Advertisment

ସଂଧ୍ୟା ଜଳଖିଆରେ ବନାନ୍ତୁ ସୁଆଦିଆ ‘ପଣସ କଟ୍‌ଲେଟ୍’

ଆପଣ ସଂଧ୍ୟା ଜଳଖିଆ ପାଇଁ କ’ଣ ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ ଅଛନ୍ତି କି ? ତା’ହେଲେ ଆଜି ହିଁ ଘରେ ବନାନ୍ତୁ ଚଟପଟା ‘ପଣସ କଟ୍‌ଲେଟ୍’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।

ଅଦ୍ୟତନ ହୋଇଛି
Jackfruit Cutlet Recipe

jackfruit cutlet

Advertisment

ସଂଧ୍ୟା ଟିଫିନ୍ ପାଇଁ ଗରମାଗରମ ଜଳଖିଆ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସୁଆଦିଆ ଚଟପଟା ଜଳଖିଆ ରେସିପି । ଏହି ରେସିପିର ନାଁ ହେଉଛି ‘ପଣସ କଟ୍‌ଲେଟ୍’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

ଆବଶ୍ୟକ ସାମଗ୍ରୀ;

ପଣସ କଠା, ପିଆଜ, ଟମାଟୋ, ବେସନ, ଲେମ୍ବୁ ରସ, ଧଣିଆ ଗୁଣ୍ଡ, ଅଦା-ରସୁଣ ବଟା, ଗୋଟା ଜିରା, କଞ୍ଚା ଲଙ୍କା, ଜିରା ଗୁଣ୍ଡ, ଗରମ ମସଲା, ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ପଣସ କଠାକୁ ସିଝାଇ ଚକଟି ଦିଅନ୍ତୁ।
  • ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରନ୍ତୁ ତେଲ ଗରମ ହେଲେ ସେଥିରେ ଜିରା ଓ କଞ୍ଚା ଲଙ୍କା ପକାନ୍ତୁ।
  • ଏହାପରେ ଏଥିରେ ପିଆଜ ପକାଇ ହାଲକା ଲାଲ୍‌ ହେବା ଯାଏଁ ଭାଜନ୍ତୁ। ଏହାପରେ ଏଥିରେ ଟମାଟୋ ଓ ଲୁଣ ପକାଇ ଭାଜନ୍ତୁ।
  • ଟମାଟୋ ଗୁଡ଼ିକ ନରମ ହୋଇଗଲେ ସେଥିରେ ଅଦା-ରସୁଣ ବଟା ପକାନ୍ତୁ।
Advertisment

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ଚଟ୍‌ପଟା ‘ସୋୟା ମଞ୍ଚୁରିଆନ’

  • ବର୍ତ୍ତମାନ ଏଥିରେ ଶୁଖିଲା ମସଲାଗୁଡ଼ିକୁ ପକାଇ ଦିଅନ୍ତୁ। ମସଲା କଷି ହୋଇଗଲେ ଏଥିରେ ବେସନ ମିଶାଇ କମ୍‌ ଆଞ୍ଚରେ ୧୦ ମିନିଟ୍‌ ଯାଏଁ ଭାଜନ୍ତୁ।
  • ତା’ପରେ ଏଥିରେ ଚକଟା ହୋଇଥିବା ପଣସ କଠା ଓ ଲେମ୍ବୁ ରସ ମିଶାଇ ଦିଅନ୍ତୁ।
  • ଏହାକୁ ଭଲଭାବେ ଗୋଳାଇ ଚୁଲିକୁ ବନ୍ଦ କରିଦିଅନ୍ତୁ।
  • ଥଣ୍ଡା ହୋଇଗଲେ ଏହି ମିଶ୍ରଣକୁ ହାତରେ ଆଉ ଥରେ ଭଲ ଭାବେ ମିଶାଇ ଛୋଟ ଛୋଟ ଗୁଳା କରି ରଖନ୍ତୁ।
  • ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରି ଏହି ଗୁଳାଗୁଡ଼ିକୁ ଛାଣି ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର 'ପଣସ କଟଲେଟ୍’ । ଏହାକୁ ସସ୍ କିମ୍ବା ଚଟଣୀ ସହ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Advertisment
Odia Food Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ