Advertisment

ଦେଶୀ ଷ୍ଟାଇଲ୍‌ରେ ବନାନ୍ତୁ ‘ଚିକେନ୍ ପତ୍ର ପୋଡ଼ା’

ହୋଟେଲ୍‌ରେ ହେଉ ଅବା ଘରେ ଆପଣ ଚିକେନର ବିଭିନ୍ନ ରେସିପି ଖାଇଥିବେ । ତେବେ କେବେ ଆପଣ ଘରେ ଚିକେନର ଏହି ରେସିପି ଖାଇଛନ୍ତି କି ? ଏହି ରେସିପିର ନାଁ ହେଉଛି ‘ଚିକେନ୍ ପତ୍ର ପୋଡ଼ା’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ଆସନ୍ତୁ ବନେଇବା ଚିକେନ୍ ପତ୍ର ପୋଡ଼ା’ ।

ଅଦ୍ୟତନ ହୋଇଛି
Chicken Patra Poda Recipe

chiken patrapoda

Advertisment

ଚିକେନ୍‌ର ସବୁ ଆଇଟମ୍ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ। ଚିକେନ୍ କରି, ଚିଲି ଚିକେନ୍, ଚିକେନ୍‌ ଦୋପିଆଜି ଓ ଚିକେନ୍ ବିରିୟାନି ଆଦି ଆପଣମାନେ ପ୍ରାୟ ଖାଉଥିବେ। ତେବେ କେବେ ଚିକେନ୍‌କୁ ପତ୍ରରେ ପୋଡ଼ି ଖାଆନ୍ତୁ। ଏହାକୁ ତିଆରି କରିବାକୁ ବିଶେଷ କିଛି କଷ୍ଟ କରିବାକୁ ପଡ଼ିବ ନାହିଁ। କେବଳ ଏଥିପାଇଁ ଘରେ ଗୋଟେ ଉଠା ଚୁଲି ରହିଥିବା ଆବଶ୍ୟକ।

Advertisment

‘ଚିକେନ୍ ପତ୍ର ପୋଡ଼ା’ ପାଇଁ ଆବଶ୍ୟକ ସାମଗ୍ରୀ:

କୁକୁଡା ମାଂସ, ସୋରିଷ ତେଲ, ଲଙ୍କା ପାଉଡର, ଜିରା ପାଉଡର, ଧନିଆ ପାଉଡର, ପିଆଜ,ରସୁଣ, ଅଦା ପେଷ୍ଟ, ଗରମ ମସଲା, ଚିକେନ୍‌ ପାଉଡର, ଲୁଣ ,ହଳଦୀ, କଦଳୀ ପତ୍ର, ଚାଇନିଜ୍‌ ସଲ୍ଟ, ଧନିଆ ପତ୍ର, କଞ୍ଚା ଲଙ୍କା, କଞ୍ଚା ପିଆଜ

ଅଧିକ ପଢ଼ନ୍ତୁ: ଦେଶୀ ଷ୍ଟାଇଲରେ ବନାନ୍ତୁ ‘ପଣସ କଠା ଓ ଚିଙ୍ଗୁଡ଼ି’ ତରକାରୀ

ପ୍ରସ୍ତୁତି ପ୍ରଣାଳୀ:

  • ଆବଶ୍ୟକ ଅନୁଯାୟୀ ବଜାରରୁ କୁକୁଡ଼ା ମାଂସ କିଣି ଆଣନ୍ତୁ। ତାକୁ ଭଲ ଭାବରେ ଧୋଇ ଦିଅନ୍ତୁ। ତାକୁ ଏକ ପ୍ଲେଟରେ ରଖନ୍ତୁ।
  • ଏହାପରେ ସେଥିରେ ଲୁଣ, ହଳଦୀ ଓ ସୋରିଷ ତେଲ ଦେଇ ଗୋଳାନ୍ତୁ।
  • ପରେ ସେଥିରେ ପିଆଜ, ଅଦା ଓ ରସୁଣ ପେଷ୍ଟ ପକାନ୍ତୁ।
  • ତା’ ପରେ ଲଙ୍କା ଗୁଣ୍ଡ, ଜିରା ଓ ଧନିଆ ପାଉଡର ପକାଇ ଗୋଳାନ୍ତୁ।
  • ସେଥିରେ କିଛି ଚାଇନିଜ୍‌ ସଲ୍ଟ ପକାନ୍ତୁ। ତା’ପରେ ଚିକେନ୍ ପାଉଡର ଓ ଗରମ ମସଲା ପକାଇ ଗୋଳାନ୍ତୁ।
  • ପରେ ମସଲା ଗୋଳାଯାଇଥିବା ଚିକେନ୍‌କୁ କିଛି ସମୟ ରଖନ୍ତୁ।
  • ଦୁଇଟି ବଡ଼ ଖଣ୍ଡ କଦଳୀ ପତ୍ର ଆଣନ୍ତୁ। ପତ୍ରକୁ ଭଲ ଭାବରେ ପାଣିରେ ଧୋଇ ଦିଅନ୍ତୁ।
  • ଗୋଟିଏ କଦଳୀ ପତ୍ରରେ ସୋରିଷ ତେଲକୁ ଚାରି ଆଡେ ମାରି ଦିଅନ୍ତୁ।
  • ସେଥିରେ ମସଲା ଗୋଳା ଚିକେନ୍‌କୁ ରଖନ୍ତୁ। ତାକୁ ଭଲ ଭାବରେ ଗୁଡ଼ାନ୍ତୁ। ଏକ ସୁତଲିରେ ତାକୁ ବାନ୍ଧନ୍ତୁ। ଅନ୍ୟ ଖଣ୍ଡେ କଦଳୀ ପତ୍ରରେ ଆଉଥରେ ତାକୁ ଗୁଡ଼ାନ୍ତୁ।
  • ଦୁଇ ଖଣ୍ଡ କଦଳୀରେ ଚିକେନ୍‌ ଗୁଡ଼ାଇ ଦେଲେ ତାହା ଶୀଘ୍ର ପୋଡ଼ିବ ନାହିଁ।
  • ଏହାପରେ ତାକୁ ନେଇ ଅଳ୍ପ ନିଆଁ ଥିବା ଆଞ୍ଚରେ ପୋଡ଼ନ୍ତୁ। କିଛି ସମୟ ଗୋଟିଏ ପଟ ନିଆଁରେ ବସିବା ପରେ ତାକୁ ଓଲଟାଇ ଦିଅନ୍ତୁ।
  • କିଛି ସମୟ ଏହାକୁ ଆଞ୍ଚରେ ରଖନ୍ତୁ। ଏହା ପ୍ରସ୍ତୁତ ହୋଇଯିବା ପରେ ତାକୁ ବାହାରକୁ କାଢ଼ି ଆଣନ୍ତୁ। ଥଣ୍ଡା ହେଲା ପରେ ପ୍ଲେଟରେ କାଢ଼ନ୍ତୁ। 
Advertisment

ଏବେ ପ୍ରସ୍ତୁତ ହୋଇଗଲା 'ଚିକେନ ପତ୍ର ପୋଡ଼ା' । ଏହି ରେସିପିକୁ ପ୍ଲେଟ୍‌ରେ କଞ୍ଚା ଲଙ୍କା, ଧନିଆ ପତ୍ର ଓ ପିଆଜ ଦେଇ ସଜାଇ ଗରମ ଗରମ ଖାଆନ୍ତୁ । 

Odia Food Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ