• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯୁବଗୋଷ୍ଠୀଙ୍କ ପାଇଁ କାଳ ସାଜୁଛି ଟେକ୍ନୋଲୋଜି । ଗୋଟିଏ କ୍ଲିକ୍‌ରେ ସବୁ ହାତ ପାଆନ୍ତାରେ ମିଳି ଯାଉଥିବା ବେଳେ ସ୍ୱାସ୍ଥ୍ୟ ପ୍ରତି କେହି ଧ୍ୟାନ ଦେଉନାହାନ୍ତି । ଏପରି ସ୍ଥିତିରେ ବର୍ତ୍ତମାନ ଏକ ଚାଞ୍ଚଲ୍ୟକର ଖୁଲାସା କରାଯାଇଛି । ହେଡଫୋନ୍‌(Headphones), ଇୟରବଡ୍‌, ଇୟରଫୋନ୍‌ ତଥା ଅଧିକ ସାଉଣ୍ଡ୍‌ ଦେଇ ଗୀତ ଶୁଣୁଥିବା ଯୁବଗୋଷ୍ଠୀଙ୍କ ପାଇଁ ଆସିଛି ବଡ଼ ଖବର । ଅଧ୍ୟୟନ ଅନୁସାରେ ୧୦୦ କୋଟି ଯୁବଗୋଷ୍ଠୀ ଏଥିପାଇଁ ଶ୍ରବଣ ଶକ୍ତି ହରାଇ ପାରନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନେତୃତ୍ୱରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ, ଯୁବଗୋଷ୍ଠୀ ଟେକ୍ନୋଲୋଜି ପଛରେ ଏପରି ପାଗଳ ଯେ ନିଜ ଭବିଷ୍ୟତ କଥା ମଧ୍ୟ ଚିନ୍ତା କରୁନାହାନ୍ତି । ହେଡଫୋନ୍ସର ବହୁଳ ବ୍ୟବହାର ତଥା ଜୋରରେ ନାଚଗୀତ ହେଉଥିବା ସ୍ଥାନ ଗୁଡ଼ିକର ପ୍ରଭାବ ଯୁବଗୋଷ୍ଠୀଙ୍କ ଶ୍ରବଣ ଶକ୍ତି ଉପରେ ଗଭୀର ପ୍ରଭାବ ପକାଉଛି । ଇଂରାଜୀ, ସ୍ପାନିଶ, ଫ୍ରେଞ୍ଚ ଓ ରୁଷିଆନ ଭାଷାରେ ପ୍ରକାଶିତ ୩୩ଟି ରିପୋର୍ଟକୁ ବିଶ୍ଲେଷଣ କରି ଏହି ସୂଚନା ଦିଆଯାଇଛି।

ଏହି ଗବେଷଣାରେ ପ୍ରାୟ ୨୦ ହଜାର ଯୁବଗୋଷ୍ଠୀ ସାମିଲ ହୋଇଥିଲେ । ଏଥିପାଇଁ ୧୨ରୁ ୩୪ ବର୍ଷ ବୟସର ପିଲାଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୪ ପ୍ରତିଶତ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ହେଡଫୋନ୍‌ ଦ୍ୱାରା ଶୁଣିବା ଅଭ୍ୟାସ ଜାରି ରଖିଛନ୍ତି। ଏମାନେ ସ୍ମାର୍ଟଫୋନ ସହ ହେଡଫୋନର ବହୁଳ ବ୍ୟବହାର କରୁଛନ୍ତି । ସେହିପରି ୪୮ ପ୍ରତିଶତ କନସର୍ଟ ଓ ନାଇଟ କ୍ଲବକୁ ଯାଇ ଅତ୍ୟଧିକ ଶବ୍ଦ ଦ୍ୱାରା ପ୍ରଭାବିତ ହେଉଛନ୍ତି ।

ଅଧିକ ପଢ଼ନ୍ତୁ: ମାନସିକ ଅଶାନ୍ତିରେ ରହୁଛନ୍ତି କି? କ’ଣ ଏହାର ପରିଣାମ.. ଆସିଲା ନୂଆ ତଥ୍ୟ…

ଉଭୟ ତଥ୍ୟକୁ ମିଶାଇଲେ ସ୍ପଷ୍ଟ ହୋଇଛି ଯେ ୬୭୦,୦୦୦ ସହ ୧.୩୫ ବିଲିୟନ ଯୁବଗୋଷ୍ଠୀ ଏବେ ଶ୍ରବଣ ଶକ୍ତି ହରାଇବାର ବିପଦ ମଧ୍ୟରେ ରହିଛନ୍ତି । ବିଶେଷଜ୍ଞଙ୍କ ଅନୁସାରେ ଦୀର୍ଘ ସମୟ ଧରି ଜୋରରେ ଗୀତ ଶୁଣିବା ଆଦୌ ଠିକ୍‌ ନୁହେଁ । କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ଏପରି ସମସ୍ୟା ଦେଇ ଗତି କରୁଛି । ଯୁବବର୍ଗଙ୍କ ଏପରି ଆଚରଣ ସେମାନଙ୍କ ଶ୍ରବଣ ଶକ୍ତି ଉପରେ ପ୍ରଭାବକ ପକାଉଛି ।

ବର୍ତ୍ତମାନ ବିଶ୍ୱ ଜନସଂଖ୍ୟାର ୫ ପ୍ରତିଶତରୁ ଅଧିକ ଲୋକ ଶ୍ରବଣ ଶକ୍ତି ହରାଇବା ସମସ୍ୟା ଦେଇ ଗତି କରୁଛନ୍ତି । ସଂଖ୍ୟାକୁ ଦୃଷ୍ଟିରେ ରଖିଲେ ୨୦୫୦ ସୁଦ୍ଧା ଏହା ବୃଦ୍ଧି ପାଇ ୭୦୦ ମିଲିୟନରେ ପହଞ୍ଚିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି ।