• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

କୁନିକୁନି ପିଲାଙ୍କ ହାତରେ କାଦୁଅ । ଆଉ ସେହି କାଦୁଅରେ ଗଢ଼ା ଚାଲିଛି ଶ୍ରୀ ଗଣେଶଙ୍କ ମୂର୍ତ୍ତି । ଚଳ ଚଞ୍ଚଳ ଶିକ୍ଷାନୁଷ୍ଠାନ । ଶିକ୍ଷକ ଓ ଛାତ୍ରଛାତ୍ରୀ ବି ଗଣେଶ ମୂର୍ତ୍ତି ତିଆରି କରିବାରେ ମସଗୁଲ । କାରଣ ରାତି ପାହିଲେ ଗଣେଶ ପୂଜା । ଆଉ ସେଇଥି ପାଇଁ ବିଘ୍ନ ବିନାଶକଙ୍କ ମୂର୍ତ୍ତି ତିଆରି କରିବାରେ ଲାଗିପଡ଼ିଛନ୍ତି ଏମାନେ ।

ମାଟିର ମୂର୍ତ୍ତିକୁ ନେଇ ସଚେତନତା କରାଯାଉଛି । ପରିବେଶ ସୁରକ୍ଷା ପାଇଁ ବାର୍ତ୍ତା ଦେଉଛନ୍ତି ଏମାନେ । ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ପରିବର୍ତ୍ତେ ମାଟିରେ ମୂର୍ତ୍ତି ତିଆରି କରାଯାଉଥିବାବେଳେ କେମିକାଲ କଲର ବଦଳରେ ହାତ ତିଆରି ରଙ୍ଗରେ ଗଣେଶଙ୍କ ମୂର୍ତ୍ତିକୁ ଚିତ୍ରିତ କରାଯାଉଛି । ଏପରି ଇକୋ ଫ୍ରେଣ୍ଡଲି ଗଣେଶ ପୂଜା ପାଳିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା କରିଛନ୍ତି ବ୍ରହ୍ମପୁର ଉପକଣ୍ଠ ଗୁଣ୍ଠବନ୍ଧ ଅଞ୍ଚଳର ଆଞ୍ଚଳିକ ସବୁଜ ବାହିନୀର ସଦସ୍ୟ ।

ଗଣେଶଙ୍କ ମାଟିର ମୂର୍ତ୍ତିକୁ ତିଆରି କରିବାକୁ ଛାଞ୍ଚର ସହାୟତ ନେଇଛନ୍ତି ଛାତ୍ରଛାତ୍ରୀ । ଆଉ ସେଥିରେ ସଜନା ଛୁଇଁର ମଞ୍ଚି ବ୍ୟବହାର କରାଯାଉଛି । କାରଣ ମୂର୍ତ୍ତି ବିସର୍ଜନ ହେବା ପରେ ଏଥିରୁ ଗଛ ସୃଷ୍ଟି ହେବ । ଏବଂ ସେଥିରୁ ଶାଗ ଖାଇ ଲୋକମାନେ ପୋଷଣ ପାଇପାରିବେ । ଛାତ୍ରଛାତ୍ରୀଙ୍କ ହାତରେ ଗଢ଼ା ହୋଇଥିବା ଏହି ଇକୋ ଫେ୍ରଣ୍ଡଲି ଗଣେଶ ମୂର୍ତ୍ତକୁ ସବୁଠି ପ୍ରଶଂସା କରାଯାଇଛି ।

 

OTV is now on Whatsapp

Join and get latest news update delivered to you via whatsapp

Join Now