Advertisment

Saraswati Puja: ବଶ୍ୱର ସବୁଠାରୁ ବଡ଼ ସରସ୍ୱତୀ ପ୍ରତିମୂର୍ତ୍ତି!

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାଠାରୁ ୧୦ କିମି ଗଲେ ପଡ଼ିବ ବାଟା ନଗରୀ। ଏଠାରେ ତିଆରି କରାଯାଇଛି ୧୧୧ ଫୁଟ୍‌ର ସରସ୍ୱତୀ ପ୍ରତିମୂର୍ତ୍ତି।

ଅଦ୍ୟତନ ହୋଇଛି
Saraswati

Saraswati

Advertisment

ଆଜି ହେଉଛି ବାଗ୍‌ଦେବୀଙ୍କ ଆବାହନ ଦିବସ। ଆଜିର ଦିନରେ ୧୧୧ ଫୁଟ୍‌ ଉଚ୍ଚର ଏକ ବିଶାଳ ସରସ୍ୱତୀ ମୂର୍ତ୍ତି ନିର୍ମାଣ କରାଯାଇଛି। ଏହି ପ୍ରତିମାକୁ ତିଆରି କରିଥିବା କାରୀଗର ଦାବି କରୁଛନ୍ତି ଏହା ହେଉଛି ବଶ୍ୱର ସବୁଠାରୁ ବଡ଼ ସରସ୍ୱତୀ ପ୍ରତିମୂର୍ତ୍ତି। ପଶ୍ଚିମବଙ୍ଗରେ ଏହି ପ୍ରତିମା ତିଆରି କରାଯାଇଛି।

Advertisment

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାଠାରୁ ୧୦ କିମି ଗଲେ ପଡ଼ିବ ବାଟା ନଗରୀ। ଏଠାରେ ତିଆରି କରାଯାଇଛି ୧୧୧ ଫୁଟ୍‌ର ସରସ୍ୱତୀ ପ୍ରତିମୂର୍ତ୍ତି। ବଟାନଗରୀ ସ୍କୋୟାର ଫାଉଣ୍ଡେସନ ଓ ରିକ୍ୟୁଏସନ୍‌ ଫାଉଣ୍ଡେସନ ପକ୍ଷରୁ ଏହି ସୁଉଚ୍ଚ ପ୍ରତିମୂର୍ତ୍ତି ତିଆରି କରାଯାଇଛି। ଏଥିପାଇଁ କାରୀଗରଙ୍କୁ ମାସେ ସମୟ ଲାଗିଥିଲା। ଏଥିରେ ଲୁହା ରଡ୍‌, ଝୁଟ୍‌, ଲୁଗା, ପେପର ଆଦି ବ୍ୟବହାର କରାଯାଇଛି। ଏହି ପ୍ରତିମୂର୍ତ୍ତି ବିଶ୍ୱର ସବୁଠାରୁ ବଡ଼ ବୋଲି ଦାବି କରିଛନ୍ତି ଓଡ଼ିଆ କାରୀଗର। ପୂରା ମୂର୍ତ୍ତିକୁ ଏକ କ୍ରେନ୍‌ ମାଧ୍ୟମରେ ରଖାଯାଇଛି।

ଅଧିକ ପଢ଼ନ୍ତୁ: କିଏ ଦେବୀ ସରସ୍ୱତୀ ? ବ୍ରହ୍ମାଙ୍କ କନ୍ୟା ନା ପତ୍ନୀ !

ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ମୂର୍ତ୍ତି ଚାରି ପାର୍ଶ୍ୱରେ ପର୍ଯ୍ୟାପ୍ତ ଫାଙ୍କା ସ୍ଥାନ ରଖାଯାଇଛି। ତେଣୁ ଦୂର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ଏଠାରେ ଛିଡ଼ା ହୋଇ କିଏ ସେଲ୍‌ଫି ଉଡାଉଛି ତ ଆଉ କିଏ ଫଟୋ ଉଠାଉଛି। ଏନେଇ ମୂର୍ତ୍ତି ତିଆରି କରିଥିବା ପୁରୀର କାରୀଗର କହିଛନ୍ତି, ପ୍ରତିମୂର୍ତ୍ତି ତିଆରି କରିବାକୁ ମାସେ ସମୟ ଲାଗିଥିଲା। ଏହି ମୂର୍ତ୍ତିର ପୂରା ଡିଜାଇନ୍‌ ମୁଁ କରିଛି। ୧୧୧ ଫୁଟ୍‌ ମୂର୍ତ୍ତି ତିଆରି କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ଏହି ମୂର୍ତ୍ତି ୧୨୦ ଫୁଟ୍‌ ବୋଲି ଓଡ଼ିଆ କାରୀଗର ଜଣକ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଏତେ ବାଦ୍ୟଯନ୍ତ୍ର ଥାଉ ଥାଉ ମା’ ସରସ୍ୱତୀ ବୀଣା ଧରିଲେ କାହିଁକି

କୋଲକାତରେ ଦୁର୍ଗା ପୂଜାକୁ ଧୂମ୍‌ଧାମରେ ପାଳନ କରାଯାଇଥାଏ। ଚିତାକର୍ଷକ ପ୍ରତିମା ସାଙ୍ଗକୁ ପ୍ୟାଣ୍ଡାଲ କରାଯାଇଥାଏ। ଚଳିତ ବର୍ଷ ଦୁର୍ଗା ପୂଜା ସମୟରେ ନଦିଆ ଜିଲ୍ଲାରେ ଶହେ ଫୁଟ୍‌ର ଦୁର୍ଗା ପ୍ରତିମା ତିଆରି କରାଯାଇଥିଲା। ହେଲେ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ସେହି ପୂଜା ମଣ୍ଡପକୁ ବନ୍ଦ କରିଦେଇଥିଲା ପ୍ରଶାସନ।

West Bengal Saraswati Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ