Advertisment

Makar Sankranti: ମକର ପାଇଁ ଉତ୍ସବମୁଖର ଉତ୍ତର ଓଡ଼ିଶା; ମେଲିଛି ମିଠା ପସରା, ଘର ମୁହାଁ ପ୍ରବାସୀ

ବସଷ୍ଟାଣ୍ଡ ହେଉ କି ରେଳ ଷ୍ଟେସନ୍ ସବୁଠି ହାଉଯାଉ ଭିଡ଼। ଯାତ୍ରୀଙ୍କ ମୁହଁରେ ହସ ମନରେ ଉତ୍ସାହ। ହେବନି ବା କେମିତି ଏବେ ପରା ଘର ବାହୁଡା ବେଳ। ରାତି ପାହିଲେ ମକର ସଂକ୍ରାନ୍ତି ଖାସ ଏଇଥିପାଇଁ ତ ଭିଟାମାଟି ମୁହାଁ ପ୍ରବାସୀ।

ଅଦ୍ୟତନ ହୋଇଛି
MAKARA

MAKARA

Advertisment

ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ଉତ୍ତର ଓଡ଼ିଶା। ଖାସ କରି ବାଲେଶ୍ବର ମୟୂରଭଞ୍ଜରେ ହାଟ ବଜାରରେ ଏବେ ଗୁଡି ଆଉ ଭଳିକି ଭଳି ମିଠାର ପସରା। ପୁଣି ଷ୍ଟେସନ୍ ବଜାରରେ ପ୍ରବଳ ଗହଳି। କାରଣ ଆପଣାର ମଣିଷ ସହ ମକର ପାଳିବାକୁ ଏବେ ଘର ମୁହାଁ ପ୍ରବାସୀ।

Advertisment

ବସଷ୍ଟାଣ୍ଡ ହେଉ କି ରେଳ ଷ୍ଟେସନ୍ ସବୁଠି ହାଉଯାଉ ଭିଡ଼। ଯାତ୍ରୀଙ୍କ ମୁହଁରେ ହସ ମନରେ ଉତ୍ସାହ। ହେବନି ବା କେମିତି ଏବେ ପରା ଘର ବାହୁଡା ବେଳ। ରାତି ପାହିଲେ ମକର ସଂକ୍ରାନ୍ତି ଖାସ ଏଇଥିପାଇଁ ତ ମାଟି ମୁହାଁ ପ୍ରବାସୀ। ଦାନା ପାଇଁ ଦାଦନ ଯାଇଥିବା ଏମିତି ଶହ ଶହ ପ୍ରବାସୀଙ୍କ ଭିଡ ଏବେ ବାଲେଶ୍ବର ବସଷ୍ଟାଣ୍ଡ, ଷ୍ଟେସନରେ। ଯିଏ ଯେଉଁଠି ଥିଲେ ବି ଗାଁକୁ ଫେରୁଛନ୍ତି ପରିବାର ସହ ମକର ଉତ୍ସବ ପାଳିବାକୁ।

ବିଶେଷ କରି ଉତ୍ତର ଓଡିଶାର ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ଧୁମଧାମରେ ପାଳନ ହୁଏ ମକର। ମେଳା ଲାଗେ, ଆକାଶରେ ଗୁଡି ଉଡେ ଘରେ ଘରେ ହୁଏ ପିଠାପଣା। ଆଦିବାସୀ ପରମ୍ପରାରେ ମକରର ରହିଛି ସ୍ବତନ୍ତ୍ର ସ୍ଥାନ। ନାଚ ଗୀତ ସହ ଜମେ ଭୋଜିଭାତ। ଖାଲି ଗୁଡି ଉଡା ନୁହେଁ ମକର ସଂକ୍ରାନ୍ତି ଆସିଲେ ଖୋଜାପଡେ ବାଲେଶ୍ବରୀ ଗଜା ସାଙ୍ଗକୁ ତିଳଉ ମିଠା। ବନ୍ଧୁଘର, ଝିଅଘରକୁ ଭେଟି ଦିଆଯାଏ ଏସବୁ ମିଠା। ଖାଲି ମାଟିର ମଣିଷ ମାଟିକୁ ଫେରେନି ପଡୋଶୀ ପଶ୍ଚିମବଙ୍ଗ ପର୍ଯ୍ୟଟକ ବି ମକର ମେଳାରେ ଭିଡ ଜମାନ୍ତି ।

Advertisment

Balasore Makar Sankranti
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ