Advertisment

'ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ସାଥୀ ହୋଇଛି ବ୍ରେଲ୍ ଲିପି'

ରାଜଧାନୀ ଭୁବନେଶ୍ୱରରେ ପାଳିତ ହେଲା ବିଶ୍ୱ ବ୍ରେଲ୍ ଦିବସ।

ଅଦ୍ୟତନ ହୋଇଛି
SISER celebrates World Braille Day

SISER celebrates World Braille Day

Advertisment

ଭୁବନେଶ୍ୱର ୟୁନିଟ୍ -୮ ସ୍ଥିତ ରାଜ୍ୟ ସ୍ୱତନ୍ତ୍ର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ(SISER) ପକ୍ଷରୁ ବିଶ୍ଵ ବ୍ରେଲ୍‌ ଦିବସ ଏବଂ ବ୍ରେଲ୍ ଲିପିର ଉଦ୍ଭାବନ ଲୁଇସ୍ ବ୍ରେଲ୍‌ଙ୍କ ୨୧୪ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକମାନଙ୍କ ଦ୍ଵାରା ଲୁଇ ବ୍ରେଲଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଲୁଇ ବ୍ରେଲ୍‌ଙ୍କ ଉଦ୍ଦେଶ୍ୟରେ ସୁନ୍ଦର ଗୀତ ପରିବେଷଣ କରାଯାଇଥିଲା।

Advertisment

କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରେମାନନ୍ଦ ମିଶ୍ର, ଅଧ୍ୟାପକ ମୁରଲୀଧର ଦାସ, ଅଧାପକ ମଇବରାମ ବିରେନ୍‌ ସିଂ, ଏବଂ ଏଡିଟର କମ୍ ରେକଡିଷ୍ଟ୍ ଓମ୍ ପ୍ରକାଶ ବେହେରା ଉପସ୍ଥିତ ରହି ଲୁଇବ୍ରେଲଙ୍କ ଉଦ୍ଦେଶ୍ୟରେ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ  କରିବା ସହ ବ୍ରେଲ୍‌ ଲିପିର ଉପକାରିତା କିଭଳି ଭାବେ ଦୃଷ୍ଟିବାଧିତ ବନ୍ଧୁମାନଙ୍କ ପାଇଁ ବ୍ରେଲ୍‌ ଲିପିର ଆବଶ୍ୟକତା ରହିଛି ସେ ସମ୍ପର୍କରେ ମତପୋଷଣ  କରିଥିଲେ। ଏହାସହ କିଭଳି ଦୃଷ୍ଟିବାଧିତ ପିଲାମାନଙ୍କୁ ବ୍ରେଲ୍‌ ଲିପିର ସାହାଯ୍ୟରେ ଶିକ୍ଷାଦାନ କରାଯାଇପାରିବ ଏବଂ ଲୁଇବ୍ରେଲ୍‌ଙ୍କ  ଅମରକୃତି ସମ୍ପର୍କରେ  ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ।

ଅଧିକ ପଢ଼ନ୍ତୁ: ରାଜ୍ୟପାଳ ଦେଲେ ନୂଆ ଜୀବନ : ଦୃଷ୍ଟିଶକ୍ତି ଫେରିପାଇଲେ ଦୁଇ ଦୃଷ୍ଟିବାଧିତ

Advertisment

ପରେ ଛାତ୍ରଛାତ୍ରୀମାନେ ମଧ୍ୟ ନିଜର ବକ୍ତୃତା  ମାଧ୍ୟମରେ ଲୁଇବ୍ରେଲ୍‌ଙ୍କୁ ମନେ ପକାଇଥିଲେ । ଏହାସହ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ କିରାଣୀ ବୈକୁଣ୍ଠନାଥ ମାଇତି , ଅନ୍ୟମାନଙ୍କ ମଧ୍ୟରେ ସୁସଂଧ୍ୟା ପଣ୍ଡା, ବାଳକୃଷ୍ଣ ପଟ୍ଟନାୟକ, ନଟବର ବେହେରା, ପ୍ରମୋଦ କୁମାର ସ୍ଵାଇଁ, ଗିଲ୍ବଟ୍ ଦାସ, ଚନ୍ଦ୍ରମା ସେଠୀ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନ କରିଥିଲେ। ଶେଷରେ ଲୁଇବ୍ରେଲଙ୍କ ଏହି ଅମରକୃତି ବ୍ରେଲ୍‌ ଲିପିକୁ ଧନ୍ୟବାଦ ଜ୍ଞାପନ ପୂର୍ବକ ସଭା ସମାପନ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ