Advertisment

ବଡ଼ ଦାଣ୍ଡକୁ ଆସିଲାଣି କାଳିଆ, ଭକ୍ତଙ୍କୁ ଦେବ ଦର୍ଶନ; ରଥରେ ଚଢ଼ି ଯିବ ମାଉସୀ ଘର

ତୁମକୁ ଏ ଉନ୍ମୁକ୍ତ ବଡ଼ଦାଣ୍ଡରେ ଥରେ ଦେଖି, ତୁମର ସେ ବାହୁ ଯୁଗଳରେ ନିଜକୁ ହଜାଇ ଏ ପାପରୁ କ୍ଷଣିଏ ମୁକ୍ତି ଚାହୁଁ ପ୍ରଭୁ । ଆଉ ଅପେକ୍ଷା କରାଅନି ଆମକୁ  । ଶୀଘ୍ର ଚାଲିଆସ। ଆଉ ଅଝଟ ହୁଅନି ବୋଲି କୁହୁଛି ଭକ୍ତ ।

ଅଦ୍ୟତନ ହୋଇଛି
Puri Jagannath Ratha Jatra 2023

Ratha Jatra

Advertisment

ଝୁଲି ଝୁଲି ଆସୁଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । କେତେବେଳେ ଆସୁଛି, କେତେବେଳେ ଅଟକି ଯାଉଛି କାଳିଆ । ଭକ୍ତଙ୍କୁ କହୁଛି ଯେମିତି ମୋତେ ଅପେକ୍ଷା କର.. ଅପେକ୍ଷାରେ ତ ଥାଏ ଆନନ୍ଦ । ଏଣେ ଉଚ୍ଛନ୍ନ ହେଲେଣି ଭକ୍ତ। ହଟିଆ ଠାକୁରଙ୍କ ଦର୍ଶନ ପାଇଁ।  ଆଉ ଧୈର୍ଯ୍ୟ ବନ୍ଧବାଡ଼ ମାନୁନି । ସମସ୍ତଙ୍କ ମନରେ ସେଇ ଗୋଟିଏ ଭାବ। ଗୋଟିଏ ବର୍ଷ ତ ଅପେକ୍ଷା କରାଇଲ । ଆଉ କେତେ ଅପେକ୍ଷା କରାଇବ ପ୍ରଭୁ ।

Advertisment

ତୁମ ଦର୍ଶନରେ ଏ ଚର୍ମଚକ୍ଷୁ ପବିତ୍ର ହେବ । ଏ ପାପ ସଂସାରର ବୋଝ ଆଉ ସହି ହେଉନି। ତୁମକୁ ଏ ଉନ୍ମୁକ୍ତ ବଡ଼ଦାଣ୍ଡରେ ଥରେ ଦେଖି, ତୁମର ସେ ବାହୁ ଯୁଗଳରେ ନିଜକୁ ହଜାଇ ଏ ପାପରୁ କ୍ଷଣିଏ ମୁକ୍ତି ଚାହୁଁ ପ୍ରଭୁ । ଆଉ ଅପେକ୍ଷା କରାଅନି ଆମକୁ  । ଶୀଘ୍ର ଚାଲିଆସ। ଆଉ ଅଝଟ ହୁଅନି ବୋଲି କୁହୁଛି ଭକ୍ତ ।

ରଥଯାତ୍ରାର ଟିକିନିଖି ଖବର ଜାଣିବା ପାଇଁ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ

ଆଜି ସକାଳୁ ଶ୍ରୀଜିଉଙ୍କ ନୀତିକାନ୍ତି ଠିକ୍ ସମୟରେ ଆରମ୍ଭ ହୋଇ ଠିକ୍ ସମୟରେ ଶେଷ ହୋଇଥିଲା। ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି ଓ ଅବକାଶ ନୀତି ଶେଷ ହେବା ପରେ ଗୋପାଳ ବଲ୍ଲଭ ଓ ଖେଚୁଡ଼ି ଭୋଗ କରାଯାଇଥିଲା।

Advertisment

ତେବେ ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହୋଇସାରିଛି। ଅପେକ୍ଷାର ଅନ୍ତ ହୋଇଛି। ଦଇତାଙ୍କ କାନ୍ଧରେ ଶୂନ୍ୟ ପହଣ୍ଡିରେ ବଡ଼ଦାଣ୍ଡକୁ ଓହ୍ଲାଇଥିଲେ ମାଆ ଜଗତ୍‌ଜନନୀ। ସାତ ପାହାଚରେ ପହଞ୍ଚିବା ପରେ ଦେବୀଙ୍କୁ ତୁଳସୀ ଲାଗି କରାଯାଇଥିଲା। ପରେ ବାଇସି ପାହାଚ ଦେଇ ବଡ଼ଦାଣ୍ଡକୁ ବିଜେ ହୋଇଥିଲେ ଦେବୀ। ଅବକାଶ, ରୋଷହୋମ, ଦ୍ୱାରପାଳ ପୂଜା ସହ ଅନ୍ୟାନ୍ୟ ନୀତି ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ମଙ୍ଗଳାର୍ପଣ ସରି ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆସିଲେ ମାଆ। ମଙ୍ଗଳାର୍ପଣ ହେବା ପରେ ପରେ ଆରମ୍ଭ ହୋଇଥିଲା ପହଣ୍ଡି।

ଅଧିକ ପଢ଼ନ୍ତୁ: ଘଣ୍ଟ କାହାଳି ଶବ୍ଦରେ ଦୁଲୁକୁଛି ବଡ଼ ଦାଣ୍ଡ, ଜୟଜଗନ୍ନାଥ ଧ୍ୱନୀରେ କମ୍ପୁଛି ଶ୍ରୀକ୍ଷେତ୍ର

Advertisment

ପ୍ରଥମେ ସୁଦର୍ଶନ ମହାପ୍ରଭୁ ପହଣ୍ଡି ହୋଇ ରଥାରୂଢ଼ ହୋଇସାରିଲେଣି। ପରେ ଆଗରେ ଚାଲିଛନ୍ତି ଶ୍ରୀବଳଭଦ୍ର ଏହାପଛକୁ ଦେବୀ ସୁଭଦ୍ରା ବି ରଥରେ ଚଢ଼ିସାରିଲେଣି ।

Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ