ତରଙ୍ଗର ୨ଦିନିଆ ସିନେ କନକ୍ଲେଭ୍ ‘ତରଙ୍ଗ ସିନେ ଫ୍ଲିକ୍ସ’, ପ୍ରଦର୍ଶିତ ହେବ ୧୦ ରାଜ୍ୟର ଫିଲ୍ମ

୧୧ ଓ ୧୨ରେ ତରଙ୍ଗ ପକ୍ଷରୁ ୨ଦିନିଆ ସିନେ କନକ୍ଲେଭ୍ । ପ୍ରଦର୍ଶିତ ହେବ ଆଞ୍ଚଳିକ ଭାଷାର ସିନେମା ।

Taranga Cine Flix

ଆଞ୍ଚଳିକ ଭାଷାର ସିନେମାକୁ ନେଇ ଭୁବନେଶ୍ୱର ରେ ଆୟୋଜିତ ହେଉଛି ତରଙ୍ଗ ସିନେ ଫ୍ଲିକ୍ସ । ତରଙ୍ଗ ପକ୍ଷରୁ ଆସନ୍ତା ୧୧ ଏବଂ ୧୨ ଦୁଇ ଦିନ ଧରି ଚାଲିବ ଆଞ୍ଚଳିକ ଭାଷାର ଏହି ସିନେ କନକ୍ଲେଭ୍ । ଏଥିରେ ଭାରତର ୧୦ଟି ଆଞ୍ଚଳିକ ଭାଷାରେ ସିନେମା ପ୍ରଦର୍ଶିତ ହେବ । କାର୍ଯ୍ୟକ୍ରମରେ ୨୦ ଜଣ ଜଣାଶୁଣା ସିନେ ନିର୍ମାତା ଯୋଗ ଦେବେ । ଓଡ଼ିଆ, ବଂଗଳା, ତେଲୁଗୁ, ତାମିଲ, କନ୍ନଡ, ମାଲାୟଲାମ ଭଳି ଆଂଚଳିକ ଭାଷାର ଫିଲ୍ମ ତରଙ୍ଗ ସିନେ ଫ୍ଲିକ୍ସରେ ପ୍ରଦର୍ଶନ କରାଯିବ । ତରଙ୍ଗ ସିନେ ଆୱାର୍ଡ ଏବଂ ତରଙ୍ଗ ସିନେ ଉତ୍ସବ ପୂର୍ବରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ତରଙ୍ଗ ସିନେ ଫ୍ଲିକ୍ସ ଆୟୋଜନ କରାଯାଉଛି ।