ମାନସିକ ଅଶାନ୍ତି ଶାରୀରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ, ଯାହା ରକ୍ତଚାପ ଏବଂ ହୃଦସ୍ପନ୍ଦନ ପରିବର୍ତ୍ତନ, ହୃଦ୍ ରୋଗ ସହିତ ହାର୍ଟ ଫେଲ୍ୱର ଭଳି ସମସ୍ୟା ଆଣିଥାଏ। ଏକ ନୂଆ ଅନୁସନ୍ଧାନ ଏମିତି ତଥ୍ୟ ଆଣିଛି।
ଦକ୍ଷିଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ, ମାଲାୟା ବିଶ୍ୱବିଦ୍ୟାଳୟ, କେବାଙ୍ଗସାନ ମାଲେସିଆ ୟୁନିଭର୍ସିଟି ଏବଂ ଟଙ୍କୁ ଅବଦୁଲ ରହମାନର ୟୁନିଭର୍ସିଟିର ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଏକ ନୂଆ ଅଧ୍ୟୟନ କରାଯାଇଛି, ଯେଉଁଥିରେ ୧୨ଟି ଅଧ୍ୟୟନର ସମୀକ୍ଷା କରାଯାଇଛି। ଲୋକଙ୍କ ଚିନ୍ତା, ଉଦାସୀନତା, ବିପଜ୍କନଙ୍କ ବ୍ୟାଧି ଇତ୍ୟାଦି ଉପରେ ନଜର ରଖି କରାଯାଇଥିବା ଅଧ୍ୟୟନରେ ଜଣାଯାଇଛି ଯେ ବୟସ, ମାନସିକ ରୋଗ ଆଦି କ୍ଷେତ୍ରରେ ଅଧିକ ରକ୍ତଚାପର ପରିବର୍ତ୍ତନ ଦେଖାଦେଇଛି।
ଅନୁସନ୍ଧାନକାରୀମାନେ ଏହା ମଧ୍ୟ ଜାଣିବାକୁ ପାଇଥିଲେ ଯେ ଯେଉଁମାନେ ମାନସିକ ରୋଗରେ ପୀଡିତ, ସେମାନଙ୍କ ହୃଦସ୍ପନ୍ଦନ ଆଶା କରାଯାଉଥିବା ବାହ୍ୟ ଚାପ ସହିତ ଖାପ ଖାଉ ନଥିଲା।
Also Read
ଅନୁସନ୍ଧାନକାରୀଙ୍କ ମତରେ ଏକ ସୁସ୍ଥ ସର୍ବଦା ସମାନ ହାରରେ ସ୍ପନ୍ଦନ କରେ ନାହିଁ। ଏହା ପରିବେଶ ଏବଂ ମାନସିକ ଚ୍ୟାଲେଞ୍ଜ୍ ଉପରେ ଆଧାର କରି ଆଡଜଷ୍ଟ ହୁଏ।
ତେବେ ହ୍ରାସ ପାଇଥିବା ହୃଦ୍ସ୍ପନ୍ଦନ ସାଧାରଣତଃ ମାନସିକ ରୋଗରେ ଆକ୍ରାନ୍ତ ଲୋକମାନଙ୍କଠାରେ ଦେଖାଯାଇଥିଲା ଏବଂ ଶରୀରର ଚାପର ପ୍ରତିକ୍ରିୟା ଖରାପ ଥିବାରୁ ଏହା କ୍ରନିକ୍ ଚାପର ନକାରାତ୍ମକ ପ୍ରଭାବକୁ ଖରାପ କରିଥିବାର ସୂଚାଇଥିଲା।
ତେବେ ଦିନ ସମୟରେ ରକ୍ତଚାପର ପରିବର୍ତ୍ତନ ସବୁବେଳେ ସ୍ଥିର ନଥାଏ। ରାତିରେ ସିଷ୍ଟୋଲିକ୍ ଚାପ ପ୍ରାୟ ୧୦ ରୁ ୨୦ ପ୍ରତିଶତ ହ୍ରାସ ପାଏ ବୋଲି ଆଶା କରାଯାଏ। ତଥାପି, ଅନୁସନ୍ଧାନକାରୀମାନେ ଦେଖିଥିଲେ ଯେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଥିବା ଲୋକମାନଙ୍କ କ୍ଷେତ୍ରରେ ଏହା ଦେଖାଯାଇ ନଥିଲା।
ଅଧ୍ୟୟନର ଅନ୍ୟତମ ପ୍ରମୁଖ ଅନୁସନ୍ଧାନକାରୀ ଡକ୍ଟର ରେନି ଲିମ୍ କହିଛନ୍ତି ଯେ, "ଏହି ଅଧ୍ୟୟନରୁ ଜଣାଯାଇଛି ଯେ ମାନସିକ ରୋଗର ଶାରୀରିକ ପ୍ରଭାବ ଉପରେ ଆମକୁ ଅଧିକ ଧ୍ୟାନ ଦେବା ଆବଶ୍ୟକ। ଏହା ଏକ ପ୍ରମୁଖ ବିଶ୍ୱସ୍ତରୀୟ ସମସ୍ୟା, ଯାହା ବିଶ୍ୱର ୧୧-୧୮ ପ୍ରତିଶତଙ୍କ ଉପରେ ପ୍ରଭାବ ପକାଇଥାଏ। ଯେହେତୁ ମାନସିକ ରୋଗ ହୃଦୟ ଏବଂ ରକ୍ତଚାପ ନିୟନ୍ତ୍ରଣର ଅବନତିରେ ସହାୟକ ହୋଇପାରେ, ତେଣୁ ପ୍ରାଥମିକ ଚିକିତ୍ସା ଜରୁରୀ।"