• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରଥ ଉପରେ ସୁନାବେଶରେ ଦର୍ଶନ ଦେବେ ତିନି ଠାକୁର

  • ଏଥର ବି ବିନା ଭକ୍ତରେ ମହାପ୍ରଭୁଙ୍କ ସୁନାବେଶ

  • ଶ୍ରୀମନ୍ଦିର ଚାରିପାଖରେ ସୁରକ୍ଷା କଡାକଡି

  • ସଂଯୋଗ ରାସ୍ତାରେ ୧୪୪ ଧାରା ଜାରି

  • ସୁରୁଖୁରୁରେ ସରିଲା ମହାପ୍ରଭୁଙ୍କ ବାହୁଡା ଯାତ୍ରା

ପୁରୀ : ଶ୍ରୀକ୍ଷେତ୍ରରେ ଆଜି ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେବେ ତିନି ଠାକୁର । ଶ୍ରୀଜିଉଙ୍କ ଏହି ଅପରୂପ ବେଶ ଦେଖିବାକୁ ଶ୍ରଦ୍ଧାଳୁ ଅପେକ୍ଷା କରିଛନ୍ତି । ତେବେ ଗତବର୍ଷ ଭଳି ଏଥର ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସୁନାବେଶ ହେବ । ସେପଟେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ସୁରୁଖୁରୁରେ ସରିଛି ବାହୁଡାଯାତ୍ରା । ଜନ୍ମବେଦୀରେ ସବୁ ଲୀଳାଖେଳା ସାରି ଗତକାଲି ନୀଳକନ୍ଦର ଫେରିଛନ୍ତି ମହାବାହୁ । କୋଭିଡ୍ କଟକଣା ସତ୍ତ୍ୱେ ଶୃଙ୍ଖଳିତ ନୀତିକାନ୍ତି ପାଇଁ ନିର୍ଦ୍ଧାରିତ ସମୟ ଆଗରୁ ସିଂହଦ୍ୱାର ସମ୍ମୁଖରେ ଲାଗିଥିଲା ୩ ରଥ ।

ଏପଟେ ସୁନାବେଶ ପାଇଁ ସହରର କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିଛି । ମାର୍କେଟ୍ ଛକ, କାକୁଡି ଖାଇ ଛକ ସମେତ ଶ୍ରୀମନ୍ଦିର ସହ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ୨୪ ତାରିଖ ସକାଳ ୬ଟା ଯାଏଁ ଜାରି ରହିବ କଟକଣା । ଶ୍ରୀଜିଉଙ୍କ ସୁନାବେଶ, ଅଧରପଣା ଏବଂ ନିଳାଦ୍ରୀବିଜେ ପାଇଁ ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ସେପଟେ ଏସବୁ ଅଂଚଳକୁ ଛାଡିଦେଲେ ପୁରୀ ପୌରାଞ୍ଚଳର ଅନ୍ୟ ସମସ୍ତ ଅଂଚଳରୁ କର୍ଫ୍ୟୁକୁ ହଟାଇ ଦିଆଯାଇଛି ।

ସେହିପରି ପୁରୀ ବେଳାଭୂମିର ଝୁରା ବାଲିରେ ଜଗତରନାଥ ଜଗନ୍ନାଥଙ୍କ ସୁନାବେଶର ଏକ ପ୍ରତିକୃତି ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅନ୍ୟପଟେ ବାଲୁକା ଆନିମେସନରେ ପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ବଡ ଭାଇ ବଳଭଦ୍ରଙ୍କୁ ସୁନାବେଶରେ ଦର୍ଶାଇଛନ୍ତି ଆନ୍ତର୍ଜାତୀକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଏହାକୁ ତିଆରି କରିବାକୁ ତାଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା । ଏବର୍ଷ ବଡଦାଣ୍ଡରେ ଘର ହୋଇ ମଧ୍ୟ ଠାକୁରଙ୍କୁ ଦେଖିବାରୁ ବଞ୍ଚିତ ହୋଇଥିବାରୁ ନିଜ ବାଲୁକା କଳା ମାଧ୍ୟମରେ ନିଜେ ଦର୍ଶନ କରିବା ସହ ଜଗନ୍ନାଥପ୍ରେମୀଙ୍କୁ ଶ୍ରୀଜିଉଙ୍କ ସୁନାବେଶର ଦର୍ଶନ କରାଇଛନ୍ତି ।