଖାନା ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା । ତେବେ ଘଟଣା ସମ୍ପର୍କରେ କାର୍ଯ୍ୟରତ ନର୍ସ ଅସ୍ୱୀକାର କରିଛନ୍ତି । ଅପରପକ୍ଷେ ଡାକ୍ତରଖାନା ଦାୟିତ୍ୱରେ ଥିବା ମେଡିକାଲ ଅଫିସର ଏ ସମ୍ପର୍କରେ କୌଣସି ଅଭିଯୋଗ ପାଇନଥିବା କହିଛନ୍ତି । ଯଦି ଅଭିଯୋଗ ଆସେ ତେବେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)