Advertisment

Health Tips: ଏସି ଲଗାଇ ଶୋଉଛନ୍ତି କି? ମାଡ଼ି ବସିବ ଏହି ସବୁ ରୋଗ

ରାତି ସାରା ଏସି ଲଗାଇ ଶୋଇବା ଯୋଗୁଁ ଶରରୀର ତାପମାତ୍ରା କମ୍‌ ହୋଇଯାଇଥାଏ। ଏହି କାରଣରୁ ହଜମ ପ୍ରକ୍ରିୟା ବି ପ୍ରଭାବିତ ହୋଇଥାଏ। କାରଣ ସବୁବେଳେ ଥଣ୍ଡା ତାପମାତ୍ରାରେ ରହିଲେ ପାଚନ କ୍ରିୟା ବାଧାପ୍ରାପ୍ତ ହୋଇଥାଏ।

ଅଦ୍ୟତନ ହୋଇଛି
AC

AC

Advertisment

ତାତିରୁ ମୁକ୍ତି ପାଇବାକୁ ସମସ୍ତେ ଘରେ ଏସି ଲଗାଇଥାନ୍ତି। ଏସି ରୁମ୍‌ରେ ପଶିଗଲେ ପରମ ତୃପ୍ତି ମିଳିଥାଏ, ଆଉ ବନ୍ଦ କରିବାକୁ କାହାର ହାତ ଯାଇନଥାଏ। ବହୁ ଲୋକ ରାତି ସାରା ଏସି ଲଗାଇ ଶୋଇବାକୁ ପଛାଉ ନାହାନ୍ତି। ଏପରି କରିବା ଦ୍ୱାରା ସଙ୍ଗେସଙ୍ଗେ ଶାନ୍ତି ମିଳୁଥାଇପାରେ, ମାତ୍ର ଏଥିଯୋଗୁ ଆପଣ ବହୁ ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି। ତେଣୁ ଆସନ୍ତୁ ଜାଣିବା ରାତି ସାରା ଏସିରେ ଶୋଇବା ଦ୍ୱାରା ଆପଣ କେଉଁ କେଉଁ  ରୋଗରେ ଆକ୍ରାନ୍ତ ହେବେ। 

Advertisment
  • ଯେଉଁ ଲୋକ ଦିନରେ କାମ ସମୟରେ ଏସିରେ ରହୁଛନ୍ତି ଓ ରାତିରେ ଶୋଇବା ବେଳେ ବି ଏସିକୁ ଚାଲୁ ରଖୁଛନ୍ତି, ସେମାନେ ମୁଖ୍ୟତଃ ମୁଣ୍ଡ ବିନ୍ଧା ରୋଗରେ ପୀଡ଼ିତ ହୋଇଥାନ୍ତି। କାରଣ ରାତି ସାରା ଏସିର ଥଣ୍ଡା ପବନ ଆପଣଙ୍କ ମୁଣ୍ଡରେ ମାଡ଼ ହୋଇଥାଏ। ଫଳରେ ଏପରି ସ୍ଥିତିରେ ମୁଣ୍ଡ ବିନ୍ଧିବା ଓ ମୁଣ୍ଡ ଭାରୀ ଭାରୀ ଲାଗିବା ସାଧାରଣ କଥା।
  • ରାତି ସାରା ଏସି ଲଗାଇ ଶୋଇବା ଯୋଗୁ ଶରରୀର ତାପମାତ୍ରା କମ୍‌ ହୋଇଯାଇଥାଏ। ଏଥିଯୋଗୁ ହଜମ ପ୍ରକ୍ରିୟା ବି ପ୍ରଭାବିତ ହୋଇଥାଏ। କାରଣ ସବୁବେଳେ ଥଣ୍ଡା ତାପମାତ୍ରାରେ ରହିବା ଯୋଗୁ ପାଚନ କ୍ରିୟା ବାଧାପ୍ରାପ୍ତ ହୋଇଥାଏ।
  • ରାତି ସାରା ଏସିରେ ଶୋଇବା ଦ୍ୱାରା ଶରୀରରୁ ଜଳୀୟ ଅଂଶ କମି ଯାଇଥାଏ। ଏପରିକି ଶରୀରରୁ ଖଣିଜ ଲବଣ କମି ଯାଇଥାଏ ଓ ତଣ୍ଟି ଶୁଖି ଯାଇଥାଏ।
  • ସାରା ରାତି ଏସିରେ ଶୋଇବା ଯୋଗୁ ଆମ ଚର୍ମ ଶୁଷ୍କ ହୋଇଯାଇଥାଏ। ଫଳରେ ଚର୍ମରୁ ଚମକ କମି ଯାଇଥାଏ। ଏହା ପୂରା ଡ୍ରାଏ ହୋଇ ଯାଇଥାଏ।
  • ଏସିରେ ରାତି ସାରା ଶୋଇବା କାରଣରୁ ସବୁବେଳେ ଥଣ୍ଡା ଲାଗିରୁହେ। କାରଣ ରାତି ସମୟରେ ଆମ ଶରୀର ନିଷ୍କ୍ରୀୟ ଅବସ୍ଥାରେ ଥାଏ। ଏପରି ସମୟରେ ନନ୍‌ଷ୍ଟପ୍‌ ଥଣ୍ଡା ପବନ ମାଡ଼ ହୋଇ ସହଜରେ ଥଣ୍ଡା ସଂକ୍ରମଣ ମାଡ଼ି ବସିଥାଏ ।
  • ଫ୍ରେଶ ପବନ ସବୁବେଳେ ଲୋକଙ୍କୁ ଏନର୍ଜେଟିକ କରିଥାଏ। ମାତ୍ର ରାତିରେ କବାଟ,ଝରକା ବନ୍ଦ କରି ଏସି ଲଗାଇ ଶୋଇବା ଦ୍ୱାରା ଶରୀରରେ ଫ୍ରେଶ ପବନ ବାଜି ନ ଥାଏ । ଫଳରେ ସକାଳେ ଉଠିବା ପରେ ଥକାପଣ ଅନୁଭବ ହୋଇଥାଏ। 
Sleeping
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ