• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ରୀକ୍ଷେତ୍ରରେ ଆଜି ପୁଣି ଆରମ୍ଭ ହୋଇଛି ରଥଟଣା । ଅଧା ବାଟରେ ଅଟକି ରହିଥିବା କାଳିଆର ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥଟଣା ହେଉଛି । ଦୁଇ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣିନେଉଛନ୍ତି ଶ୍ରଦ୍ଧାଳୁ । ଗତକାଲି କେବଳ ବଳଭଦ୍ରଙ୍କର ତାଳଧ୍ୱଜ ରଥ ଶରଧାବାଲିରେ ଲାଗିଥିଲା । ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ବଡ଼ଶଙ୍ଖ ଠାରେ ଅଟକି ଥିବା ବେଳେ ଆଜି ପୁଣି ଥରେ ଆରମ୍ଭ ହୋଇଛି ରଥଟଣା ।

ସେହିପରି ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମାଆ ଛକରେ ଅଟକି ରହିଥିଲା। ଆଜି ତିନି ରଥ ଶରଧାବାଲିରେ ଲାଗିବା ପରେ ଭକ୍ତମାନେ ରଥଉପରେ ହିଁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ । ଆସନ୍ତା କାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଶୁକ୍ରବାର ଦିନ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇପାରିବେ। ...

ସେପଟେ ରଥଯାତ୍ରାକୁ ନେଇ ବାରିପଦାରେ ରହିଛି ଭିନ୍ନ ପରମ୍ପରା । ଚତୁର୍ଦ୍ଧାମୁରତିଙ୍କୁ ଗତକାଲି ଗୋଟି ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା । ଆଜି ରଥ ଗଡ଼ିବ। ପ୍ରଥମେ ବଳଭଦ୍ରଙ୍କ ରଥ ଟଣା ହେବ। ପରେ ସୁଭଦ୍ରାଙ୍କ ରଥକୁ ଅଧା ବାଟ ଯାଏ ଟଣା ଯାଇ ଗୁରୁବାର ପୁଣି ଟଣାଯିବ। ଶେଷରେ ଜଗନ୍ନାଥଙ୍କ ରଥ ଟଣା ହୁଏ । ଅର୍ଥାତ ପୁରୀ ରଥଯାତ୍ରାର ପର ଦୁଇ ଦିନ ଧରି ବାରିପଦାରେ ରଥ ଟଣା ହୁଏ । ଏଠାରେ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିବାର ପରମ୍ପରା ଚାଲିଆସିଛି ।