Advertisment

ଜର୍ଜିଆରେ ଉତ୍କଳ ଦିବସ ପାଳିତ: ମୁଖ୍ୟ ଆକର୍ଷଣ ଓଡ଼ିଶାର କଳା ଓ ଓଡ଼ିଆ ଖାଦ୍ୟ

କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଓଲିଉଡ ଗୀତରେ ନୃତ୍ୟ ପରିବେଷଣ କରାଯାଇଥିଲା। ଓଡ଼ିଶାର କଳା, ଭାସ୍କର୍ଯ୍ୟକୁ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯାଇଥିଲା।

ଅଦ୍ୟତନ ହୋଇଛି
Utkal divas Celebration In Georgia

Utkal divas Celebration

Advertisment

ବିଦେଶରେ ପାଳିତ ହେଲା ଉତ୍କଳ ଦିବସ। ଜର୍ଜିଆରେ ଓଡ଼ିଆ ସୋସାଇଟି (OSA-Georgia) ପକ୍ଷରୁ ଧୁମଧାମରେ ପାଳିତ ହୋଇଛି ଉତ୍କଳ ଦିବସ। ଏହି ଅବସରରେ ୩ ଶହରୁ ଅଧିକ ପ୍ରବାସୀ ଓଡ଼ିଆ ଓ ସେମାନଙ୍କ ପରିବାର ଉତ୍ସବରେ ଯୋଗ ଦେଇଥିଲେ। ସୁଗାର ହିଲ୍‌ରେ ଥିବା ଲାନିୟର ହାଇସ୍କୁଲ ଅଡିଟରିଅମରେ ଏହି ଉତ୍ସବ ପାଳିତ ହୋଇଥିଲା।

Advertisment

ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଓଲିଉଡ ଗୀତରେ ନୃତ୍ୟ ପରିବେଷଣ କରାଯାଇଥିଲା। ଓଡ଼ିଶାର କଳା, ଭାସ୍କର୍ଯ୍ୟକୁ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯାଇଥିଲା। ଓଡିଶୀ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟକୁ ଉପସ୍ଥିତ ଦର୍ଶକ ଖୁବ ଉପଭୋଗ କରିଥିଲେ।

ଅଧିକ ପଢ଼ନ୍ତୁ: ତିନି ଦଶନ୍ଧିର ବିପ୍ଳବ ପରେ ମିଳିଲା ସ୍ୱତନ୍ତ୍ର ଓଡ଼ିଶା

ଏହି ଅବସରରେ ଦହିବରା ଆଳୁଦମ ସବୁଠୁ ମୁଖ୍ୟ ଆକର୍ଷଣ ହୋଇଥିଲା।  ଏହାସହ ଓଡ଼ିଆ ଖାଦ୍ୟକୁ ନେଇ ରାତ୍ରୀ ଭୋଜନ ବ୍ୟବସ୍ଥା ହୋଇଥିଲା। ଛେନା ତରକାରୀ ଓ ଆଳୁ ପୋଟଳ ରସା ଭେଜିଟେରିଆନ୍‌ଙ୍କୁ ଆକୃଷ୍ଟ କରିଥିଲା। ଏହି ଅବସରରେ ଗପସପର ମଧ୍ୟ ଆୟୋଜନ କରାଯାଇଥିଲା। ପ୍ରବାସୀ ଓଡ଼ିଆମାନେ ସୁସ୍ୱାଦୁ ଭୋଜନ ସହ ଗପସପର ମଜା ନେଇଥିଲେ।

Advertisment

ତେବେ ଏଭଳି ନିଆରା କାର୍ଯ୍ୟକ୍ରମକୁ ଚାଲୁ ରଖିବା ପାଇଁ ସମସ୍ତେ ଅନୁରୋଧ କରିଥିଲେ। ଏଥର ଉତ୍କଳ ଦିବସକୁ ପଣା ସଂକ୍ରାନ୍ତିର ଏକ ସପ୍ତାହ ପରେ ଅକ୍ଷୟ ତୃତୀୟାରେ ପାଳନ କରାଯାଇଛି। ଯାହା ଦ୍ୱାରା ଏପ୍ରିଲ ମାସଟି ସାରା ଓଡ଼ିଆଙ୍କ ସ୍ୱତନ୍ତ୍ର ବୋଲି କୁହାଯାଇଛି।    

Utkal Divas Utkal Dibasa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ