Advertisment

Snana Purnima: ବୁଧବାର ସ୍ନାନ ଯାତ୍ରା, ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତା

ପାଖେଇ ଆସୁଛି ରଥ । ଦିନକ ପରେ ସ୍ନାନ । ପ୍ରସ୍ତୁତି ସାରିବାକୁ ସରକାର ତର ତର, ଆକ୍ସନ ମୋଡରେ ପ୍ରଶାସନ । ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ପୁରୀରେ ବସିଥିବା ଦ୍ବିତୀୟ ରଥ ସମନ୍ବୟ ବୈଠକରେ ଶୃଙ୍ଖଳିତ ଘୋଷଯାତ୍ରା ସାଙ୍ଗକୁ ଭକ୍ତଙ୍କ ସୁରକ୍ଷାକୁ ଦିଆଯାଇଛି ସର୍ବାଗ୍ରେ ଗୁରୁତ୍ବ ।

undefined

ଶ୍ରୀମନ୍ଦିରରେ ଦଇତା ପ୍ରବେଶ

Advertisment

ବୁଧବାର ସ୍ନାନ ପୂର୍ଣ୍ଣମୀ, ୨୭ରେ ଘୋଷଯାତ୍ରା । ଚଳିତବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ଲାଗି ପଡ଼ିଛନ୍ତି ସରକାର । ଆଜି ବସିଥିଲା ଦ୍ବିତୀୟ ରଥ ସମନ୍ବୟ ବୈଠକ । ଏଥିରେ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ, ସ୍ବାସ୍ଥ୍ୟ ସେବା ଓ ଆଇନଶୃଙ୍ଖଳାକୁ ଗୁରୁତ୍ବ ଦିଆଯାଇ, ବିଭିନ୍ନ ବିଭାଗ ମଧ୍ୟରେ ସନନ୍ବୟ ରଖି ଅଦ୍ୟାବଧି ପ୍ରାୟ ୮୦ ପ୍ରତିଶତ କାମ ସରିଗଲାଣି ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ଏଥର ସ୍ନାନ ପୂର୍ଣ୍ଣମୀରେ ପୁରୀରେ ୭୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ, ଚାଲିବ ୩୬୫ ସ୍ପେଶାଲ ଟ୍ରେନ୍। ତେଣେ ସ୍ନାନ ମଣ୍ଡପ ସଜେଇ ହେଉଥିବାବେଳେ ଆଜି ଶ୍ରୀମନ୍ଦିରରେ ହୋଇଛି ଦଇତା ପ୍ରବେଶ ।

Advertisment

ଅଧିକ ପଢ଼ନ୍ତୁ: ସ୍ନାନଯାତ୍ରାରେ AI କ୍ୟାମେରା ବ୍ୟବସ୍ଥା, ଅସୁବିଧାରେ ପଡିବେନି ଶ୍ରଦ୍ଧାଳୁ

ପାଖେଇ ଆସୁଛି ରଥ । ଦିନକ ପରେ ସ୍ନାନ । ପ୍ରସ୍ତୁତି ସାରିବାକୁ ସରକାର ତର ତର, ଆକ୍ସନ ମୋଡରେ ପ୍ରଶାସନ । ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ପୁରୀରେ ବସିଥିବା ଦ୍ବିତୀୟ ରଥ ସମନ୍ବୟ ବୈଠକରେ ଶୃଙ୍ଖଳିତ ଘୋଷଯାତ୍ରା ସାଙ୍ଗକୁ ଭକ୍ତଙ୍କ ସୁରକ୍ଷାକୁ ଦିଆଯାଇଛି ସର୍ବାଗ୍ରେ ଗୁରୁତ୍ବ । ରଥବେଳେ କୌଣସି ଭକ୍ତଙ୍କର ପୁରୀ ପୌର ପାଳିକା ପରିସୀମାରେ ମୃତ୍ୟୁ ଘଟିଲେ, ମିଳିବ ବୀମା କ୍ଷତିପୂରଣ ।

Advertisment

ତେଣେ କୋଭିଡ୍ ପୁଣି ଫଁ କାଢିଥିବାରୁ ଏଥିପାଇଁ ଆଗୁଆ ଯତ୍ନବାନ ବି ହୋଇଛି ସ୍ବାସ୍ଥ୍ୟ ବିଭାଗ । ଦରକାର ପଡ଼ିଲେ ରଥ ଯାତ୍ରାବେଳେ ସମସ୍ତଙ୍କୁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯିବା ନେଇ ବି ଆଲୋଚନା ଚାଲିଛି । ସେହିପରି ଅଂଶୁଘାତ ମୁକାବିଲା ପାଇଁ ଚଳିତବର୍ଷ ଓଆରଏସ କର୍ଣ୍ଣର ଖୋଲିବାକୁ ନିଷ୍ପତ୍ତି ହୋଇଛି । ଛୋଟବଡ଼ ଦୁର୍ଘଟଣାରେ ଆହତ ଓ ଅସୁସ୍ଥଙ୍କ ପାଇଁ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ୫୦ରୁ ଅଧିକ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ। ୨୯ଟି ଆମ୍ବୁଲାନ୍ସ ୨୪ ଘଣ୍ଟା ତୟାର ରହିବେ। ୩ ଶହ ଡାକ୍ତର ନିୟୋଜିତ ରହିବେ।

ସେହିପରି ବାସୀଖାଦ୍ୟ ବିକ୍ରିକୁ କଡ଼ା କଡ଼ି ଯାଞ୍ଚ କରାଯିବ, ବିଶୁଦ୍ଧ ଜଳ ଯୋଗାଣ ଉପରେ ବି ରହିବ ଫୋକସ୍। ଭ୍ରାମ୍ୟମାଣ ଟୟଲେଟ୍ ବ୍ୟବସ୍ଥା ବି କରାଯିବ। ବୈଠକ ପରେ ଆଇନ ମନ୍ତ୍ରୀ କହିଛନ୍ତି ପ୍ରାୟ ୮୦ ପ୍ରତିଶତ ପ୍ରସ୍ତୁତି କାର୍ଯ୍ୟ ଶେଷ ହେଲାଣି। ସବୁ ବିଭାଗ ମଧ୍ୟରେ ସମନ୍ବୟରେ କାର୍ଯ୍ୟ ଆଗେଇ ଚାଲିଛି। ସେହିପରି ସ୍ନାନ ଯାତ୍ରାଠୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ- ପୁରୀ ସହରରେ ନିରବଛିନ୍ନ ଜଳ ଯୋଗାଣ ସହ ବିଦ୍ୟୁତ୍ ଯୋଗାଣ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଥିଲା। ଏଥର ୩ଟି ଗ୍ରୀଡ୍ ଷ୍ଟେସନ ମାଧ୍ୟମରେ ଶ୍ରୀକ୍ଷେତ୍ରକୁ ଅହନ୍ନିଶି ବିଦ୍ୟୁତ୍ ଯୋଗାଣ ହେବ ।

Advertisment

ବୁଧବାର ସ୍ନାନ ପୂର୍ଣ୍ଣମୀ। ସଜେଇ ହେଲାଣି ସ୍ନାନ ମଣ୍ଡପ, ଶ୍ରୀମନ୍ଦିରରେ ହୋଇଛି ଦଇତା ପ୍ରବେଶ। ରାତିରେ କୋଠ ସୁଆଁସିଆ ରତ୍ନ ସିଂହାସନକୁ ଚାରମାଳ ବାନ୍ଧିବା ପରେ କାଲି ସକାଳୁ ଚାଲିବ ସେନାପଟା ଲାଗି ଓ ବାହୁଟ କଣ୍ଟ ନୀତି । ଏହା ଗୁପ୍ତ ନୀତି ହୋଇଥିବାରୁ ସର୍ବ ସାଧାରଣ ଦର୍ଶନ ଅପରାହ୍ନ ୨ଟା ଯାଏଁ ବନ୍ଦ ରହିପାରେ । ବୁଧବାର ଭୋର ସାଢ଼େ ୪ଟାରେ ମଙ୍ଗଳାର୍ପଣ ହେବା ପରେ ୫ଟାରୁ ସ୍ନାନ ପହଣ୍ଡି ଆରମ୍ଭ ହୋଇ ୭ଟା ଭିତରେ ସରିବ । ମଧ୍ୟାହ୍ନ ସାଢ଼େ ୧୨ଟାରୁ ଦିନ ଗୋଟାଏ ୪୫ ମିନିଟ୍ ଭିତରେ ଜଳ ଲାଗି, ସାଢ଼େ ୩ଟାରେ ଛେରା ପହଁରା ଓ ୪ଟା ୩୦ରେ ହାତୀବେଶ ହେବ । ସନ୍ଧ୍ୟା ୭ଟା ୩୦ରୁ ରାତି ୧୦ଟା ୩୦ ଯାଏଁ ଚାଲିବ ସାହାଣମେଲା ଦର୍ଶନ । ସର୍ବସାଧାରଣ ଦର୍ଶନବେଳେ ଯେପରି ସେବକମାନେ ଠାକୁରଙ୍କ ଆଗରେ ଅଯଥା ଛିଡ଼ା ହେବେନି ସେ ନେଇ ତାଗିଦ୍ କରିଛି ଶ୍ରୀମନ୍ଦିର ପ୍ରଶାସନ ।

ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ହେବାକୁ ଥିବାରୁ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ଓ ଆଇନଶୃଙ୍ଖଳା ଉପରେ ସତର୍କ ଦୃଷ୍ଟି ରଖିଛି ପୁରୀ ପୋଲିସ୍। ସ୍ନାନ ପାଇଁ ଏଥର ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ଓ ସାରା ସହର ସିସିଟିଭି ନଜରରେ ରହିବ। ବସଷ୍ଟାଣ୍ଡରୁ ଭକ୍ତ ବଡ଼ଦାଣ୍ଡକୁ ଆସିବାକୁ ଏଥର ମାଗଣା ଅଟୋ ସେବା ବ୍ୟବସ୍ଥା କରାଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ।୨୦୨୫ ରଥଯାତ୍ରା ପାଇଁ ଏଥର ୩୬୫ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଇବ ରେଳ ବିଭାଗ ।

ଅଧିକ ପଢ଼ନ୍ତୁ: ସଜେଇ ହେବ କାଳିଆ, ଦାସିଆ ପୀଠରୁ ଆସିବ ତୁଳସୀ

Srimandir Law Minister Snana Purnima Puri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ