/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728804542.jpg)
Ravana dead body still present in this cave srilanka
ପ୍ରତିବର୍ଷ ଶାରରୀୟ ନବରାତ୍ରୀ ଶେଷ ହେବା ପରେ ଦଶମୀ ତିଥିରେ ଦଶହରା ପର୍ବ ପାଳନ କରାଯାଏ, ଯାହାକୁ ବିଜୟାଦଶମୀ ମଧ୍ୟ କୁହାଯାଏ। ଦଶହରା ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ। ଭଗବାନ ଶ୍ରୀରାମ ଦଶମୀ ତିଥିରେ ଲଙ୍କାର ଅହଂକାରୀ ରାଜା ରାବଣଙ୍କୁ ବଦ୍ଧ କରିଥିଲେ।
ହିନ୍ଦୁ ଧର୍ମରେ ବିଜୟାଦଶମୀର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଅନେକ ସ୍ଥାନରେ ରାବଣର କୁଶପୁତଳିକାକୁ ଦହନ କରାଯାଇଥାଏ। ଏହି ଅବସରରେ, ଆମେ ଆପଣଙ୍କୁ ରାମାୟଣ ସହ ଜଡିତ କିଛି ରହସ୍ୟ ବିଷୟରେ କହିବୁ ଯାହା ହୁଏତ ଆପଣ ଜାଣି ନ ଥିବେ।
କୁହାଯାଏ ଯେ ଶ୍ରୀଲଙ୍କାରେ ଭଗବାନ ଶ୍ରୀରାମ ଏବଂ ରାବଣର ଲଙ୍କା ସହ ଜଡିତ ଅନେକ ପ୍ରତୀକ ଏବଂ ପ୍ରମାଣ ବର୍ତ୍ତମାନ ମଧ୍ୟ ରହିଛି। ପ୍ରତ୍ୟେକ ବ୍ୟକ୍ତି ଏ ବିଷୟରେ ଜାଣିବାକୁ ଇଚ୍ଛା କରନ୍ତି। ଶ୍ରୀଲଙ୍କାରେ ଥିବା ସ୍ଥାନଗୁଡ଼ିକ ପ୍ରଭୁ ଶ୍ରୀରାମ ଏବଂ ରାବଣ ସହ ଜଡିତ ଅନେକ ସତ୍ୟକୁ ପ୍ରକାଶ କରେ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଭଗବାନ ଶ୍ରୀରାମ ଦଶମୀ ଦିନ ରାବଣକୁ ବଦ୍ଧ କରିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1728804630.jpg)
ସୁରକ୍ଷିତ ଅଛି ରାବଣର ମୃତ ଶରୀର
ଏକ ଅନୁସନ୍ଧାନ ଅନୁଯାୟୀ, ପ୍ରାୟ ୫୦ଟି ଏପରି ସ୍ଥାନ ଅଛି ଯାହା ସହିତ ରାମାୟଣର ସମ୍ବନ୍ଧ ରହିଛି। ଏହି ଅନୁସନ୍ଧାନରେ କୁହାଯାଇଛି ଯେ ଶ୍ରୀଲଙ୍କାରେ ଥିବା ଏକ ପାହାଡରେ ନିର୍ମିତ ଗୁମ୍ଫାରେ ରାବଣର ମୃତ ଶରୀର ଏବେ ମଧ୍ୟ ସୁରକ୍ଷିତ ଅଛି। ଏହି ଗୁମ୍ଫା ଶ୍ରୀଲଙ୍କାର ରୈଗାଲ୍ ର ଘଞ୍ଚ ଜଙ୍ଗଲରେ ରହିଛି। ବିଶ୍ୱାସ କରାଯାଏ ଯେ ଭଗବାନ ଶ୍ରୀରାମ ୧୦ହଜାର ବର୍ଷ ପୂର୍ବେ ରାବଣକୁ ବଦ୍ଧ କରିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1728804674.jpg)
କେଉଁଠି ଅଛି ମୃତଦେହ:
ରିପୋର୍ଟ ଅନୁଯାୟୀ, ରାବଣର ମୃତଦେହକୁ ରୈଗଲା ଜଙ୍ଗଲରେ ୮ ହଜାର ଫୁଟ ଉଚ୍ଚରେ ଥିବା ଏକ ଗୁମ୍ଫାରେ ରଖାଯାଇଛି। ରାବଣର ଶରୀରକୁ ମମି କରାଯାଇଛି ଏବଂ ଏକ କଫିନ୍ରେ ରଖାଯାଇଛି ଯେଉଁଥିରେ ଏକ ବିଶେଷ ପ୍ରକାରର ପେଷ୍ଟ ପ୍ରୟୋଗ କରାଯାଇଛି। ଏହି କାରଣରୁ, ଏହା ହଜାର ହଜାର ବର୍ଷ ଧରି ସେମିତି ସୁରକ୍ଷିତ ରହିଛି।
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1728804731.jpg)
କଫିନ୍ର ଲମ୍ବ ଓ ପ୍ରସ୍ଥ:
ଶ୍ରୀଲଙ୍କାର ଆନ୍ତର୍ଜାତୀୟ ରାମାୟଣ ଅନୁସନ୍ଧାନ କେନ୍ଦ୍ର ଏହି ଅନୁସନ୍ଧାନ କରିଛି। ଏହି ଅନୁସନ୍ଧାନ ଅନୁଯାୟୀ, ରାବଣର ଶରୀରକୁ ରଖାଯାଇଥିବା କଫିନ୍ ଲମ୍ବ ୧୮ ଫୁଟ ଏବଂ ପ୍ରସ୍ଥ ୫ ଫୁଟ। ଏହା ମଧ୍ୟ କୁହାଯାଏ ଯେ ଏହି କଫିନ୍ ତଳେ ରାବଣର ଏକ ଅମୂଲ୍ୟ ଧନ ଅଛି ଯାହାକୁ ଏକ ଭୟଙ୍କର ସାପ ଏବଂ ଅନେକ ଭୟଙ୍କର ପ୍ରାଣୀ ଜଗି ରହିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1728804790.jpg)
କାହିଁକି ହେଲାନି ରାବଣର ଅନ୍ତିମ ସଂସ୍କାର:
ବିଶ୍ୱାସ କରାଯାଏ ଯେ ରାବଣକୁ ହତ୍ୟା କରିବା ପରେ ଭଗବାନ ଶ୍ରୀରାମ ତା’ର ଶବକୁ ଅନ୍ତିମ ସଂସ୍କାର ପାଇଁ ବିଭୀଷଣଙ୍କୁ ଦେଇଥିଲେ। କିନ୍ତୁ ବିଭୀଷଣ ସିଂହାସନ ସମ୍ଭାଳିବାର ବ୍ୟସ୍ତତା ଭିତରେ ସେ ରାବଣର ଅନ୍ତିମ ସଂସ୍କାର କରି ନ ଥିଲେ ଏବଂ ମୃତଦେହକୁ ସେମିତି ଛାଡିଦେଇଥିଲେ।
ଆନ୍ତର୍ଜାତୀୟ ରାମାୟଣ ଅନୁସନ୍ଧାନ କେନ୍ଦ୍ର ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ ଏହା ମଧ୍ୟ ଦାବି କରାଯାଇଛି ଯେ ରାବଣର ଅଶୋକ ବାଟିକା କେଉଁଠାରେ ଥିଲା ଏବଂ ତାଙ୍କ ପୁଷ୍ପକ ବିମାନ କେଉଁଠାରେ ଅବତରଣ କରୁଥିଲେ। ଏହା ବ୍ୟତୀତ ପ୍ରଭୁ ହନୁମାନଙ୍କ ପାଦଚିହ୍ନ ମିଳିଥିବା ମଧ୍ୟ ଦାବି କରାଯାଇଛି। କିନ୍ତୁ ଏହିସବୁ ଜିନିଷର ସତ୍ୟତା ଏପର୍ଯ୍ୟନ୍ତ ପ୍ରମାଣିତ ହୋଇ ନାହିଁ।