Advertisment

World Down Syndrome Day: ଦିବ୍ୟାଙ୍ଗ ସହ ଜଡିତ ଦାନ-ଧର୍ମ ପରିକଳ୍ପନାକୁ ଦୂରକରିବ ଏହି ବ୍ୟବସ୍ଥା

ସାରାବିଶ୍ୱରେ ପ୍ରତିବର୍ଷ ୨୧ ମାର୍ଚ୍ଚରେ ‘ୱାର୍ଲ୍ଡ ଡାଉନ୍ ସିଣ୍ଡ୍ରୋମ’ ଦିବସ ପାଳନ କରାଯାଏ। ମିଳିତ ଜାତିସଂଘ ଦ୍ୱାରା ୨୦୧୨ରେ ସାରା ବିଶ୍ୱରେ ଡାଉନ୍ ସିଣ୍ଡ୍ରୋମ ପାଇଁ ସଚେତନତା ସୃଷ୍ଟି କରିବା ଏବଂ ଡାଉନ୍ ସିଣ୍ଡ୍ରୋମରେ ପୀଡିତ ବ୍ୟକ୍ତିଙ୍କ ପାଇଁ ସମାନତା ଏବଂ ସାଧାରଣ ସୁଯୋଗ ଯୋଗାଇବା ପାଇଁ ଏହି ଦିନ ଆରମ୍ଭ କରାଯାଇଥିଲା।

author-image
Pramod Behera
ଅଦ୍ୟତନ ହୋଇଛି
World Down Syndrome Day 2023

World Down Syndrome Day 2023

ସାରାବିଶ୍ୱରେ ପ୍ରତିବର୍ଷ ୨୧ ମାର୍ଚ୍ଚରେ ‘ୱାର୍ଲ୍ଡ ଡାଉନ୍ ସିଣ୍ଡ୍ରୋମ’ ଦିବସ ପାଳନ କରାଯାଏ। ମିଳିତ ଜାତିସଂଘ ଦ୍ୱାରା ୨୦୧୨ରେ ସାରା ବିଶ୍ୱରେ ଡାଉନ୍ ସିଣ୍ଡ୍ରୋମ ପାଇଁ ସଚେତନତା ସୃଷ୍ଟି କରିବା ଏବଂ ଡାଉନ୍ ସିଣ୍ଡ୍ରୋମରେ ପୀଡିତ ବ୍ୟକ୍ତିଙ୍କ ପାଇଁ ସମାନତା ଏବଂ ସାଧାରଣ ସୁଯୋଗ ଯୋଗାଇବା ପାଇଁ ଏହି ଦିନ ଆରମ୍ଭ କରାଯାଇଥିଲା।

Advertisment

କ’ଣ ଏହି ଡାଉନ୍ ସିଣ୍ଡ୍ରୋମ୍‌:

ଡାକ୍ତରୀ ଭାଷାରେ ଡାଉନ୍ ସିଣ୍ଡ୍ରୋମ୍‌କୁ ଟ୍ରାଇସୋମି-21 ମଧ୍ୟ କୁହାଯାଏ। ଏହା ଏପରି ଏକ ଅବସ୍ଥା ଯେଉଁଥିରେ ବ୍ୟକ୍ତିର ଶରୀରରେ ସାଧାରଣ ଅପେକ୍ଷା ଅଧିକ କ୍ରୋମୋଜୋମ୍‌ ଦେଖାଦିଏ କ୍ରୋମୋଜୋମ୍‌ ହେଉଛି ଜିନ୍‌ର ଏକ ଶୃଙ୍ଖଳା(ସିଣ୍ଡ୍ରୋମ୍‌) ଯାହା ଆମ ଶରୀର କିପରି ନିର୍ମାଣ ହେବ ଏବଂ ଆମ ଶରୀର କିପରି ବିକାଶ ହେବ ତାହା ସ୍ଥିର କରେ।

କୌଣସି କାରଣରୁ ଏହି ସିଣ୍ଡ୍ରୋମ୍‌ରେ ବ୍ୟତିକ୍ରମ ଦେଖାଯାଏ। ଏହି ଅବସ୍ଥାରେ ବ୍ୟକ୍ତିର ଶରୀର ସଠିକ୍ ଭାବରେ ବିକଶିତ ହୁଏ ନାହିଁ। ଚିନ୍ତା କରିବାର କ୍ଷମତା ପ୍ରଭାବିତ ହେବା ସହ ଦେଖିବା କିମ୍ବା ଶୁଣିବାରେ ଅସୁବିଧା ହୁଏ ଏବଂ ଅନେକ ଗୁରୁତର ଚିକିତ୍ସା ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। ୱାର୍ଲ୍ଡ ଡାଉନ୍ ସିଣ୍ଡ୍ରୋମ୍‌ ୱେବସାଇଟ୍ ଅନୁଯାୟୀ, ଏହି ଅବସ୍ଥା ୮୦୦ ପିଲାଙ୍କ ମଧ୍ୟରୁ ଜଣଙ୍କଠାରେ ଦେଖିବାକୁ ମିଳେ।

Advertisment

ଚଳିତ ବର୍ଷର ଥିମ୍:

ଚଳିତ ବର୍ଷ ପାଇଁ ୱାର୍ଲ୍ଡ ଡାଉନ୍ ସିଣ୍ଡ୍ରୋମ୍‌ର ବିଷୟବସ୍ତୁ ହେଉଛି “ଆମ ସହିତ, ଆମ ପାଇଁ ନୁହେଁ (With Us Not For Us)”। ଥିମର ଅର୍ଥ ହେଉଛି ଭିନ୍ନକ୍ଷମମାନଙ୍କ ପାଇଁ ସମାନ ସୁଯୋଗ ରହିବା ଉଚିତ।

ଅନ୍ୟପକ୍ଷରେ ଏହି ଥିମ୍ ଦିବ୍ୟାଙ୍ଗ ସହ ଜଡିତ ଦାନ-ଧର୍ମ ପରିକଳ୍ପନାକୁ ଦୂରେଇ ଯିବାକୁ ଡିଜାଇନ୍ ହୋଇଛି ଯେଉଁଠାରେ ଭିନ୍ନକ୍ଷମମାନଙ୍କୁ ଦାନର ବସ୍ତୁ, ଦୟାର ଯୋଗ୍ୟ ଏବଂ ସମର୍ଥନ ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ବୋଲି ବିବେଚନା କରାଯାଉଥିଲା। ତେବେ ଏହି ନୂତନ ଚିନ୍ତାଧାରା ମାଧ୍ୟମରେ ଭିନ୍ନକ୍ଷମମାନଙ୍କୁ ଉପଯୁକ୍ତ ବ୍ୟବହାର କରାଯିବା ଉଚିତ।

ଶାରୀରିକ ଲକ୍ଷଣ:

  • ଆଖି ବାଦାମ ଆକୃତିର ବା ଛୋଟ କି ବଡ ହୋଇଯିବା
  • ନାକ ଚାରିପାଖରେ ମୁହଁ ଚେପ୍‌ଟା ହୋଇଯିବା
  • ବେକ, କାନ, ହାତ-ପାଦ ଛୋଟ ହୋଇଯିବା
  • ମାଂସପେଶୀ ଦୁର୍ବଳ ହୋଇଯିବା
  • ଶରୀର ଛୋଟ ହେବା।

୪ଟି ରୋଚକ ତଥ୍ୟ :

  • ୨୫୦୦ ବର୍ଷ ପୂର୍ବରୁ ଡାଉନ୍ ସିଣ୍ଡ୍ରୋମ୍‌ର ପ୍ରମାଣ ବାସନ ଏବଂ ଚିତ୍ରରେ ଦେଖିବାକୁ ମିଳିଥିଲା।
  • ଏହି ସିଣ୍ଡ୍ରୋମକୁ ଇଂରାଜୀ ଡାକ୍ତର ଜନ୍ ଲାଙ୍ଗଡନ୍ ଡାଉନ୍ ନାମରେ ନାମିତ କରାଯାଇଥିଲା
  • ଅଲ୍‌ଟ୍ରାସାଉଣ୍ଡ୍‌ ଏବଂ ରକ୍ତ ନମୁନା ସାହାଯ୍ୟରେ ଗର୍ଭଧାରଣର ପ୍ରଥମ ଦିନରେ ଏହି ଅବସ୍ଥା ଚିହ୍ନଟ କରାଯାଇପାରେ
  • ୧୯୬୦ରେ ଏହି ଅବସ୍ଥାରେ ଥିବା ପିଲା ୧୦ ବର୍ଷ ବଞ୍ଚିବାର ସମ୍ଭାବନା ଥିଲା, କିନ୍ତୁ ଆଜି ଉନ୍ନତ ଚିକିତ୍ସା ସେବା ସହିତ ସେମାନେ ୬୦ କିମ୍ବା ଅଧିକ ବଞ୍ଚିବାର ସମ୍ଭାବନା ରହିଛି।
Down Syndrome
Advertisment
Advertisment