/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651720881.jpg)
Preparation For Ratha Yatra
ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଜି ବସୁଛି ପ୍ରଥମ ସମନ୍ୱୟ ବୈଠକ । ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଏହି ବୈଠକ ଆୟୋଜନ ହେବ । କୋଭିଡ ସ୍ଥିତିକୁ ନେଇ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ କି ନାହିଁ ସେ ନେଇ ନିଷ୍ପତି ନିଆଯିବ ବୋଲି ଜଣାପଡ଼ିଛି ।
ସେହିପରି ଆଜିର ବୈଠକରେ ରଥ ନିର୍ମାଣ ସାଙ୍ଗକୁ ରଥ ସାମଗ୍ରୀ, ସାସ୍ଥ୍ୟ ଓ ପରିମଳ, ସେବା, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ମରାମତି, ବିଦ୍ୟୁତ ଯୋଗାଣ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଆଜି ଦିନ ୧୧ଟାରେ ଏହି ବୈଠକ ବସିବ । ଅନ୍ୟପଟେ ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଶୁଭ ପରେ ଆଗେଇ ଚାଲିଛି ରଥକାମ । ଗତକାଲିଠୁ ବିଦ୍ଧିବଦ୍ଧ ଭାବେ ରଥ କାମ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ତିନି ରଥ ପାଇଁ ତିନୋଟି ତୁମ୍ଭ କରାଯାଇଛି ।
ରଥଖଳାର ଚତୁପାର୍ଶକୁ ଧଳା କପଡ଼ା ଗୁଡାଯାଇ ରଥନିର୍ମାଣ କାର୍ଯ୍ୟ କରାଯାଉଛି । ପ୍ରାଥମିକ ଭାବରେ ତିନିରଥ ପାଇଁ ୪୨ ଗୋଟି ଚକର ଆବଶ୍ୟକତା ଥିବା ବେଳେ ୪୨ ଗୋଟି ତୁମ୍ବର ନିର୍ମାଣ କାର୍ଯ୍ୟ ବିଶ୍ୱକର୍ମା ମହାରଣା ଓ କରତି ସେବାୟତଙ୍କ ଦ୍ୱାରା ଜାରି ରହିଛି ।
ସୂଚନା ଅନୁସାରେ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ କରାଯାଇଥିଲା । ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟା ଠାରୁ ହିଁ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ ହୋଇଥାଏ । ଏବେ ଶ୍ରୀନଅର ନିକଟରେ ଥିବା ରଥ ଖଳାରେ ଶ୍ରୀଜିଉଙ୍କ ରଥ ନିର୍ମାଣ ଚାଲିଛି । ତେବେ ବିଶ୍ୱ ପ୍ରଶିଦ୍ଧ ରଥ ଯାତ୍ରା ପାଇଁ ରଥ ନିର୍ମାଣ କାମ ଆରମ୍ଭ ହୋଇଥିବାବେଳେ ଚଳଚଞ୍ଚଳ ହୋଇଉଠିଛି ପୁରୀ ସହର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)