Advertisment

Raksha Bandhan 2023: ରାକ୍ଷୀ ପୂର୍ଣ୍ଣିମାକୁ କାହିଁକି କୁହାଯାଏ ଗହ୍ମା ପୂର୍ଣ୍ଣିମା

ଶ୍ରାବଣ ମାସର ପୂର୍ଣ୍ଣିମାକୁ ପ୍ରତି ଓଡ଼ିଆ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ୍ତି। ଏହି ପର୍ବ ମଧ୍ୟ ରଜ ସଂକ୍ରାନ୍ତୀ ଏବଂ ଅକ୍ଷୟ ତୃତୀୟା ପରି କୃଷି କାମ ସହିତ ଜଡିତ। ଗାଈଗୋରୁ ଚାଷର ଏକ ପ୍ରମୁଖ ଅଂଶ ହୋଇଥିବାରୁ ଏହି ଦିନ ଓଡ଼ିଆମାନେ ବିଶେଷ କରି ଗୋସେବକମାନେ ଗୋରୁଙ୍କୁ ପୂଜା କରନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Why Rakshi Purnima is called Gahma Purnima

Why Rakshi Purnima is called Gahma Purnima

ଶ୍ରାବଣ ମାସର ପୂର୍ଣ୍ଣିମାକୁ ପ୍ରତି ଓଡ଼ିଆ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ୍ତି। ଏହି ପର୍ବ ମଧ୍ୟ ରଜ ସଂକ୍ରାନ୍ତୀ ଏବଂ ଅକ୍ଷୟ ତୃତୀୟା ପରି କୃଷି କାମ ସହିତ ଜଡିତ। ଗାଈଗୋରୁ ଚାଷର ଏକ ପ୍ରମୁଖ ଅଂଶ ହୋଇଥିବାରୁ ଏହି ଦିନ ଓଡ଼ିଆମାନେ ବିଶେଷ କରି ଗୋସେବକମାନେ(ଗୌଡିୟ ସଂପ୍ରଦାୟ) ଗୋରୁଙ୍କୁ ପୂଜା କରନ୍ତି।

Advertisment

ଶତାବ୍ଦୀ ଶତାବ୍ଦୀ ଧରି ବିଭିନ୍ନ ପ୍ରକାର କୃଷି କାର୍ଯ୍ୟରେ ଗୋରୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। କୃଷି ହେଉଛି ଓଡ଼ିଆ ମୁଖ୍ୟ ଜୀବିକା, ଏହା ବ୍ୟତୀତ ଆମେ ଗାଈରୁ କ୍ଷୀର ପାଉ ଏବଂ କ୍ଷୀରକୁ ଆମେ ସିଧାସଳଖ ଆମର ଖାଦ୍ୟ ରୂପେ ବ୍ୟବହାର କରିବା ସହ ଏଥିରୁ ଅନେକ ପ୍ରକାର ପୁଷ୍ଟିକର ଉପଦ୍ରବ୍ୟ ଉତ୍ପାଦନ କରୁ। ଏ ସବୁକୁ ଦେଖିଲେ ଗୋରୁ ମାନବଜାତି ପାଇଁ ବରଦାନ ସଦୃଶ। ଏନେଇ ଏମାନଙ୍କୁ ପୂଜା କରିବା ପ୍ରତି ମାନବର କର୍ତ୍ତବ୍ୟ।

ଅଧିକ ପଢ଼ନ୍ତୁ: ରାଶି ଅନୁସାରେ ଭାଇ ହାତରେ ବାନ୍ଧନ୍ତୁ ରାକ୍ଷୀ; ମିଳିବ ଶୁଭ ଫଳ

ଯେହେତୁ ଆମେ ଏହି ଦିନ ଗୋରୁ / ଗାଈଙ୍କୁ ପୂଜା କରୁ, ଏହାକୁ ଗହ୍ମା ପୂର୍ଣ୍ଣିମା କୁହାଯାଏ। ଗହ୍ମା ଅର୍ଥ ଗାଈ। ଏହିଦିନ ଗୋରୁମାନଙ୍କୁ ସୁନ୍ଦର ଭାବରେ ସଜାଯାଇ ପୂଜା କରାଯାଏ। ବର୍ଷସାରା ଆମେ ଗୋରୁମାନଙ୍କଠାରୁ ସେବା ପାଉ ଏବଂ ଏହି ଦିନ ଆମେ ସେମାନଙ୍କୁ ସିନ୍ଦୁର, ଚନ୍ଦନ ଏବଂ ଫୁଲ ଦେଇ ପୂଜା କରି ଆଦର ଏବଂ ସମ୍ମାନ କରୁ।

Advertisment

ଲୋକମାନେ ଗାଈକୁ ରାକ୍ଷୀ ବାନ୍ଧି ଫୁଲ-ଚନ୍ଦନ ଦେଇ ବହୁତ ଭକ୍ତିର ସହିତ ପୂଜା କରନ୍ତି। ହିନ୍ଦୁ ଧର୍ମରେ ଗାଈକୁ ଦେବୀ ଭାବରେ ପୂଜା କରାଯାଏ। ଜନ୍ମିତ ମା’ ସ୍ତନ୍ୟପାନ କରାଇ ଶିଶୁକୁ ପାଳୁଥିବା ଭଳି ଗାଈ ମଧ୍ୟ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ। ଏନେଇ ଏମାନଙ୍କୁ ଗୋମାତା ଭାବେ ଦେଖାଯାଏ। ବିଶ୍ୱାସ କରାଯାଏ ଯେ ଯିଏ ଗାଈକୁ ପୂଜା କରେ ସେ ସୁଖ ଓ ସମୃଦ୍ଧିର ସହ ଜୀବନ ଯାପନ କରେ।

ଗାଈକୁ କାମଧେନୁ ମଧ୍ୟ କୁହାଯାଏ। ଏହାର ଅର୍ଥ ଗାଈଙ୍କ ପାଖରେ ଯାହା କାମନା କରାଯାଏ ତାହା ପ୍ରାପ୍ତ ହୁଏ।

ଏହା ଗୌଡିୟ ସଂପ୍ରଦାୟର ଏକ ପ୍ରମୁଖ ପର୍ବ ହୋଇଥିବାରୁ ଏହିଦିନ ସେମାନେ ଗୋରୁ ପୂଜା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମଉଜ ମଜଲିସ୍ କରନ୍ତି। ଗୋଠରେ ଏକତ୍ରିତ ହେବା ସହ ବିଭିନ୍ନ ପ୍ରକାର ଖେଳ ଓ ପ୍ରତିଯୋଗିତାର ଆୟୋଜନ ହୋଇଥାଏ। ସମସ୍ତେ ମିଶି ଲଉଡି ଖେଳରେ ମାତନ୍ତି।

ଅଧିକ ପଢ଼ନ୍ତୁ: ରାକ୍ଷୀ ପୂର୍ଣ୍ଣିମା ଓଡ଼ିଶାରେ ଗହ୍ମା ପୂର୍ଣ୍ଣିମା; ଆଉ କେଉଁଠି କ’ଣ, ଜାଣନ୍ତୁ...

ଏହିଦିନ ବାଉଁଶକୁ ବନ୍ଧାଯାଇ କିଛି ଉଚ୍ଚରେ ଦହି ହାଣ୍ଡି ଟଙ୍ଗାଯାଏ। ଏହାକୁ ପ୍ରତିଯୋଗିତା ମାଧ୍ୟମରେ ଭଙ୍ଗାଯାଏ। ଯାହା ଅତ୍ୟନ୍ତ ମନୋରଞ୍ଜନର ମାହୋଲ ତିଆରି କରେ। ଦର୍ଶକମାନେ ରୁଣ୍ଡ ହୋଇ ଏହି ଦୃଶ୍ୟକୁ ଉପଭୋଗ କରନ୍ତି।

Rakshya Bandhan Raksha Bandhan Rakhi Purnima Rakhi Purnima Odisha Rakshya Bandhan In Odisha
Advertisment
Advertisment