Advertisment

Ghanta Tarakari : ସହଜରେ ବନାନ୍ତୁ ଦୁତୀଆ ଘାଣ୍ଟ ତରକାରୀ, ଘର ଲୋକ କହିବେ ....

ଘାଣ୍ଟ ତରକାରୀ ଖାଇବାକୁ ଯେମିତି ଟେଷ୍ଟି ବନାଇବା ବି ଖୁବ ସହଜ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହାର ପ୍ରସ୍ତୁତି ପ୍ରଣାଳୀ ବି ଭିନ୍ନ ଭିନ୍ନ ।

author-image
Manasranjan Mohanty
Ghanta

Ghanta

ଓଡ଼ିଶାରେ ବାରମାସରେ ତେର ପର୍ବ ପାଳନ କରାଯାଏ । ପର୍ବକୁ ଛାଡ଼ିଦେଲେ ଅନେକ ଓଷା ମଧ୍ୟ ପାଳନ କରାଯାଏ । ସେଥିରୁ ଦୂତୀ ବାହନ ଓଷା ଅନ୍ୟତମ । ଏହା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ । ଦୂତୀଆ ଓଷା ପାଳନ କରାଯିବାର ପରଦିନ ପ୍ରସ୍ତୁତ କରାଯାଏ ଘାଣ୍ଟ ତରକାରୀ । ଲୋକମାନେ ଅନେକ ପ୍ରକାରରେ ଘାଣ୍ଟ ତରକାରୀ କରନ୍ତି । ଚାଲନ୍ତୁ ଜାଣିବା ଘାଣ୍ଟ ତରକାରୀର ଏକ ସହଜ ରେସିପି…

Advertisment

ଆବଶ୍ୟକ ସାମଗ୍ରୀ

-ଜହ୍ନି , ମୂଳା, ବାଇଗଣ, କଞ୍ଚା କଦଳୀ, କଖାରୁ , ଓଲୁଅ , କନ୍ଦମୂଳ , ଆଳୁ , ଖମ୍ବ ଆଳୁ , ସାରୁ , ଓଉ , ବୁଢ଼ା କାକୁଡ଼ି , ପାଣି କଖାରୁ ଭଳି ପରିବା

-ଗଜାମୁଗ , ଗଜା ବୁଟ

- ମଟର ,ଚଣା ପୂର୍ବ ରାତିରୁ ଭିଜେଇ ଦିଅନ୍ତୁ

-ପିଆଜ, ଅଦା, ରସୁଣ

-ଗରମ ମସଲା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ତେଲ

କିଭଳି ପ୍ରସ୍ତୁତ କରିବେ

-ସବୁ ପରିବାକୁ ଖଣ୍ଡ ଖଣ୍ଡ କରି କାଟି ଭଲଭାବେ ଧୋଇ ଦିଅନ୍ତୁ । ପୂର୍ବଦିନରୁ ଭିଜେଇଥିବା ମଟର ଓ ଚଣାକୁ ସିଝାଇ ଦିଅନ୍ତୁ।

Advertisment

-ପିଆଜକୁ ସରୁ ସରୁ କରି କାଟି ଦିଅନ୍ତୁ ଏବଂ ଅଦା ରସୁଣ ପେଷ୍ଟ ପ୍ରସ୍ତୁତ କରି ରଖନ୍ତୁ ।

-ଗ୍ୟାସରେ ଗୋଟିଏ ପାତ୍ର କା କଡେଇ ବସାନ୍ତୁ । ସେଥିରେ ତେଲ ପକାଇ ଗୋଟା ମସଲା ପକାନ୍ତୁ । ଟିକେ ଭାଜିଦିଅନ୍ତୁ ।

-ସେଥିରେ କଟା ପିଆଜ ପକେଇ ତାକୁ ଭଲ ଭାବେ ଭାଜନ୍ତୁ । ପରେ ଅଦା ରସୁଣ ପେଷ୍ଟ ପକାଇ ମସଲାକୁ ଭଲ ଭାବରେ କଷନ୍ତୁ । ଯେମିତି ତାର ମସଲା ଗନ୍ଧ ଚାଲିଯିବ ।

-ଏବେ ସେଥିରେ ଲଙ୍କା ଗୁଣ୍ଡ ଓ ଅନ୍ୟାନ୍ୟ ମସଲା ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ ।

-୫ ମିନିଟ ପରେ ସେଥିରେ ଟମାଟୋ ପକାଇ ଅଳ୍ପ କଷନ୍ତୁ । ମସଲାରେ ଟମାଟୋ ଭଲଭାବେ ମିଶିଗଲା ପରେ ଏବେ କଟା ଆଳୁ, ଖମ୍ବ ଆଳୁ, ସାରୁ ପକେଇ କଷନ୍ତୁ ।

-୮ରୁ ୧୦ମିନିଟ ପରେ ବାକି କଞ୍ଚା ପରିବା ପକାଇ ଭଲଭାବେ ମସଲା ସହ ଗୋଳାଇ ଦିଅନ୍ତୁ । ପ୍ରାୟ ୧୦ ମିନିଟି ମଧ୍ୟମ ଆଞ୍ଚରେ ଛାଡ଼ି ଦିଅନ୍ତୁ । ମସଲାରେ ପରିବା ଭଲଭାବରେ ମିଶିବା  ପରେ ଏବେ ସେଥିରେ ଅଳ୍ପ ଗରମ ପାଣି ଦିଅନ୍ତୁ ।

-କିଛି ସମୟ ତରକାରୀ ଫୁଟିବା ପରେ ସେଥିରେ ବୁଟ, ମଟର ଓ ଗଜାମୁଗ ପକାନ୍ତୁ । ଏହା ପରେ ଏହାକୁ କିଛି ସମୟ ଫୁଟିବାକୁ ଛାଡ଼ି ଦିଅନ୍ତୁ ।

-ତରକାରୀ ହୋଇ ଆସିଲା ବେଳକୁ ସେଥିରେ ଅଳ୍ପ ଗରମ ମସଲା ଗୁଣ୍ଡ, ନଡ଼ିଆ କୋରା ପକାଇ ଘାଣ୍ଟି ଦିଅନ୍ତୁ । ଯଦି ହେବ ଧନିଆ ପତ୍ର ବି ଦେଇପାରିବେ । ପ୍ରସ୍ତୁତ ହୋଇଗଲା ଦୂତିଆ ଘାଣ୍ଟ । ଏବେ ଗରମ ଗରମ ଏହାକୁ ଖାଇପାରିବେ 

Special Recipes
Advertisment
Related Articles
Advertisment