Mahakumbh 2025: ଆଶ୍ରମ ଛାଡି ଚାଲି ଯାଇଥିଲେ 'ଆଇଆଇଟିଆନ୍' ବାବା, ଫେରି ଆସି ଦେଲେ କଡା ଜବାବ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଦେଶ ବିଦେଶର ସାଧୁସନ୍ଥମାନେ ଯୋଗ ଦେଇଛନ୍ତି । ତେବେ ଏହି ଭିଡ଼ ଭିତରେ ଚର୍ଚ୍ଚାକୁ ଆସିଲେ 'ଆଇଆଇଟିଆନ' ବାବା ।  ପ୍ରୟାଗରାଜରେ ଚର୍ଚ୍ଚିତ ଚେହେରା ଭାବେ ସୋସିଆଲ୍ ମିଡ଼ିଆରେ ଢେର୍ ସାରା ପ୍ରଶଂସା ସାଉଁଟି ଥିଲେ ଆଇଆଇଟିଆନ ବାବା । ବାବାଙ୍କ ସହ ଚର୍ଚ୍ଚାରେ ଥିଲା ତାଙ୍କ ଦରମା ଏବଂ କ୍ୟାରିୟର ।

ଲକ୍ଷାଧିକ ଟଙ୍କାର ଚାକିରି ଛାଡି ଅଭୟ ସିଂହ ଏବେ ଆଧ୍ୟାତ୍ମିକ ଦୁନିଆରେ ନିଜକୁ ହଜାଇ ଦେଇଥିବା ନେଇ ଜଣା ପଡିବା ପରେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲେ ଏହି ବାବା ।

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଦେଶ ବିଦେଶର ସାଧୁସନ୍ଥମାନେ ଯୋଗ ଦେଇଛନ୍ତି । ତେବେ ଏହି ଭିଡ଼ ଭିତରେ ଚର୍ଚ୍ଚାକୁ ଆସିଲେ 'ଆଇଆଇଟିଆନ' ବାବା ।  ପ୍ରୟାଗରାଜରେ ଚର୍ଚ୍ଚିତ ଚେହେରା ଭାବେ ସୋସିଆଲ୍ ମିଡ଼ିଆରେ ଢେର୍ ସାରା ପ୍ରଶଂସା ସାଉଁଟି ଥିଲେ ଆଇଆଇଟିଆନ ବାବା । ବାବାଙ୍କ ସହ ଚର୍ଚ୍ଚାରେ ଥିଲା ତାଙ୍କ ଦରମା ଏବଂ କ୍ୟାରିୟର ।

ଅଧିକ ପଢ଼ନ୍ତୁ: ମହାକୁମ୍ଭରେ IITian ବାବା; କେମିତି ହେଲେ ଇଞ୍ଜିନିୟରରୁ ସାଧୁ, ଜାଣନ୍ତୁ ରୋଚକ କାହାଣୀ...

ଜଣେ ବ୍ୟକ୍ତି ମାସକୁ ୩ ଲକ୍ଷ ଟଙ୍କାର ଚାକିରି ଛାଡ଼ି କାହିଁକି ବନିଲେ ବାବା? ତାକୁ ନେଇ ଯୁବ ପିଢିଙ୍କ ମଧ୍ୟରେ ବେଶ୍ ଉତ୍ସାହ ଥିଲା । ତେବେ ବାବା ଲୋକପ୍ରିୟ ହେବା ପରେ କିଛି ଖଳ ପ୍ରକୃତିର ଲୋକ ସାମ୍ନା କୁ ଆସି ବାବାଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରିଥିଲେ ।

ଏହି ବାବାଙ୍କ ଜଣେ ସଂପର୍କୀୟ କହିଛନ୍ତି, ଜଣେ ବ୍ୟକ୍ତି ଯେବେ ପ୍ରସିଦ୍ଧ ହୁଏ ବା ଚର୍ଚ୍ଚାକୁ ଆସେ ସେଇଠି ପ୍ରଶଂସା ସାଙ୍ଗରେ ବିବାଦ ଆପେ ଆପେ ଯୋଡିହୋଇ ଯାଏ । ଲୋକପ୍ରିୟତାରେ ଈର୍ଷାନ୍ୱିତ ହୋଇ ଆପେ ଆପେ ଶତ୍ରୁ ତିଆରି ହୋଇଯାଆନ୍ତି ।

ଅଭୟ ସିଂହ ନାମକ ଏହି ବାବା ଲକ୍ଷାଧିକ ଟଙ୍କାର ଚାକିରି ଛାଡି ଏବେ ଆଧ୍ୟାତ୍ମିକ ଦୁନିଆରେ ନିଜକୁ ହଜାଇ ଦେଇଛନ୍ତି ।   ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ଚର୍ଚ୍ଚାକୁ ଆସିଥିଲେ ଏହି ବାବା । ସେ ସବୁବେଳେ ହସି ହସି କଥା ହେଉଥିବା ବେଳେ ନିଜର ନିଆରା ଅନ୍ଦାଜ ପାଇଁ ସମସ୍ତଙ୍କ ମନ କିଣି ନେଇଥିଲେ ।

ମହାକୁମ୍ଭ ମେଳାରେ ଆଇଆଇଟିଆନ ବାବାଙ୍କ ସହିତ ଏମିତି କିଛି ମଧ୍ୟ ଘଟିଛି । । ତେବେ ଶୁକ୍ରବାର ଦିନ ହଠାତ୍ ସେ ମେଳା ଛାଡ଼ି ପଳାଇ ଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।

ଗୁରୁବାର ରାତିରେ ସେ ଜୁନା ଆଖଡ଼ାର ଆଶ୍ରମ ଛାଡି ଚାଲିଯାଇଥିବା ବେଳେ ତାଙ୍କ ବାପା ଏବଂ ମା’ ତାଙ୍କୁ ଖୋଜିବା ପାଇଁ ଆସିଥିଲେ । ଜୁନା ଆଖଡ଼ା ଆଶ୍ରମରେ ଥିବା ଅନ୍ୟ ସାଧୁଙ୍କ କହିବା ଅନୁଯାୟୀ, ଅଭୟ ସିଂହ ଲଗାତାର ମିଡିଆରେ ଇଣ୍ଟରଭ୍ୟୁ ଦେଉଥିଲେ ।  ସେ ମିଡିଆକୁ ଏମିତି କିଛି କଥା କହିଥିଲେ ଯାହା କହିବା ଉଚିତ ନଥିଲା । ଏସବୁ ଭିତରେ ଅଭୟଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା । ତେଣୁ ସେ ବିଚଳିତ ଜଣାପଡୁଥିଲେ ।  

ତାଙ୍କ ମାନସିକ ସ୍ଥିତି ବିଗିଡି ଯିବାରୁ ସେ ବିଳମ୍ବିତ ରାତିରେ ଆଶ୍ରମ ଛାଡି ଚାଲିଯାଇଥିଲେ । ତେବେ ଏହାପରେ ବାବା ସାମ୍ନାକୁ ଆସି ସମସ୍ତ କଥାକୁ ଖଣ୍ଡନ କରିବା ସହ ତାଙ୍କୁ ଆଶ୍ରମ ଛାଡି ଚାଲିଯିବା ପାଇଁ ବାଧ୍ୟ କରାଯାଇଥିବା ଭଳି ସଂଘାତିକ ଅଭିଯୋଗ କରିଛନ୍ତି ।  ସେ ନିଶା ଦ୍ରବ୍ୟ  ସେବନ କରୁଥିବା ବିଷୟରେ ହେଉଥିବା ପ୍ରଚାରକୁ ସେ ଖଣ୍ଡନ କରିଛନ୍ତି । ଚର୍ଚ୍ଚିତ ଆଇଆଇଟିଆନ ବାବା ପୁଣି ଥରେ ସାମ୍ନାକୁ ଆସିବା ପରେ ତାଙ୍କ ସମର୍ଥକ ମାନେ ଖୁସି ହୋଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳୁଛି । 

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ମୌନ ବାବା; ୪୧ ବର୍ଷ ଧରି କଥା ହୋଇନାହାନ୍ତି; କେବଳ ଚା’ ପିଇ ବଞ୍ଚିଛନ୍ତି