Advertisment

ଗୁଜରାଟରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଲା ତିନି ରଥ

ରଥାରୁଢ ଶ୍ରୀଜିଉଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ପହଣ୍ଡି ପୂର୍ବରୁ କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଅମିତ ଶାହ ଜମଲପୁରା ସ୍ଥିତ ଜଗନ୍ନାଥ ମନ୍ଦିର ପହଞ୍ଚି ମହାପ୍ରଭୁଙ୍କ ଆରତି କରିଥିଲେ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Gujarat Ratha Jatra

Gujarat Ratha Jatra

ଗୁଜୁରାଟ ଅହମ୍ମଦାବାଦରେ ଆରମ୍ଭ ହୋଇଛି ରଥ ଟଣା। ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଛି ୩ ରଥ। ସକାଳୁ ପୂଜାର୍ଚ୍ଚନା ପରେ ପହଣ୍ଡିରେ ଆଣି ଶ୍ରୀଜିଉଙ୍କୁ ରଥାରୁଢ଼ କରାଯାଇଥିଲା। ପରେ ପରେ ଆରମ୍ଭ ହୋଇଥିଲା ରଥ ଟଣା। ଗୁଜୁରାଟ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ସମସ୍ତଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇବା ସହ ଆୟୋଜନର ଅନୁଧ୍ୟାନ କରିଥିଲେ । ରଥାରୁଢ ଶ୍ରୀଜିଉଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ପହଣ୍ଡି ପୂର୍ବରୁ କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଅମିତ ଶାହ ଜମଲପୁରା ସ୍ଥିତ ଜଗନ୍ନାଥ ମନ୍ଦିର ପହଞ୍ଚି ମହାପ୍ରଭୁଙ୍କ ଆରତି କରିଥିଲେ।

Advertisment

ସେପଟେ ରଥଯାତ୍ରା ଅବସରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀ ସ୍ଥିତ ହଜ ଖସ୍ ଜଗନ୍ନାଥ ମନ୍ଦିର ପହଞ୍ଚି ରତ୍ନବେଦୀ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସହ ତାଙ୍କ ଝିଅ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ।

Advertisment

ଅନ୍ୟପଟେ ପବିତ୍ର ଘୋଷଯାତ୍ରା ଅବସରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଟ୍ୱିଟ କରି ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରିଦେବାକୁ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ସହଯୋଗରେ ରାଜ୍ୟରେ ବିକାଶ ନନ୍ଦିଘୋଷ ଗଡୁ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ୍ କରି କହିଛନ୍ତି, ସନାତନ ସଂସ୍କୃତିର ଏକ ଅତ୍ୟନ୍ତ ପବିତ୍ର ପର୍ବ ହେଉଛି ରଥଯାତ୍ରା । ରଥଯାତ୍ରା ସମସ୍ତଙ୍କ ଜୀବନରେ ଶାନ୍ତି ଓ ବୈଭବ ଆଣୁ ବୋଲି ଶାହ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ରଥଯାତ୍ରାର ହାର୍ଦ୍ଦିକ ଶୁଭକାମନା ଜଣାଇବା ସହ ସମସ୍ତଙ୍କ ସୁଖ, ସମୃଦ୍ଧି କାମନା କରିଛନ୍ତି ।

Ratha Jatra
Advertisment
Advertisment