Advertisment

ଆଜି ଶ୍ରୀକ୍ଷେତ୍ରରେ ହେରା ପଞ୍ଚମୀ; ଗୁଣ୍ଡିଚା ମନ୍ଦିର ଯିବେ ଅଭିମାନିନୀ ମା’ ମହାଲକ୍ଷ୍ମୀ...

ନବଦିନାତ୍ମକ ଘୋଷଯାତ୍ରାରେ ସାଙ୍ଗରେ ଆଣିନଥିବାରୁ ଶ୍ରୀମନ୍ଦିରରୁ ଶ୍ରୀଦେବୀ ଆସିବେ ଗୁଣ୍ଡିଚା ମନ୍ଦିର ।  କାଳିଆ ଠାକୁରଙ୍କୁ ଫେରାଇ ନେବାକୁ ଅଭିମାନିନୀ ମାଆ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ବିଜେ କରିବେ ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Hera Panchami ritual

ଆଜି ଶ୍ରୀକ୍ଷେତ୍ରରେ ହେରା ପଞ୍ଚମୀ ନୀତି । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି। ନବଦିନାତ୍ମକ ଘୋଷଯାତ୍ରାରେ ସାଙ୍ଗରେ ଆଣିନଥିବାରୁ ଶ୍ରୀମନ୍ଦିରରୁ ଶ୍ରୀଦେବୀ ଆସିବେ ଗୁଣ୍ଡିଚା ମନ୍ଦିର ।  କାଳିଆ ଠାକୁରଙ୍କୁ ଫେରାଇ ନେବାକୁ ଅଭିମାନିନୀ ମାଆ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ବିଜେ କରିବେ । ହେଲେ ୯ ଦିନର ଯାତ୍ରା ନ ସରିବା ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀମନ୍ଦିର ଫେରିବେ ନାହିଁ ବୋଲି କହିଥାନ୍ତି। ଏଥିରେ ରାଗିଯାଇ ଫେରିଲା ବେଳେ ମହାପ୍ରଭୁଙ୍କ ରଥ ଭାଙ୍ଗି ଦେଇଯାନ୍ତି ଅଭିମାନିନୀ ଲକ୍ଷ୍ମୀ ଠାକୁରାଣୀ। ଏହି ପରମ୍ପରାକୁ ହେରାପଞ୍ଚମୀ ନୀତି 
କୁହାଯାଏ ।

Advertisment

ଅଧିକ ପଢ଼ନ୍ତୁ: Ratha Jatra 2024: ହେରା ପଞ୍ଚମୀରେ କାହିଁକି ଭଙ୍ଗାଯାଏ ନନ୍ଦିଘୋଷ ରଥ; ଜାଣନ୍ତୁ ଏହା ପଛର ରହସ୍ୟ

ସେପଟେ ଆଡ଼ପ ପହଣ୍ଡି ମହାବିଭ୍ରାଟକୁ ନେଇ ସାରା ରାଜ୍ୟରେ ଉଦବେଗ। ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁରଙ୍କୁ ପକେଇଦେଲେ ? ଆହତ ପ୍ରତିଟି ଭକ୍ତପ୍ରାଣ, ଏଭଳି ଅକ୍ଷମଣୀୟ ସ୍ଥିତି ପାଇଁ ନଇଁ ଯାଇଛି ପ୍ରତି ଓଡ଼ିଆଙ୍କ ମଥା। ଖୋଦ୍ ଗଜପତି ମହାରାଜା ବି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଥିଲା ବେଳେ ଅଘଟଣର ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। କେଉଁ ପରିସ୍ଥିତିରେ ଏତେବଡ଼ ବିଭ୍ରାଟ ହେଲା କମିଟି ତାର ତଦନ୍ତ କରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

Advertisment

ଏପଟେ ସାରା ସେବକ କୂଳକୁ ନିନ୍ଦିତ କରି ବିଶ୍ବ ଆଗରେ କୋଟି ଓଡ଼ିଆଙ୍କ ମଥାନତ କରି ଦେଇଥିବା ଆଡ଼ପ ପହଣ୍ଡି ବେଳର ଅଘଟଣକୁ ଗୁରୁତ୍ବର ସହ ନେଇଛି ଶ୍ରୀମନ୍ଦିର ପରିଚାଳନା କମଟି। ଗଜପତିଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା  ବୈଠକ ଶେଷରେ ଘଟଣା  ସମସ୍ତଙ୍କୁ ମର୍ମାହତ ଓ ଦୁଃଖିତ କରିଛି ବୋଲି କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଗଜପତି କହିଛନ୍ତି ପହଣ୍ଡି ସମୟରେ ଓ ରଥ ଉପରେ ଅଧିକ ସେବାୟତ ରହୁଛନ୍ତି। ତେବେ ଏ ଅଘଟଣରୁ ସେବାୟତମାନେ ଯାହା ଶିଖିବା କଥା ଶିଖିଛନ୍ତି। ଆଗାମୀ ଦିନରେ ଏହାର ପୁନରାବୃତ୍ତି ନହେବାକୁ ସେବାୟତ ଯତ୍ନ ନେବେ। ନୀଳାଦ୍ରି ବିଜେ ପରେ ଏନେଇ ବିସ୍ତୃତ ଭାବେ ଆଲୋଚନା ହେବ।

ସେହିପରି କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା, ତାର ତଦନ୍ତ ପାଇଁ ଜଣେ ଏଡିଏମ୍ , ଉନ୍ନୟନ ପ୍ରଶାସକ ଓ ଜଣେ ଡିଏସ୍ ପିଙ୍କୁ ନେଇ ଏକ 3 ଜଣିଆ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି। ଏଇ କମିଟି ଭିଡିଓ ଫୁଟେଜ୍  ସହ ସମସ୍ତ ଦିଗକୁ ଦେଖି ତଦନ୍ତ କରି ନୀଳାଦ୍ରିବିଜେର 10 ଦିନ ଭିତରେ ରିପୋର୍ଟ ପ୍ରଦାନ କରିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଅଧିକ ପଢ଼ନ୍ତୁ: Netra Utsav 2024: ତୁଳସୀ କାଠିରେ ଅଙ୍କାଯାଏ ନେତ୍ର ପିତୁଳା; ଜାଣନ୍ତୁ କୋଉଠୁ ଆସେ ଏହି କାଠି

Lord Jagannath Rath Yatra Ratha Jatra Hera Panchami
Advertisment
Advertisment