Advertisment

Samba Dashami: ଶାମ୍ବଦଶମୀରେ ସୌର ମହାଯଜ୍ଞ ଓ ସୂର୍ଯ୍ୟ ରଥଯାତ୍ରା, ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ

ସୂର୍ଯ୍ୟ ଉପାସକ ଓ ଶ୍ରଦ୍ଧାଳୁ ମାନେ କୋଣାର୍କରେ ପୁରାଣ ବର୍ଣ୍ଣିତ ସୂର୍ଯ୍ୟ ରଥଯାତ୍ରାରେ ସାମିଲ ହୋଇ ଅନନ୍ତ ଅବଧୂତ ମଠରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ରଥ ଟାଣିଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
konark

konark

ପବିତ୍ର ପୌଷ ମାସ ଶୁକ୍ଳ ପକ୍ଷ ଶାମ୍ବଦଶମୀରେ ଘରେ ଘରେ ସୂର୍ଯ୍ୟ ପୂଜା ଅନୁଷ୍ଠିତ ହେବା ସହ ପ୍ରତ୍ୟୁଷରେ କୋଣାର୍କର ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ସୁର୍ଯ୍ୟୋଦୟ ଦର୍ଶନ କରିଛନ୍ତି । ଏଥିସହ ସୂର୍ଯ୍ୟ ଉପାସକ ଓ ଶ୍ରଦ୍ଧାଳୁ ମାନେ କୋଣାର୍କରେ ପୁରାଣ ବର୍ଣ୍ଣିତ ସୂର୍ଯ୍ୟ ରଥଯାତ୍ରାରେ ସାମିଲ ହୋଇ ଅନନ୍ତ ଅବଧୂତ ମଠରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ରଥ ଟାଣିଛନ୍ତି ।

Advertisment

ପବିତ୍ର ଶାମ୍ବ ଦଶମୀରେ ଘରେ ଘରେ ମହିଳା ମାନେ ନିଜ ପରିବାରକୁ ବ୍ୟାଧି ମୁକ୍ତ ରଖିବା ପାଇଁ ପ୍ରାତଃ ସୂର୍ଯ୍ୟ, ମଧ୍ୟାହ୍ନ ସୂର୍ଯ୍ୟ ଓ ଅପରାହ୍ନ ସୂର୍ଯ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ସକାଳେ କାକରା, ପୋଡ଼ ପିଠା ଭୋଗ, ମଧ୍ୟାହ୍ନରେ ଅନ୍ନ ଖିରୀଭୋଗ ଓ ଅପରାହ୍ନରେ ବଜ୍ର ମହାକାଳଙ୍କ ଉଦେଶ୍ୟରେ ଆମିଷ ଭୋଗ କରିଥାନ୍ତି। ଏହି ପବିତ୍ର ଦିନରେ ଅର୍କକ୍ଷେତ୍ର ବା କୃଷ୍ଣ ପୁତ୍ର ଶାମ୍ବଙ୍କ ଉପାସନା ପୀଠ କୋଣାର୍କରେ ଶାମ୍ବ ଦଶମୀ ଧୁମଧାମରେ ପାଳିତ ହୋଇଯାଇଛି ।

ଏହି ଅବସରରେ ସ୍ଥାନୀୟ ଅନନ୍ତ ଅବଧୂତ ମଠ ଠାରୁ ଚନ୍ଦ୍ରଭଗା ପର୍ଯ୍ୟନ୍ତ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସକାଳୁ ହୋମ ଓ ସ୍ଵତନ୍ତ୍ର ନୀତି ପରେ ରଥରେ କଳସ ସ୍ଥାପନ ଓ ସୂର୍ଯ୍ୟ ବିଗ୍ରହଙ୍କୁ ରଥାରୂଢ କରାଯାଇଥିଲା । ରଥ ଉପରେ କାକରା ,108 ବରା ଓ ପୋଡପିଠା ଲାଗି ହୋଇଥିଲା। ମଠ ମହନ୍ତ ଛେରା ପହଁରା କରିବା ପରେ ଶତାଧିକ ଶ୍ରଦ୍ଧାଳୁ ଆନନ୍ଦ ଉଲ୍ଲାସରେ ରଥ ଟାଣି ଥିଲେ। ଏହି ରଥ ୨୭ ଦିନ ପର୍ଯ୍ୟନ୍ତ ଚନ୍ଦ୍ରଭାଗ।ରେ ରହି ୨୭ ନକ୍ଷତ୍ରରେ ପୂଜାର୍ଚ୍ଚନା କରାଯାଇ ମାଘ ସପ୍ତମିରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ। ଏହି ପବିତ୍ର ଦିନରେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ସୌର ମହାଯଞ୍ଜ ଓ ସୂର୍ଯ୍ୟ ମନ୍ଦିର ପରିକ୍ରମା କରାଯାଇଥିଲା। ଗୁରୁବାର ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ ରହିଥିଲା।

Advertisment

ପୌରାଣିକ ମାତାନୁସାରେ ଦ୍ଵାପର ଯୁଗରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଶ୍ରାପ ଜନିତ ବ୍ୟାଧିରୁ ମୁକ୍ତି ପାଇଁ କୋଣାର୍କ ତଥା ତତ୍କାଳୀନ ମୈତ୍ରେୟ ବନରେ ସୂର୍ଯ୍ୟ ଉପାସନା କରିଥିଲେ। ଶାମ୍ବ ଚନ୍ଦ୍ରଭାଗା ନଦୀରେ ସ୍ନାନ କଲା ବେଳେ ମିତ୍ରାଦିତ୍ୟ ବା ସୂର୍ଯ୍ୟ ମହାପ୍ରଭୁଙ୍କ ମଣିବିଗ୍ରହ ପ୍ରାପ୍ତ ହୋଇ ବ୍ୟାଧି ମୁକ୍ତ ହୋଇଥିଲେ। ଶାମ୍ବ ହିଁ ପ୍ରଥମେ ଶାକଲ୍ୟ ଦ୍ବୀପରୁ ବ୍ରାହ୍ମଣ ମାନଙ୍କୁ ଆଣି ବିଗ୍ରହ ପୂଜା ଆରମ୍ଭ କରି ସୂର୍ଯ୍ୟ ରଥଯାତ୍ରା ଆରମ୍ଭ କରିଥିଲେ। ଯେଉଁଥିପାଇଁ ପରବର୍ତ୍ତୀ ଅବସ୍ଥାରେ ରଥାକୃତି ସୂର୍ଯ୍ୟ ମନ୍ଦିର ନିର୍ମାଣ ହୋଇଥିଲା।

Konark
Advertisment
Advertisment