Advertisment

ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା: ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧା ମୂରତି

ନବଦିନାତ୍ମକ ଘୋଷଯାତ୍ରାରେ ବାହାରି ଭକ୍ତଙ୍କ ଗହଣକୁ ଆସିବାକୁ ବ୍ୟାକୁଳ ହେଲେଣି ଭଗବାନ।

author-image
Chandan Shishu
ଅଦ୍ୟତନ ହୋଇଛି
Ratha Jatra

Ratha Jatra

ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଅନ୍ତ ହେବାକୁ ଯାଉଛି ଦୁଇବର୍ଷର ପ୍ରତୀକ୍ଷା। ସିଂହଦ୍ୱାର ଆଗରେ ଶ୍ରୀଜିଉଙ୍କ ଅପେକ୍ଷାରେ ତିନିରଥ। ବଡ଼ ଦାଣ୍ଡ ଓହ୍ଲାଇ ଆସିବେ ମହାବାହୁ। ଏଥର କରୋନା କଟକଣା ହଟିଥିବାରୁ ପୁଣି ଶ୍ରୀକ୍ଷେତ୍ର ମୁହାଁ ଅଗଣିତ ଭକ୍ତ। ଆନନ୍ଦିତ ବଡ଼ଦାଣ୍ଡ। ଉଛନ୍ନ ହେଲେଣି ଭକ୍ତ। ଅପେକ୍ଷାରେ ଦିବ୍ୟ ରଥ।
ମହାମାରୀ କୋପ ଯୋଗୁଁ ଦୀର୍ଘ ଦୁଇବର୍ଷର ବ୍ୟବଧାନ ପରେ ପୁଣ୍ୟଦାଣ୍ଡରେ ପୁଣି ହେବ ଭକ୍ତ ଓ ଭଗବାନଙ୍କ ମିଳନ। ସିଂହଦ୍ୱାର ଆଗରେ ସଜେଇ ହୋଇ ଦଣ୍ଡାୟମାନ ରଥତ୍ରୟ ସତେ ଯେମିତି ଚାତକ ଭଳି ଶ୍ରୀଜିଉଙ୍କ ଆଗମନ ଅପେକ୍ଷାରେ। 

Advertisment

ତେଣେ ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଯାତ୍ରାରେ ବାହାରିବାକୁ ଚଞ୍ଚଳ ହେଲେଣି ଚତୁର୍ଦ୍ଧା ମୂରତି। ନବଦିନାତ୍ମକ ଘୋଷଯାତ୍ରାରେ ବାହାରି ଭକ୍ତଙ୍କ ଗହଣକୁ ଆସିବାକୁ ବ୍ୟାକୁଳ ହେଲେଣି ଭଗବାନ। ରଥଯାତ୍ରା ନୀତି ନିର୍ଘଣ୍ଟ ଅନୁସାରେ- ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇଛି। ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ
ଯାତ୍ରା ପାଇଁ ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ, ପ୍ରସ୍ତୁତ ଅଛନ୍ତି ଭକ୍ତ। ଭୋର ୩ଟାରେ ମଙ୍ଗଳ ଆଳତି, ସାଢେ ୩ଟାରେ ମଇଲମ ଶେଷ ହୋଇଛି। ରଥ ପ୍ରତିଷ୍ଠା ସମାପନ, ୨ଟା ୩୦ରେ ଛେରା ପହଁରା ଓ ଅପରାହ୍ନ ୪ଟାରେ ରଥଟଣା ହେବ। ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ନୀତିକାନ୍ତି ଆଗେଇ ଚାଲିଛି। 

Lord Jagannath Ratha Jatra
Advertisment
Advertisment