Advertisment

ଭକ୍ତି ଓ ଭାବରେ ବୁଡ଼ିଛି ଶ୍ରୀକ୍ଷେତ୍ର; ସିଂହଦ୍ବାରରେ ଲାଗିଲା ୩ ରଥ...

ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ୁଲେ ଚତୁର୍ଦ୍ଧାମୂର୍ତ୍ତି । ସିଂହଦ୍ବାର ସାମ୍ନାରେ ତାଳଧ୍ବଜ , ଦେବଦଳନ ଓ ନନ୍ଦିଘୋଷ । ଲକ୍ଷ୍ମୀନାରାୟଣ ଭେଟ ସାରି ପଛେ ପଛେ ପହଞ୍ଚିଲେ ନନ୍ଦିଘୋଷ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Ratha Yatra 2024

Ratha Yatra 2024

ଭକ୍ତି ଓ ଭାବରେ ବୁଡ଼ିଛି ଶ୍ରୀକ୍ଷେତ୍ର । ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ୁଲେ ଚତୁର୍ଦ୍ଧାମୂର୍ତ୍ତି । ସିଂହଦ୍ବାର ସାମ୍ନାରେ ତାଳଧ୍ବଜ , ଦେବଦଳନ ଓ ନନ୍ଦିଘୋଷ । ଲକ୍ଷ୍ମୀନାରାୟଣ ଭେଟ ସାରି ପଛେ ପଛେ ପହଞ୍ଚିଲେ ନନ୍ଦିଘୋଷ । ଲକ୍ଷ୍ମୀ-ନାରାୟଣ ଭେଟ ପାଇଁ ଶ୍ରୀନଅର ସମ୍ମୁଖରେ ଅଟକିଥିଲେ କାଳିଆ ସାଆନ୍ତ । ଶ୍ରୀନଅରରୁ ବାହାରି ମାଆ ଲକ୍ଷ୍ମୀଙ୍କୁ ରଥ ନିକଟକୁ ଆଣିଥିଲେ ଗଜପତି । ଏହାପରେ ରୀତିନୀତି ମୁତାବକ ଲକ୍ଷ୍ମୀନାରୟଣ ଭେଟ ଅନୁଷ୍ଠିତ ହୋଇଥିଲା। ଜୟ ଜଗନ୍ନାଥ ଧ୍ବନୀ ସହ ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ରର ଗଗନପବନ।

Advertisment

ସିଂହଦ୍ବାର ଅଭିମୁଖେ ଆସିବା ବାଟରେ ମାଉସୀ ମାଆ ମନ୍ଦିର ନିକଟରେ ଶ୍ରୀଜିଉଙ୍କୁ ପୋଡ଼ପିଠା ଲାଗି ହୋଇଥିଲା। ଆଉ ଦିନକ ପରେ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ରଥାରୁଢ଼ ତିନି ଦିଅଁ । ମହଣ ମହଣ ରତ୍ନ ଅଳଙ୍କାରରେ ଆଭୂଷିତ ହେବେ ଶ୍ରୀଜିଉ। ତାପରେ ଅଧରପଣା ଏବଂ ଶୁକ୍ରବାର ରହିଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ।

ଏପଟେ ଆଜି ଧାର୍ଯ୍ୟ ସମୟ ଆଗରୁ ହୋଇଥିଲା ପହଣ୍ଡି । ରଥ ଉପରେ ଅନଧିକୃତ ପ୍ରବେଶ ଉପରେ ରୋକ୍ । ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା । ଏବର୍ଷ ଗୁଣ୍ଡିଚା ଯାତ୍ରାରେ ଏକାଧିକ ବିଲକ୍ଷଣ ଓ ବିଶୃଙ୍ଖଳା ପରେ ଚେତିଛି ପ୍ରଶାସନ, ସୁଦୃଢ଼ ହୋଇଛି ବ୍ୟବସ୍ଥା । ଆଜି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରାକୁ ବିନା କୌଣସି ବିଶୃଙ୍ଖଳାରେ ସମାପନ କରିବାକୁ ଦୃଢ଼ ସଂକଳ୍ପ ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ ।

Advertisment

ଚତୁର୍ଦ୍ଧା ମୂରତିଙ୍କ ପହଣ୍ଡି ଆରମ୍ଭର ସମୟ ଥିଲା ଦିନ ୧୨ଟା। ହେଲେ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇଥିଲା ଘଣ୍ଟାଏ ୧୫ ମିନିଟ୍ ଆଗୁଆ ଅର୍ଥାତ ସକାଳ ୧୦ଟା ୪୫ରୁ। ସେହିଭଳି ବେସ୍ ସଅଳ ସଅଳ ସରିଥିଲା ଛେରାପହଁରା, ଚାରମାଳ ଫିଟା ଓ ଘୋଡ଼ାଲାଗି ଆଦି ନୀତିକାନ୍ତି। ରଥଟଣା ପାଇଁ ଅପରାହ୍ଣ ୪ଟାକୁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହାର ୩୫ ମିନିଟ ଆଗରୁ, ଅର୍ଥାତ ୩ଟା ୨୫ରୁ ଟଣା ଆରମ୍ଭ ହୋଇଥିଲା ତାଳଧ୍ୱଜ ରଥ।

ବାହୁଡ଼ା ଯାତ୍ରାକୁ ବିଶୃଙ୍ଖଳାମୁକ୍ତ କରିବାର ସବୁଠୁ ବଡ଼ ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା, ରଥ ଉପରକୁ ଅଣସେବାୟତ ଓ ଅନଧିକୃତ ବ୍ୟକ୍ତିଙ୍କୁ ଚଢାଇ ନଦେବା । ଆଜି ଦର୍ପଦଳନ ରଥରେ ସେବାୟତ ବେଶରେ ଚଢିଥିବା ଜଣେ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରି ନିଜେ ହାତ ଧରି ଓହ୍ଲାଇ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଫଳରେ ଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରାରେ ଆଉ ରଥ ଉପରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇନଥିଲା।

Ratha Jatra Puri Ratha Yatra
Advertisment
Advertisment