Advertisment

ଅକ୍ଷୟ ତୃତୀୟାରେ ଘରେ ବନାନ୍ତୁ ‘ଗୋଲାପଜାମୁନ୍’

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଘରେ ବିଭିନ୍ନ ପର୍ବରେ ମିଠା ଓ ପିଠା ତିଆରି କରାଯାଏ । ପବିତ୍ର ଅକ୍ଷୟ ତୃତୀୟା ପାଇଁ ଆମେ ବନେଇବା ସୁଆଦିଆ ମିଠା ‘ଗୋଲାପଜାମୁନ୍’।

ଅଦ୍ୟତନ ହୋଇଛି
gulab jamun Recipe In odia

gulabjamun

Advertisment

ଓଡ଼ିଆ ଜାତି ସହ ମିଠା ପରମ୍ପରା ମିଶି କରି ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ରସଗୋଲା ଭୋଗ ହୁଏ। ମିଠା ପ୍ରସ୍ତୁତି ଓଡ଼ିଆ ଜାତିର ଏକ ବଡ଼ ଖାଦ୍ୟ ପରମ୍ପରା। ମିଠା ଭିତରେ ରସଗୋଲା ତ ସବୁଠୁ ଲୋକପ୍ରିୟ। ତା ପରେ ବୋଧେ ଦ୍ବିତୀୟ ଲୋକପ୍ରିୟ ମିଠା ହେଲା ଗୋଲାପଜାମୁନ। ଅକ୍ଷୟ ତୃତୀୟା ପାଇଁ ଘରେ ବନାନ୍ତୁ ସୁଆଦିଆ ଗୋଲାପଜାମୁନ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ

Advertisment

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଗୋଲାପଜାମୁନ ପାଉଡର ଆଣନ୍ତୁ। ସେଥିରେ କିଛି କଞ୍ଚା କ୍ଷୀର ପକାଇ ଗୋଳାନ୍ତୁ।
  • ସେଥିରେ ଅଳ୍ପ ଗୁଆଘିଅ ବି ପକାନ୍ତୁ। ପରେ ସେଥିରେ ଗୁଜରାତି ଗୁଣ୍ଡ ପକାନ୍ତୁ।
  • ଏହାପରେ ତା ସହ ସ୍ୱାଦ ଅନୁଯାୟୀ ଅଳ୍ପ ଲୁଣ ପକାନ୍ତୁ। ପରେ ତାକୁ ଭଲ ଭାବରେ ଗୋଳେଇ ଦିଅନ୍ତୁ ଓସେଥିରେ ଖାଇବା ସୋଢ଼ା ପକାନ୍ତୁ।
  • ଏହାପରେ ତାକୁ ଭଲ ଭାବରେ ଚକଟି ଦିଅନ୍ତୁ ଓ ଆଣ ଟିକିଏ ପାଗ ହୋଇ କାଠୁଆ ହୋଇ ଆସିଲେ ସେଥିରେ ଗୋଲ ଗୋଲ ଗୁଳା ତିଆରି କରନ୍ତୁ, ଯେମିତି ଅଟା ଚକଟିଲା ପରେ ରୁଟି ତିଆରି ପାଇଁ ଗୁଳା କରନ୍ତି। 
  • ଏବେ କଡ଼େଇରେ ରିଫାଇନ୍ ତେଲ ଗରମ କରନ୍ତୁ। ସେଥିରେ ଗୁଳାକୁ ଛାଣନ୍ତୁ।

ଅଧିକ ପଢ଼ନ୍ତୁ: ପର୍ବପର୍ବାଣୀରେ ଘରେ ବନାନ୍ତୁ 'ଆମ୍ବ ଖିରି

  • ଗୋଳା ଛାଣିଲା ବେଳେ, ଅଳ୍ପ ନିଆଁରେ ହିଁ ଏହାକୁ ଛାଣନ୍ତୁ। ନ ହେଲେ ତାହା ପୋଡ଼ି ଯାଇ କଳା ଦେଖାଯାଇ ପାରେ ।
  • ଏହା ଲାଲ୍ ହେବା ପରେ ତାକୁ ପ୍ଲେଟ୍‌କୁ କାଢ଼ି ଆଣନ୍ତୁ।
  • ଏହାପରେ ଶିରା ପ୍ରସ୍ତୁତ କରିବାକୁ ବ୍ୟବସ୍ଥା କରନ୍ତୁ। ଏକ କଡ଼େଇରେ ପାଣି ଗରମ କରି ସେଥିରେ ଚିନି ପକାନ୍ତୁ।
  • କିଛି ସମୟ ତାକୁ ଗୋଳେଇ ଗୋଳେଇ ଶିରା ପ୍ରସ୍ତୁତ କରନ୍ତୁ। ଶିରା ପ୍ରସ୍ତୁତ ହେଲା ପରେ ସେଥିରେ ଗୁଜରାତି ଗୁଣ୍ଡ ପକାନ୍ତୁ।
  • ଶିରା ଯେପରି ଟିକେ ବହଳିଆ ହେବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ପରେ ଶିରା ଥଣ୍ଡା ହେଲା ପରେ ସେଥିରେ ଛଣା ଯାଇଥିବା ଗୋଲାପଜାମୁନ ପକାନ୍ତୁ।
  • କିଛି ସମୟ ପର୍ଯ୍ୟନ୍ତ ଏହାକୁ ଶିରାରେ ବୁଡ଼ି ରହିବାକୁ ଦିଅନ୍ତୁ। ତା’ପରେ ତାକୁ ପ୍ଲେଟ୍‌କୁ କାଢ଼ି ଆଣି ଥଣ୍ଡା କରି ଦିଅନ୍ତୁ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ଗୋଲାପଜାମୁନ । ଏହି ରେସିପିକୁ ଘରେ ବନେଇ ପୂଜା ପର୍ବପର୍ବାଣିରେ ଠାକୁରଙ୍କୁ ଭୋଗ ଲଗେଇ ପାରିବେ ।

Sweet Recpies Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ