Advertisment

କେବେ ଖାଇଛନ୍ତି ‘ରାବିଡ଼ି ମାଲପୁଆ’, ଆଜି ହିଁ ଘରେ ବନାନ୍ତୁ

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଘରେ ବିଭିନ୍ନ ପର୍ବରେ ମିଠା ଓ ପିଠା ତିଆରି କରାଯାଏ । ପବିତ୍ର ପଣା ସଂକ୍ରାନ୍ତିରେ ଆମେ ବନେଇବା ସୁଆଦିଆ ମିଠା ‘ରାବିଡ଼ି ମାଲପୁଆ’।

author-image
Pallipuspa Samal
ଅଦ୍ୟତନ ହୋଇଛି
Rabdi Malpua

Rabdi Malpua

ପଣା ସଂକ୍ରାନ୍ତିରେ ଆପଣ ଘରେ କିଛି ସ୍ୱତନ୍ତ୍ର ଖାଦ୍ୟ ସାମଗ୍ରୀ ତିଆରି କରିବାର ନିଶ୍ଚୟ ପ୍ଲାନ୍‌ କରିଥିବେ। ତେବେ ଯଦି ଆପଣ କିଛି ସ୍ୱାଦିଷ୍ଟ ମିଠା ତିଆରି କରିବାକୁ ଭାବୁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ‘ରାବିଡ଼ି ମାଲପୁଆ’ର ପ୍ରସ୍ତୁତି ପ୍ରଣାଳୀ ଜଣାଇବୁ। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ

Advertisment

ଆବଶ୍ୟକ ସାମଗ୍ରୀ:

ମଇଦା, ଖୁଆ, କ୍ଷୀର, ଚିନି, କେସର, ଗୁଜୁରାତି ଗୁଣ୍ଡ, କଟା ପେସ୍ତା ବାଦାମ, କଟା ଆଲମଣ୍ଡ, ଚିନି, ପାନମଧୁରୀ

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ରାବିଡ଼ି ତିଆରି କରିବା ପାଇଁ ଏକ ପ୍ୟାନ୍‌ରେ କ୍ଷୀର ଗରମ କରନ୍ତୁ।
  • ଏହାକୁ ହାଲକା ଆଞ୍ଚରେ ଫୁଟାନ୍ତୁ। ଏବେ ଏଥିରେ ଚିନି, କେସର, ଗୁଜୁରାତି ଗୁଣ୍ଡ, କଟା ପେସ୍ତା ଏବଂ କଟା ଆଲମଣ୍ଡ ପକାଇ ଭଲ ଭାବେ ମିଶାଇ ଫୁଟାନ୍ତୁ।
  • କ୍ଷୀର ମରି ରାବିଡ଼ି ବହଳିଆ ହୋଇଆସିଲେ ଏହାକୁ ଏକ ପାତ୍ରରେ ବାହାର କରି ଫ୍ରିଜ୍‌ରେ ଥଣ୍ଡା ହେବା ପାଇଁ ଘଣ୍ଟାଏ ଛାଡ଼ି ଦିଅନ୍ତୁ।
  • ଏବେ ପ୍ତସ୍ତୁତ କରିବା ମାଲପୁଆ। ଏଥିପାଇଁ ପ୍ରଥମେ ଏକ ପାତ୍ରରେ ମଇଦା, ଖୁଆ, ଚିନି ଓ ପାନମଧୁରୀକୁ ମିଶାନ୍ତୁ।
  • ଏଥିରେ ପାଣି ଗୋଳାଇ ଭଲ ଭାବେ ନରମ କରି ଚକଟି ଦିଅନ୍ତୁ।
  • ଏହି ମିଶ୍ରଣରୁ ଛୋଟ ଛୋଟ ଗୋଳା ପ୍ରସ୍ତୁତ କରି ରୁଟି ବେଲିଲା ପରି ବେଲି ଦିଅନ୍ତୁ।
  • ଏହାପରେ ଏକ କଡ଼େଇରେ ଘିଅ କିମ୍ବା ତେଲ ଗରମ କରି ସେଥିରେ ମାଲପୁଆଗୁଡ଼ିକୁ ପକାଇ ଛାଣନ୍ତୁ।
  • ମାଲପୁଆର ରଙ୍ଗ ଗୋଲଡେନ୍‌ ରେଡ୍ ହେବା ଯାଏ କମ୍‌ ଆଞ୍ଚରେ ଛାଣନ୍ତୁ।
  • ଛାଣିବା ପରେ ଏହାକୁ ଏକ ପ୍ଲେଟ୍‌କୁ ବାହାର କରି ରଖନ୍ତୁ।
  • ଶିରା ପ୍ରସ୍ତୁତ କରିବା ପାଇଁ ଚିନିରେ ଅଳ୍ପ ପାଣି ମିଶାନ୍ତୁ।
  • ଏବେ ଏଥିରେ ଅଳ୍ପ କେସର ଏବଂ ଗୁଜୁରାତି ଗୁଣ୍ଡ ପକାଇ ମିଶାନ୍ତୁ।
  • ଏହାକୁ ଭଲଭାବେ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା ଶିରା।
  • ଏହାପରେ ଏହି ଶିରାରେ ମାଲପୁଆ ଗୁଡ଼ିକୁ ପକାନ୍ତୁ। ମାଲପୁଆ ନରମ ହୋଇଗଲେ ଏକ ପ୍ଲେଟକୁ କାଢ଼ି ଆଣନ୍ତୁ।
  • ଏବେ ଏହା ଉପରେ ରାବିଡ଼ି ଢାଳନ୍ତୁ। କଟା ଆଲମଣ୍ଡ୍‌ ଏବଂ କଟା ପେସ୍ତାରେ ଏହାକୁ ସଜାନ୍ତୁ
Advertisment

ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କ 'ରାବିଡ଼ି ମାଲପୁଆ'। ଏବେ ଏହି ସୁଆଦିଆ ମିଠାକୁ ଅତିଥିମାନଙ୍କୁ ପରଷନ୍ତୁ।

Odia Food And Recipes
Advertisment
Advertisment