/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654857408.jpg)
Nandighoha Ratha
ନନ୍ଦିଘୋଷ ରଥ ଅଖରେ ଫାଟ ! ପୁରୀ ବଡ଼ ଦାଣ୍ଡରେ ଜୋରସୋରରେ ରଥ କାମ ଚାଲିଥିବା ବେଳେ ଆସିଛି ଏମିତି ଖବର । ନନ୍ଦିଘୋଷ ରଥର ଗୋଟିଏ ଅଖରେ ଫାଟ ଥିବା ଦେଖାଯାଇଛି । ରଥର ପଛ ବ୍ରେକ୍ ଚକର ଅଖରେ ଫାଟ ରହିଛି । ତେବେ ଫାଟ ଦେଖିବା ପରେ ଅଖ ବଦଳାଇବାକୁ ବୈଷୟିକ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ପରେ ଫଟା ଅଖକୁ ବଦଳାଇବା ନୂଆ ଅଖ ଲଗାଇବା ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏନେଇ ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ବର୍ତ୍ତମାନ ଘୋଷଯାତ୍ରା ପୂର୍ବରୁ ଚଳଚଞ୍ଚଳ ରହିଛି ରଥଖଳା । ସ୍ନାନପୂର୍ଣ୍ଣିମା ପୂର୍ବରୁ ତିନି ରଥର ଉଠିଛି ଚାରି ନାହାକା । ଆଜି ହେଉଛି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି । ଆସନ୍ତାକାଲି ରୁକୁଣା ହରଣ ଏକାଦଶୀ ତିଥିରେ ହେବ ବିବାହ ଉତ୍ସବ । ତାପରେ ୧୪ ତାରୀଖରେ ଶ୍ରୀଜିଉଙ୍କର ହେବ ଦିବ୍ୟସ୍ନାନ । ଏହି ଅବସରରେ ନୀତିକାନ୍ତି କେମିତି ସୂଚାରୁରୂପେ ହେବ ସେନେଇ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସେପଟେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ କାମ ସାରିବାକୁ ଉଦ୍ୟମ ଚଳାଇଛନ୍ତି ମହାରଣା ସେବାୟତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)