Advertisment

Maha Saptami: ବେଶ୍ୟାଳୟ ମାଟିରୁ ନିର୍ମିତ ପ୍ରତିମା ପ୍ରତିଷ୍ଠା କରି ପୂଜା କଲେ ମିଳେ ବ୍ରତର ଫଳ

ମା’ଙ୍କର ସ୍ଥାପନା ପୂର୍ବରୁ, ପ୍ରତିମା ପ୍ରସ୍ତୁତ କରାଯାଏ। ଆପଣ ଜାଣନ୍ତି କି ମା’ଙ୍କର ମୂର୍ତ୍ତି ତିଆରି ପାଇଁ ମାଟି କେଉଁଠାରୁ ଅଣାଯାଏ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମା’ ଦୁର୍ଗାଙ୍କ ପ୍ରତିମା ତିଆରି ପାଇଁ ବେଶ୍ୟାଳୟର ମାଟି ବ୍ୟବହୃତ ହୁଏ। ଜାଣନ୍ତୁ କାହିଁକି…

author-image
Pramod Behera
ଅଦ୍ୟତନ ହୋଇଛି
Why are Durga idols made of clay in brothels

Why are Durga idols made of clay in brothels

ମାତା ଦୁର୍ଗାଙ୍କର ସପ୍ତମ ଶକ୍ତିକୁ କାଳରାତ୍ରୀ ଭାବେ ପୂଜା କରାଯାଏ। ଦୁର୍ଗା ପୂଜାର ସପ୍ତମ ଦିନରେ ମା’ କାଳରାତ୍ରୀଙ୍କୁ। ଏହି ରୂପ ଖୁବ ଭୟଙ୍କର ହୋଇଥିଲେ ବି ଭକ୍ତଙ୍କ ପାଇଁ ଦେବୀ ଖୁବ ଦୟାଳୁ। ସେ ଭକ୍ତଙ୍କୁ ଶୁଭ ଫଳ ଦେଉଥିବାରୁ ଦେବୀଙ୍କୁ ଶୁଭଙ୍କରୀ ମଧ୍ୟ କୁହାଯାଏ। ଦେବୀଙ୍କ ଦର୍ଶନରେ ହିଁ ଭକ୍ତ ସମସ୍ତ ଭୟରୁ ମୁକ୍ତି ପାଇଯାଏ।

Advertisment

ପୌରାଣିକ କଥା ଅନୁଯାୟୀ, ଯେତେବେଳେ ଦୈତ ଶୁମ୍ଭ-ନିଶୁମ୍ଭ ଏବଂ ରକ୍ତବୀତ ତିନିଲୋକରେ ହାହାକାର ସୃଷ୍ଟି କଲେ, ସେତେବେଳେ ସମସ୍ତ ଦେବତା, ଏହା ବିଷୟରେ ଚିନ୍ତିତ ହୋଇ ଭଗବାନ ଶିବଙ୍କ ନିକଟକୁ ଯାଇ ସୁରକ୍ଷା ପାଇଁ ପ୍ରାର୍ଥନା କରିବା ଆରମ୍ଭ କଲେ। ଭଗବାନ ଶିବ ରାକ୍ଷାସମାନଙ୍କ ହତ୍ୟାକରିବାକୁ ମାତା ପାର୍ବତୀଙ୍କୁ କହିଲେ। ଭଗବାନ ଶିବଙ୍କ ଆଜ୍ଞା ପାଳନ କରି ମାତା ପାର୍ବତୀ ଦୁର୍ଗା ରୂପ ନେଇ ଶୁମ୍ଭ-ନିଶୁମ୍ଭଙ୍କୁ ହତ୍ୟା କଲେ।

ଯେତେବେଳେ ମାତା ଦୁର୍ଗା ରାକ୍ଷାସ ରକ୍ତବୀଜକୁ ହତ୍ୟା କଲେ, ତା’ ଦେହରୁ ବାହାରୁଥିବା ରକ୍ତରୁ ଲକ୍ଷ ଲକ୍ଷ ରକ୍ତବୀଜ ଜନ୍ମ ନେଲେ। ଏହା ଦେଖି ଦୁର୍ଗା ନିଜ ଶକ୍ତିରୁ ରାଳରାତ୍ରୀଙ୍କୁ ଉତ୍ପନ୍ନ କଲେ। ଏହା ପରେ, ଯେତେବେଳେ ମାତା ଦୁର୍ଗା ରାକ୍ଷସ ରକ୍ତବୀଜକୁ ହତ୍ୟା କଲେ ଏବଂ ତା’ ଶରୀରରୁ ବାହାରୁଥିବା ରକ୍ତକୁ ତଳେ ନ ପଡିବା ନେଇ ମାତା କାଳରାତ୍ରୀ ପାନ କରିଦେଲେ। ଏହିପରି ଭାବରେ ମାତା ଦୁର୍ଗା ରକ୍ତବୀଜକୁ ହତ୍ୟା କରିଥିଲେ। ଏହି ଅବସରରେ ଆସନ୍ତୁ ମା’ଙ୍କୁ ନେଇ ଏକ ରୋଚକ କାହାଣୀ ଜାଣିନେବା।

Advertisment

ଉତ୍ତର ଭାରତ ଏବଂ ଉତ୍ତର ପୂର୍ବରେ ଧୂମ୍‌ଧାମ୍‌ରେ ନବରାତ୍ରୀ ପୂଜା କରାଯାଏ। ପୂରା ନଅ ଦିନ ଧରି ବିଧି ବିଧାନ ସହିତ ମା’ଙ୍କୁ ପୂଜା କରାଯାଏ। ମା’ଙ୍କର ସ୍ଥାପନା ପୂର୍ବରୁ, ମା’ଙ୍କର ପ୍ରତିମା ପ୍ରସ୍ତୁତ କରାଯାଏ। ଆପଣ ଜାଣନ୍ତି କି ମା’ଙ୍କର ମୂର୍ତ୍ତି ତିଆରି ପାଇଁ ମାଟି କେଉଁଠାରୁ ଅଣାଯାଏ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମା’ ଦୁର୍ଗାଙ୍କ ପ୍ରତିମା ତିଆରି ପାଇଁ ବେଶ୍ୟାଳୟର ମାଟି ବ୍ୟବହୃତ ହୁଏ।

ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ମା’ଙ୍କର ମୂର୍ତ୍ତି ତିଆରି କରିବାରେ ଗଙ୍ଗାର ମାଟି, ଗୋମୂତ୍ର, ଗୋବର ଏବଂ ବେଶ୍ୟାଳୟର ମାଟି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି। ତେବେ ଆସନ୍ତୁ ଜାଣିବା ମା’ ଦୁର୍ଗାଙ୍କର ମୂର୍ତ୍ତି କାହିଁକି ବେଶ୍ୟାଳୟ ମାଟିରୁ ତିଆରି ହୁଏ?

ସାଧାରଣତଃ ବେଶ୍ୟାମାନଙ୍କୁ ସମାଜରେ ଭିନ୍ନ ଦୃଷ୍ଟିରେ ଦେଖାଯାଏ। ଏନେଇ ସେମାନଙ୍କ ସମାଜ ପ୍ରତି ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇବା ନେଇ ମା’ ଦୁର୍ଗାଙ୍କ ମୂର୍ତ୍ତି ବେଶ୍ୟାଳୟ ପ୍ରାଙ୍ଗଣର ମାଟିରୁ ନିର୍ମିତ ହୁଏ, ଯାହା ଦ୍ୱାରା ସେମାନଙ୍କର ଗୁରୁତ୍ୱ ମଧ୍ୟ ବଢିପାରେ ଏବଂ ତାଙ୍କୁ ମଧ୍ୟ ପବିତ୍ର ବିବେଚନା କରାଯାଏ।

ବେଶ୍ୟାଳୟ ମାଟିରୁ ଦୁର୍ଗା ମା’ଙ୍କ ପ୍ରତିମା ତିଆରି କରିବା ପଛରେ ଅନେକ ବିଶ୍ୱାସ ମଧ୍ୟ ଅଛି। ବିଶ୍ୱାସ କରାଯାଏ ଯେ ପୂର୍ବରୁ ମନ୍ଦିରର ପୁରୋହିତମାନେ ବେଶ୍ୟାଳୟ ନିକଟକୁ ଯାଇ ବେଶ୍ୟାମାନଙ୍କ ଠାରୁ ସେମାନଙ୍କ ଅଗଣାର ମାଟିକୁ ଆଣୁଥିଲେ ଏବଂ ଏହା ପରେ ମନ୍ଦିର ପାଇଁ ମୂର୍ତ୍ତି ତିଆରି କରାଯାଉଥିଲା। ଧିରେ ଧିରେ ଏହି ପରମ୍ପରା ବଢିଲା ଏବଂ ନବରାତ୍ରୀ ପୂଜା ପାଇଁ ଯେଉଁ ମୂର୍ତ୍ତିଗୁଡ଼ିକ ତିଆରି ହେଉଥିଲା ସେଥିରେ ବି ବେଶ୍ୟାଳୟର ମାଟିର ବ୍ୟବହାର ହେଲା।

କୁହାଯାଏ ଯେ ସେତେବେଳେ ବେଶ୍ୟାମାନେ ମା’ ଦୁର୍ଗାଙ୍କୁ ପ୍ରାର୍ଥନା କରିଥିଲେ ଯେ ସେମାନଙ୍କ ଅଗଣାର ମାଟିରେ ଦେବୀ ମୂର୍ତ୍ତି ନିର୍ମାଣ ହେବା ନେଇ। ମାତା ଦୁର୍ଗା ସେମାନଙ୍କ ପ୍ରାର୍ଥନାକୁ ସ୍ୱୀକାର କରି ତାଙ୍କ ଭକ୍ତମାନଙ୍କୁ ବେଶ୍ୟାଳୟ ପ୍ରାଙ୍ଗଣରୁ ଅଣାଯାଇଥିବା ମାଟିରୁ ତାଙ୍କ ପ୍ରତିମା ନିର୍ମାଣ କରିବାକୁ କହିଥିଲେ। ମାତା ଦୁର୍ଗା ସେମାନଙ୍କୁ ବରଦାନ ଦେଇଥିଲେ ଯେ କେବଳ ବେଶ୍ୟାଳୟ ମାଟିରୁ ନିର୍ମିତ ପ୍ରତିମା ପ୍ରତିଷ୍ଠା କରି ପୂଜା ଅର୍ଚ୍ଚନା କଲେ ହିଁ ସେମାନଙ୍କ ବ୍ରତର ସଫଳ ହେବ। ସେହିଦିନଠାରୁ ବେଶ୍ୟାଳୟ ପ୍ରାଙ୍ଗଣରୁ ଅଣାଯାଇଥିବା ମାଟିରୁ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ତିଆରି ଆରମ୍ଭ ହୋଇଥିଲା।

Dussehra Durga Puja Dusshera Durga Puja Celebrations Navaratri Puja Navaratri
Advertisment
Advertisment