/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709386560.jpg)
World Wildlife Day 2024 Five way how to save wildlife
ବନ ରହିଲେ ବନ୍ୟଜନ୍ତୁ ରହିବେ, ଆଉ ଏହି ବନ୍ୟଜନ୍ତୁ ମାନବରେ ବହୁ ହିତରେ ଆସିଛନ୍ତି। ତେଣୁ ବନ ଜୀବକୁ ସୁରକ୍ଷା ଦେବା ନେଇ ପ୍ରତିବର୍ଷ ୩ ମାର୍ଚ୍ଚରେ ‘ବିଶ୍ୱ ବନ୍ୟଜନ୍ତୁ ଦିବସ’ ପାଳନ ହୁଏ। ଚଳିତ ବର୍ଷ ଏହି ଦିନକୁ ବନ୍ୟଜନ୍ତୁ ସଂରକ୍ଷଣରେ ଡିଜିଟାଲ୍ ନବସୃଜନର ଭୂମିକା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଏନେଇ ଏହାର ଥିମ୍ ହେଉଛି “ଲୋକ ଏବଂ ଗ୍ରହକୁ ଯୋଡିବା: ବନ୍ୟଜନ୍ତୁ ସଂରକ୍ଷଣରେ ଡିଜିଟାଲ୍ ନବସୃଜନର ଅନୁସନ୍ଧାନ”।
ତେବେ ଏହା କେବଳ ଏକ ଉତ୍ସବ ନୁହେଁ, ବରଂ ବିଶ୍ୱର ବ୍ୟକ୍ତିବିଶେଷ, ସମ୍ପ୍ରଦାୟ ଏବଂ ସରକାରଙ୍କୁ ସଚେତନ କରିଥାଏ ଯେ କିପରି ବନ୍ୟଜନ୍ତୁଙ୍କ ସୁରକ୍ଷା କରାଯିବ। ତେବେ ଆସନ୍ତୁ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ଆମେ କ’ଣ କରିପାରିବେ ସେ ବିଷୟରେ ଜାଣିନେବା।
ବାସସ୍ଥାନ ସୁରକ୍ଷା:
ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ ହେଉଛି ସେମାନଙ୍କର ବାସସ୍ଥାନକୁ ଅକ୍ଷୁଣ୍ଣ ରଖିବାରେ ସାହାଯ୍ୟ କରିବା। ଆର୍ଦ୍ରଭୂମି, ଜଙ୍ଗଲ, ତୃଣଭୂମି, ନଦୀ ଏବଂ ବନ୍ୟଜନ୍ତୁ ବଢୁଥିବା ଅନ୍ୟାନ୍ୟ ସ୍ଥାନଗୁଡ଼ିକର ଯତ୍ନ ନେବା ଜରୁରୀ। ଏହିସବୁ ସ୍ଥାନ ସୁରକ୍ଷିତ ରହିଲେ ସେମାନେ ସୁରକ୍ଷିତ ଭାବେ ପ୍ରଜନନ କରିପାରିବେ।
ପାଣି ଦେବା:
ଜୀବନ ପାଇଁ ଜଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମଣିଷମାନଙ୍କ ପରି ବନ୍ୟଜନ୍ତୁମାନେ ମଧ୍ୟ ପାଣିର ଆବଶ୍ୟକ କରନ୍ତି। ବର୍ତ୍ତମାନ ସମୟରେ ସେମାନଙ୍କର ମଧ୍ୟ ଉପଯୁକ୍ତ ପାନୀୟ ଜଳର ଅଭାବ ରହିଛି। ତେଣୁ ଏହି ପଶୁମାନଙ୍କୁ ପାଣି ଯୋଗାଇବା ବନ୍ୟଜନ୍ତୁ ସଂରକ୍ଷଣ ଦିଗରେ ଏକ ଉତ୍ତମ ସେବା।
ଖାଦ୍ୟ ଦେବା:
କେତେକ ଋତୁରେ ସ୍ଥାନୀୟ ବନ୍ୟଜନ୍ତୁମାନେ ମଧ୍ୟ ଖାଦ୍ୟ ଓ ଜଳ ଅଭାବର ସମ୍ମୁଖିନ ହୁଅନ୍ତି। ଏନେଇ ଲୋକମାନେ ନିଜ ଘର ପଛପଟେ ପକ୍ଷୀ ଏବଂ ବଣୁଆ ଜନ୍ତୁମାନଙ୍କ ପାଇଁ ଖାଦ୍ୟ ଏବଂ ଜଳ ଯୋଗାଇ ପାରିବେ।
ବୃକ୍ଷ ରୋପଣ କରିବା:
ବନ୍ୟଜନ୍ତୁ ସଂରକ୍ଷଣ ଏବଂ ବୃକ୍ଷରୋପଣ ସର୍ବଦା ପରସ୍ପର ଉପରେ ନିର୍ଭରଶୀଳ। ଉଦ୍ଭିଦ ପ୍ରାୟତଃ ବନ୍ୟଜନ୍ତୁଙ୍କ ପାଇଁ ଖାଦ୍ୟର ଏକ ପ୍ରମୁଖ ଉତ୍ସ ଅଟେ, ତେଣୁ ଗଛ ଲଗାଇବା ଏବଂ ସଂରକ୍ଷଣ କରିବା ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ।
ସ୍ୱେଚ୍ଛାସେବୀ କାମ:
ଯେତେବେଳେ ବନ୍ୟଜନ୍ତୁ ସଂରକ୍ଷଣ କଥା ଆସେ, ସ୍ୱେଚ୍ଛାସେବୀ ଠାରୁ ଆଉ ଭଲ କିଛି ନାହିଁ। ବର୍ତ୍ତମାନ ଏ ଦିଗରେ ଅନେକ ଅନୁଷ୍ଠାନ କାମ କରୁଛି। ଆପଣମାନେ ମଧ୍ୟ ବ୍ୟକ୍ତିଗତ ଭାବେ ସମୁଦ୍ର କୂଳ, ଜଙ୍ଗଲ ସ୍ଥାନ ଆଦିରେ ସଫେଇ କାମ କରିପାରିବେ। ସ୍ୱେଚ୍ଛାସେବୀର ଅନ୍ୟ ଏକ ଉପାୟ ହେଉଛି ବନ୍ୟଜନ୍ତୁମାନଙ୍କ ବିଷୟରେ ସ୍ଥାନୀୟ ପଶୁ ଅଭୟାରଣ୍ୟକୁ ଆସୁଥିବା ପରିଦର୍ଶକମାନଙ୍କୁ ମାର୍ଗଦର୍ଶନ କରିବା ଏବଂ ବନ୍ୟଜନ୍ତୁମାନଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିବା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)