Advertisment

Heart Attack Symptoms: ହୃଦଘାତର ଆଗୁଆ ସୂଚନା ଦେଇଥାଏ ଏହି ୧୦ ଲକ୍ଷଣ, ଆଜି ହିଁ ହେଇଯାଆନ୍ତୁ ସତର୍କ

ହୃଦଘାତର ଆଗୁଆ ଲକ୍ଷଣଗୁଡ଼ିକୁ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ସମୟମତୋ ଚିକିତ୍ସା ପାଇଁ ସାହାଯ୍ୟ କରିପାରେ। ହୃଦଘାତ ଘଟିବା ପୂର୍ବରୁ ଶରୀର କିଛି ସଙ୍କେତ ଦେଇପାରେ, ଯାହାକୁ "ପ୍ରାରମ୍ଭିକ ଚେତାବନୀ" କୁହାଯାଏ। ଏହି ଲକ୍ଷଣଗୁଡ଼ିକ କିଛି ଘଣ୍ଟା, ଦିନ କିମ୍ବା ସପ୍ତାହ ପୂର୍ବରୁ ଦେଖାଦେଇପାରେ।

heart attack

heart attack

Advertisment

ହୃଦଘାତର ଆଗୁଆ ଲକ୍ଷଣଗୁଡ଼ିକୁ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ସମୟମତୋ ଚିକିତ୍ସା ପାଇଁ ସାହାଯ୍ୟ କରିପାରେ। ହୃଦଘାତ ଘଟିବା ପୂର୍ବରୁ ଶରୀର କିଛି ସଙ୍କେତ ଦେଇପାରେ, ଯାହାକୁ "ପ୍ରାରମ୍ଭିକ ଚେତାବନୀ" କୁହାଯାଏ। ଏହି ଲକ୍ଷଣଗୁଡ଼ିକ କିଛି ଘଣ୍ଟା, ଦିନ କିମ୍ବା ସପ୍ତାହ ପୂର୍ବରୁ ଦେଖାଦେଇପାରେ। କିଭଳି ଏହାକୁ ଜାଣିବେ ଓ ସତର୍କ ରହିବେ ସେ ସମ୍ପର୍କରେ କିଛି ଟିପ୍ସ।

Advertisment

ହୃଦଘାତର ଆଗୁଆ ଲକ୍ଷଣ:

ଅସ୍ୱାଭାବିକ ଥକ୍କାପଣ - ଅତ୍ୟଧିକ ଦୁର୍ବଳତା କିମ୍ବା ଶରୀର ଶକ୍ତିହୀନ ଲାଗିବା ହୃଦଘାତ ପୂର୍ବରୁ ଏକ ସାଧାରଣ ଲକ୍ଷଣ। ସାଧାରଣ କାମ କରିବାରେ ବାଧା ମଧ୍ୟ ସୃଷ୍ଟି ହୋଇଥାଏ।

ଛାତିରେ ଯନ୍ତ୍ରଣା - ଛାତିରେ ଯନ୍ତ୍ରଣା କିମ୍ବା ଶାରୀରିକ ଅସହଜତା ମନେ ହେବା ମଧ୍ୟ ହୃଦଘାତର ଆଉ ଏକ ଲକ୍ଷଣ। ଏପରି ବାରମ୍ବାର ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ।

Advertisment

ନିଶ୍ୱାସ ପ୍ରଶ୍ବାସରେ ଅସୁବିଧା - ନିଶ୍ୱାସ ପ୍ରଶ୍ବାସରେ ନେବାରେ କଷ୍ଟ ଅନୁଭବ କରିବା। ଅଳ୍ପ ପରିଶ୍ରମ କରି ଥକି ପଡିବା ତଥା ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

ପେଟରେ ଯନ୍ତ୍ରଣା- ଅଚାନକ ପେଟ ଯନ୍ତ୍ରଣା ହେବା ସମୟ ସମୟରେ ଏସିଡିଟି ହେବା କିମ୍ବା ବାନ୍ତି ଲାଗିବା ମଧ୍ୟ ହୃଦଘାତ ପୂର୍ବର ଏକ ବଡ ଲକ୍ଷଣ ଅଟେ।

Advertisment

ଅତ୍ୟଧିକ ଝାଳ - ବିଶେଷତଃ ରାତିରେ କିମ୍ବା ଥଣ୍ଡା ପାଗରେ ଅସ୍ୱାଭାବିକ ଝାଳ ବାହାରୁ ଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ।

ମୁଣ୍ଡ ବୁଲାଇବା - ହଠାତ୍ ମୁଣ୍ଡ ବୁଲାଇବା ହୃଦଘାତର ଆଉ ଏକ ଜଣାଶୁଣା ଲକ୍ଷଣ ଅଟେ।

ହାତ ଓ କାନ୍ଧରେ ଯନ୍ତ୍ରଣା – ଶରୀରର ବାମ ପାର୍ଶ୍ବରେ ଯଥା ବାମ ହାତ, କାନ୍ଧ କିମ୍ବା ଗଳାରେ ଅସ୍ୱାଭାବିକ ଯନ୍ତ୍ରଣା ଅନୁଭବ ହେଲେ ଏଥି ପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ।

ଅନିଦ୍ରା – ରାତିରେ ଠିକ ସମୟରେ ନିଦ ନ ହେବା କିମ୍ବା ଅଧାରାତିରେ ବାରମ୍ବାର ନିଦ ଭାଙ୍ଗିବା ମଧ୍ୟ ହୃଦଘାତର କାରଣ ହୋଇପାରେ।

ଅଧିକ ପଢ଼ନ୍ତୁ: ଅମଳ ବେଳେ ଅଭାବୀ ବିକ୍ରି, ଚାଷୀଙ୍କୁ ମିଳୁନି ଅଦାର ଉଚିତ ମୂଲ୍ୟ

ହୃଦସ୍ପନ୍ଦନରେ ଅସମାନତା – ହୃତସ୍ପନ୍ଦନ ଅସ୍ୱାଭାବିକ ଭାବେ ଦ୍ରୁତ ହେବା ଆଉ ଏକ କାରଣ ହୋଇପାରେ।

କେମିତି ଜାଣିବେ ଓ ସତର୍କ ରହିବେ?

ନିୟମିତ ପର୍ଯ୍ୟବେକ୍ଷଣ: ଯଦି ଏହି ଲକ୍ଷଣଗୁଡ଼ିକ ବାରମ୍ବାର ଦେଖାଦିଏ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଜୀବନଶୈଳୀ ପରିବର୍ତ୍ତନ: ଅଧିକ ଚର୍ବି ବା ଲୁଣ ଖାଦ୍ୟ, ଧୂମପାନ, ମଦ୍ୟପାନ ଏବଂ ମାନସିକ ଚାପ ହୃଦଘାତର ଆଶଙ୍କା ବଢ଼ାଇଥାଏ। ଏହାକୁ ନିୟନ୍ତ୍ରଣ କରନ୍ତୁ।

ସ୍ୱାସ୍ଥ୍ୟ ପରୀକ୍ଷା: ନିୟମିତ ଭାବେ ରକ୍ତଚାପ, କୋଲେଷ୍ଟ୍ରଲ ଓ ମଧୁମେହ ଯାଞ୍ଚ କରନ୍ତୁ।

ସଚେତନତା: ଯଦି ପରିବାରରେ ହୃଦରୋଗର ଇତିହାସ ଅଛି, ଅଧିକ ସତର୍କ ରୁହନ୍ତୁ।

ଅଧିକ ପଢ଼ନ୍ତୁ: ଶୁଆକୁ ଫାଶୀ ଦେଇ କରୁଥିଲେ ରିଲ୍ସ , ବାନ୍ଧିନେଲା ପୋଲିସ

Heart Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ