Advertisment

ଦେବସ୍ନାନ ପୂର୍ଣ୍ଣିମା: ଜାଣନ୍ତୁ କେଉଁଠି କରିବେ ଗାଡ଼ି ପାର୍କିଂ, କେମିତି କରିବେ ଦର୍ଶନ

ମହାପ୍ରଭୁଙ୍କ ଦୁର୍ଲଭ ହାତୀ ବେଶ ଦେଖିବାକୁ ଜନସମୁଦ୍ର ପାଲଟିଯାଇଛି ବଡ଼ଦାଣ୍ଡ । ଏ ବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବନ୍ଦୋବସ୍ତ।

ଅଦ୍ୟତନ ହୋଇଛି
Deva Snana Purnima Today

Snan Purnima

Advertisment

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ । ସଜେଇ ହୋଇଛି ସ୍ନାନବେଦୀ । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ଆରମ୍ଭ ହୋଇସାରିଛି ବ୍ୟାପକ ପ୍ରସ୍ତୁତି । ଭୋର ୫ଟାରୁ ଆରମ୍ଭ ହୋଇଛି ପହଣ୍ଡି । ପ୍ରଥମେ ଧାଡ଼ି ପହଣ୍ଡିରେ ଆସି ସ୍ନାବେଦିରେ ବିରାଜିଲେ ବଡ଼ଠାକୁର । ହଲି ଦୋହଲି ଟାହିଆ ହଲାଇ ରତ୍ନବେଦିରୁ ଆସି ସ୍ନାନବେଦିରେ ବିରାଜିଲେ ବଡ଼ଠାକୁର । ବଡ଼ଠାକୁରଙ୍କ ପଛେପଛେ ପହଣ୍ଡିରେ ଆସି ରତ୍ନବେଦିରେ ବାରିଜିଛନ୍ତି ମହାପ୍ରଭୁ ଜଗନ୍ନାଥ। ଶେଷରେ ରତ୍ନବେଦି ଚାଡ଼ି ସ୍ନାନବେଦିରେ ବିରାଜିଛନ୍ତି ଦେବୀ ସୁଭଦ୍ରା ।

Advertisment

ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ପାଇଁ ପୁରୀରେ ପ୍ରବଳ ଭିଡ଼। ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶୃଙ୍ଖଳିତ ସ୍ନାନଯାତ୍ରା ପାଇଁ ନିୟୋଜିତ ହୋଇଛନ୍ତି ୪ ଜଣ ଏସପି ରାଙ୍କର ଅଫିସର, ୨ ଜଣ ଅତରିକ୍ତ ଏସପି, ୨୨ଜଣ ଡିଏସପି, ୨୯୦ରୁ ଉର୍ଦ୍ଧ୍ବ ସବ୍‌ ଇନସପେକ୍ଟର । ସମୁଦାୟ ୬୮ ପ୍ଲାଟୁନରୁ ଉର୍ଦ୍ଧ୍ବ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । କୌଣସି ଜରୁରୀକାଳୀନ ସହାୟତା ପାଇଁ ୧୧୨ ନମ୍ବର ସହ ଯୋଗାଯୋଗ କରିବା ପାଇଁ କୁହାଯାଇଛି।

 Live Updates: Snana Purnima 2024 LIVE Updates: ଦାରୁ ଦିଅଁଙ୍କ ଦିବ୍ୟସ୍ନାନ

ମହାପ୍ରଭୁଙ୍କ ଦୁର୍ଲଭ ହାତୀ ବେଶ ଦେଖିବାକୁ ଜନସମୁଦ୍ର ପାଲଟିଯାଇଛି ବଡ଼ଦାଣ୍ଡ । ଏ ବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବନ୍ଦୋବସ୍ତ। ପହଣ୍ଡି ସମୟରେ ଠାକୁରଙ୍କୁ ସ୍ପର୍ଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଥର ମାର୍କେଟଛକଠୁ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି। ସେଠୁ ବ୍ୟାରିକେଡରେ ଭକ୍ତମାନେ ପ୍ରବେଶ କରି ସିଂହଦ୍ବାର ବାଟ ଦେଇ ସ୍ନାନବେଦୀକୁ ଦର୍ଶନ ପାଇଁ ଯିବେ। ପହଣ୍ଡି ସମୟରେ ଟିକେଟ୍ ଧାରୀ ଭକ୍ତ ଦକ୍ଷିଣ ଦ୍ବାରରେ ପ୍ରବେଶ କରିବେ। ମାର୍କେଟ ଛକରୁ ଆଗକୁ ନୋ-ଭେଇକିଲ୍ ଜୋନ୍ ଘୋଷଣା ହୋଇଛି। ପାର୍କିଂ ପାଇଁ ବି ବ୍ୟାପକ ବ୍ୟବସ୍ଥା ହୋଇଛି।

Advertisment

ସେପଟେ ସ୍ନାନ ପୂର୍ଣ୍ଣିମାରେ ପୁରୀ ଆସୁଥିଲେ କେଉଁଠି ଆପଣ ନିଜ ଗାଡ଼ି ରଖିବେ । ଆଉ ଶ୍ରୀମନ୍ଦିର ଯାଏଁ କେମିତି ପହଞ୍ଚିବେ ସେ ନେଇ ବିସ୍ତୁତ ସୂଚନା ଜାରି କରିଛି ପୁରୀ ପୋଲିସ୍ ।

-ପୁରୀର ସମସ୍ତ ଟାଉନ୍ ବସ୍/ ରିକ୍ସା ମେଡିକାଲ୍ ଛକ ଯାଏଁ ଯାଇପାରିବେ

-ଭୁବନେଶ୍ବରରୁ ଆସୁଥିବା ବାଇକ୍, ଛୋଟ ଗାଡ଼ି ହରେକୃଷ୍ଣପୁର ଛକ ଦେଇ ଶ୍ରୀ ସେତୁକୁ ଯିବେ। ଜଗନ୍ନାଥବଲ୍ଲଭ ପାର୍କିଂ ଓ ଜେଲ୍ ରୋଡ୍ ପାର୍କିଂ କରିପାରିବେ।

Advertisment

-ବ୍ରହ୍ମଗିରି ପଟୁ ଆସୁଥିବା ଗାଡ଼ି ମଙ୍ଗଳାଘାଟ ଛକ/ବ୍ଲୁଫ୍ଲାଗ୍ ବିଚ୍/ ନୀଳାଚଳ ଅଶୋକ ହୋଟେଲରେ ପାର୍କିଂ କରିବେ

ପଢନ୍ତୁ ଏହି ଖବର: Snana Purnima 2024: ଅତ୍ୟଧିକ ସ୍ନାନ ପରେ ଜରରେ ପଡନ୍ତି ଶ୍ରୀଜୀଉ; ଜାଣନ୍ତୁ କିପରି ହୁଏ ଚିକିତ୍ସା

    -କୋଣାର୍କ ପଟୁ ଆସୁଥିବା ଗାଡ଼ି ଗ୍ରୀଡ୍ ଷ୍ଟେସନ୍ ଛକ ହୋଇ ବ୍ଲୁଫ୍ଲାଗ୍ ବିଚ୍/ ନୀଳାଚଳ ଅଶୋକ ହୋଟେଲରେ ପାର୍କିଂ କରିବେ

    -ବଡ଼ଦାଣ୍ଡରେ ନାୟକ ପ୍ଲାଜାରୁ ମେଡିକାଲ୍ ଛକ ଯାଏଁ ବାଇକ୍ ପାର୍କିଂ ବ୍ୟବସ୍ଥା

    -ମନ୍ଦିର ଆଖପାଖ ଓ ଚାରିପଟେ କୌଣସି ବି ଗାଡ଼ି ପାର୍କ ହୋଇପାରିବନି

    Snana Purnima Snana Yatra Debasnana Purnima
    ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
    Here are a few more articles:
    ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ