Advertisment

Republic Day: କର୍ତ୍ତବ୍ୟପଥରେ ଝଲସିଲା ସର୍ବବୃହତ୍ ଗଣତନ୍ତ୍ରର ଗାରିମା; ଶକ୍ତିର ଭବ୍ୟ ପ୍ରଦର୍ଶନ କରିଥିଲେ ତିନି ସେନା

ଆକାଶରେ ବାୟୁବୀର ଦେଖାଇଥିଲେ ଏୟାରଫୋର୍ସର ତାକତ୍ । ବାୟୁସେନା ଫ୍ଲାଇଂପାଷ୍ଟରେ ଭାଗ ନେଇଥିଲେ ୪୦ ବିମାନ। ସେହିପରି ନାରୀ ଶକ୍ତିର ଝଲକ, ଡେୟାରଡେଭିଲ୍ସ ସୋ ବି ମନ ମୋହିଥିଲା।

undefined

Republic Day Celebrations

Advertisment

ଦିଲ୍ଲୀ କର୍ତ୍ତବ୍ୟପଥରେ ଝଲସିଲା ସର୍ବବୃହତ୍ ଗଣତନ୍ତ୍ରର ଗାରିମା। ୭୬ତମ ସାଧାରଣତନ୍ତ୍ର ଦିବସରେ ବିଶ୍ୱ ସାମ୍ନାରେ ଶକ୍ତି ଓ ଶୌର୍ଯ୍ୟର ନୂଆ ଇତିହାସ ଲେଖିଲା ସ୍ୱର୍ଣ୍ଣିମ ଭାରତ। ପରେଡରେ ସାମିଲ ହୋଇଥିଲା ମିସାଇଲ୍, ଲଢୁଆ ବିମାନ, ଯୁଦ୍ଧ ଟ୍ୟାଙ୍କ । ଆକାଶରେ ବାୟୁବୀର ଦେଖାଇଥିଲେ ଏୟାରଫୋର୍ସର ତାକତ୍ । ବାୟୁସେନା ଫ୍ଲାଇଂପାଷ୍ଟରେ ଭାଗ ନେଇଥିଲେ ୪୦ ବିମାନ। ସେହିପରି ନାରୀ ଶକ୍ତିର ଝଲକ, ଡେୟାରଡେଭିଲ୍ସ ସୋ ବି ମନ ମୋହିଥିଲା। ସବୁଠୁ ଆକର୍ଷଣର କେନ୍ଦ୍ର ପାଲଟିଥିଲା ସେନାର ମାଇନସ ପ୍ରୋଟେକ୍ସନ ଆର୍ମର କ୍ୟାରିୟର ନନ୍ଦିଘୋଷ। ପ୍ରଜ୍ଞାପନ ମେଢ଼ରେ ଝଲସିଲା ଭାରତୀୟ କଳା, ସଂସ୍କୃତି ଓ ଐତିହ୍ୟ। 

Advertisment

କର୍ତ୍ତବ୍ୟପଥରେ ଭାରତର ପର୍ବ । ତ୍ରିରଙ୍ଗାରେ ଫୁରୁଫୁରୁ ଉଡ଼ୁଥିଲା ଭାରତର ଗର୍ବ । ପରେଡ...ପରାକ୍ରମ...ବାୟୁବୀରଙ୍କ ଦମ୍ । ରାଇସିନା ହିଲରୁ ଅଶ୍ବାରୋହୀଙ୍କ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗମନ...ପତାକା ଉତ୍ତୋଳନ...21 ତୋପ ସଲାମୀ। ଏସବୁ ତ ସାଧାରଣତନ୍ତ୍ର ଦିବସ ସମାରୋହର ଗୌରବଣ୍ଡିତ ପରମ୍ପରା। ହେଲେ 76 ତମ ସାଧାରଣତନ୍ତ୍ର ଦିବସ ପରେଡରେ ଏଥର କର୍ତ୍ତବ୍ୟପଥ ଲେଖିଛି ଅନେକ ଆକର୍ଷଣୀୟ ଅଧ୍ୟାୟ। ମୁଖ୍ୟ ଅତିଥି ଥିଲେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋଓ ସୁବିଆଣ୍ଟୋ। ଏଥରର ଥିମ୍ ଥିଲା ସ୍ବର୍ଣ୍ଣିମ ଭାରତ, ଐତିହ୍ୟ ଓ ବିକାଶ। ଯାହାକି ଶତ ପ୍ରତିଶତ ପ୍ରତିଫଳିତ ହୋଇଛି ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ସମାରୋହରେ।  

ଅଧିକ ପଢ଼ନ୍ତୁ: ଲୋକସେବା ଭବନରେ ପୋଲିସ ସେବା ପଦକ ପ୍ରଦାନ; ୨୦୨୧ ମସିହା ପାଇଁ ୨୦ଜଣଙ୍କୁ ମିଳିଲା ପଦକ 

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମନ୍ତ୍ରିମଣ୍ଡଳର ଅନ୍ୟାନ୍ୟ ସଦସ୍ୟ ଓ ଦେଶ ବିଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ କର୍ତ୍ତବ୍ୟପଥରେ ଫର ଫର ହୋଇ ତ୍ରିରଙ୍ଗା ଉଡ଼ିବା ସହ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଶକ୍ତିର ଭବ୍ୟ ପ୍ରଦର୍ଶନ କରିଥିଲେ ତିନି ସେନା। ଅଭିଭୁତ କରିଥିଲା ସ୍ୱତନ୍ତ୍ର ମାର୍ଚ୍ଚିଂ କଣ୍ଟିଜେଣ୍ଟ, ମିସାଇଲ୍ ଓ ବିଭିନ୍ନ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ଝଲକ। ସ୍ୱଦେଶୀ ଅର୍ଜ୍ଜୁ ଯୁଦ୍ଧ ଟ୍ୟାଙ୍କ, ତେଜସ୍ ଯୁଦ୍ଧ ବିମାନ ଓ ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ସହିତ ସାମରିକ କଳାକୌଶଳ ପ୍ରଦର୍ଶିତ କରିଥିଲା ସେନା। ଆକାଶରେ ଗର୍ଜିଥିଲା ବାୟୁସେନାର ଲଢୁଆ ଏୟାରକ୍ରାଫ୍ଟ। ରାଫେଲ ଓ ସୁଖୋଇ ଉଡ଼ାଣ ଭରିବା କ୍ଷଣି ତାଜୁବ ହୋଇଯାଇଥିଲେ ସମସ୍ତ । ଏୟାରଫୋର୍ସ ଫ୍ଲାଇଂ ପାଷ୍ଟରେ ଭାଗ ନେଇଥିଲେ 22 ଫାଇଟର ଜେଟ୍ 11 ଟ୍ରାନସପୋର୍ଟ ଏୟାର କ୍ରାଫ୍ଟ ଓ 7 ହେଲିକପ୍ଟର ସହ ୪୦ ବିମାନ । C-17 ଗ୍ଲୋବମାଷ୍ଟର ଓ ୨ଟି ସୁଖୋଇ ବିମାନ କରିଥିଲେ ଭିକ୍ଟ୍ରି ଫର୍ମେସନ। ସୁଖୋଇ-30 ବିମାନ ନେତ୍ର, ତ୍ରିଶୂଳ ଓ ଭୀମ ଫର୍ମେସନ୍ କରି ଦେଖାଇଥିଲେ। ଅମୃତ ଫର୍ମେସନରେ ନଜର ଆସିଥିଲେ ୫ଟି ଜାଗୁଆର ବିମାନ। ୬ଟି ରାଫେଲ ଜେଟ୍ ଦେଖାଇଥିଲେ ବଜ୍ରଅଙ୍ଗ ଫର୍ମେସନ। ଯାହା ଗଣତନ୍ତ୍ର ଦିବସ ସମାରୋହରେ ଚାର ଚାନ୍ଦ୍ ଲଗାଇଥିଲା। 

କର୍ତ୍ତବ୍ୟପଥରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ନନ୍ଦିଘୋଷ । ଭାରତୀୟ ସେନାର ମାଇନସ ପ୍ରୋଟେକ୍ସନ ଆର୍ମର କ୍ୟାରିୟର୍ ବାହାନ। ପରେଡରେ ଏହାର ନେତୃତ୍ବ ନେଇଥିଲେ ମେଜର ରାଧିକା ସେନ।ସେହିପରି ମାର୍ଚ୍ଚିଂ କଣ୍ଟିନଜେଣ୍ଟରେ ୮ ଆର୍ମି, ନେଭି ଓ ଏୟାରଫୋର୍ସ ଟିମ୍ ସାମିଲ ଥିଲେ। ପ୍ରଥମ ଥର ନଜର ଆସିଥିଲା ପ୍ରଳୟ ମିସାଇଲ୍। ସେହିପରି ବ୍ରହ୍ମୋସ, ପିନାକା ମଲ୍ଟି-ଲଞ୍ଚର ରକେଟ୍ ସିଷ୍ଟମ, BM-21 ଅଗ୍ନିବାଣ, ଆକାଶ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ପରେଡରେ ଯିବା ବେଳେ ସମସ୍ତଙ୍କର ଆଖି ଲାଖି ଯାଇଥିଲା। ମନ ମୋହିଥିଲା ଡେୟାର ଡେଭିଲ୍ସ ସୋ। ବେଶ୍ ଚିତ୍ତାକର୍ଷକ ଥିଲା ମୋଟରସାଇକେଲରେ ପ୍ରଦର୍ଶନ। ସିଡି ସହ ବାଇକ୍ ଉପରେ ଅନେକ ଆଶ୍ଚର୍ଯ୍ୟଜନକ କୌଶଳ ପ୍ରଦର୍ଶନ କରିଥିଲା ଡେୟାରଡେଭିଲ୍ସ ଟିମ୍। ଏଥର ଗଣତନ୍ତ୍ର ଦିବସ ପରେଡରେ ୧୬ ରାଜ୍ୟ ଓ ୧୫ଟି ମନ୍ତ୍ରାଳୟର ପ୍ରଜ୍ଞାପନ ମେଢ଼ ଭାଗ ନେଇଥିଲେ। ବିଭିନ୍ନ ରାଜ୍ୟର ସାଂସ୍କୃତିକ ବିବିଧତା ସହ ଦେଖିବାକୁ ମିଳିଥିଲା ମହାକୁମ୍ଭର ଝଲକ। ଏଥର ଏକାସଙ୍ଗେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜଲୱା ଦେଖାଇଥିଲେ ୫ ହଜାର କଳାକାର। 

Advertisment

ପ୍ରତିବର୍ଷ ପରି ସାଧାରଣତନ୍ତ୍ର ଦିବସ ଜାତୀୟ ସମାରୋହ କାର୍ଯ୍ୟକ୍ରମ ପୂର୍ବରୁ ପ୍ରଥମେ ୱାର ମେମୋରିଆଲ୍ ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

ଅଧିକ ପଢ଼ନ୍ତୁ: ବିଶ୍ୱ ଦେଖିଲା ଭାରତର ପରାକ୍ରମ, ପରଖିଲା ସେନାର ଶୌର୍ଯ୍ୟ

Delhi Republic Day Celebrations Republic Day Celebrations
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ