Lingaraj Temple Rituals
ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜ ମନ୍ଦିରର ନୀତିକାନ୍ତି । ପ୍ରଶାସନର ହସ୍ତକ୍ଷେପ ପରେ ନୀତିକାନ୍ତି ସ୍ୱାଭାବିକ ହୋଇଛି । ମହାସ୍ନାନ ପରେ ପୁଣି ଆରମ୍ଭ ହେଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ସାହାଣମେଲା ଦର୍ଶନ କରାଇଥିବା ବଡୁ ସେବାୟତଙ୍କୁ ପଚରାଉଚରା ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ବିନା ମଙ୍ଗଳ ଆଳତିରେ ସାହାଣମେଲା ଦର୍ଶନ କରାଇଥିଲେ ବଡୁ ସେବାୟତ ।
ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଭ୍ରାଟକୁ ନେଇ ନୀତିକାନ୍ତି ବନ୍ଦ ରହିଥିଲା । ବିନା ମଙ୍ଗଳ ଆଳତିରେ ସାହାଣ ମେଲା ଦର୍ଶନକୁ ନେଇ ବିବାଦ ଦେଖାଦେଇଥିଲା । ମଙ୍ଗଳ ଆଳତି ପୂର୍ବରୁ ସାହାଣ ମେଲା ଦର୍ଶନ କରାଇଥିଲେ ବଡୁ ସେବାୟତ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ଏ ଘଟଣା କିଛି ନୂଆ ନୁହେଁ । ପୂର୍ବରୁ ମଧ୍ୟ ସେବାୟତଙ୍କ ବିବାଦ କାରଣରୁ ଅନେକ ଥର ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତିରେ ବିଭ୍ରାଟ ଦେଖାଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748683286.jpg)