• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସେମାନେ ଆଗାମୀ ପିଢ଼ିର ବିଶ୍ୱକର୍ମା । ହଁ, ଆମେ କହୁଛୁ । ବାପା, ଅଜାଙ୍କ ହାତ ଧରି ରଥ ନିର୍ମାଣର କଳା କୌଶଳ ଶିଖୁଥିବା କୁନି ଓ ଯୁବ ରଥଶିଳ୍ପୀଙ୍କ କଥା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ରଥଖଳାରେ ଏବେ ବିଶ୍ୱନିୟନ୍ତାଙ୍କ ତିନି ରଥଙ୍କ ନିର୍ମାଣ ଚାଲିଥିଲା ବେଳେ, ସେଠି ବଡ଼ମାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ହାତ ସଜ କରୁଛନ୍ତି ଭବିଷ୍ୟତ ପୀଢ଼ି ।

ରଥଖଳାରେ କୁନି ହାତ ଶିଖୁଛି ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣ କଳା । କୁନି ମୁଗୁର, କୁନି ନିହାଣ ଧରି ରୂପସଜ୍ଜା ଶିକ୍ଷାରେ ବ୍ୟସ୍ତ ଆଗାମୀ ଦିନର ରଥଶିଳ୍ପୀ । କେଉଁଠି ନାତି ହାତ ଧରି ଜେଜେବାପା, ତ ପୁଣି କେଉଁଠି ବାପା-ଦାଦା ସାଜିଛନ୍ତି ପୁଅ-ପୁତୁରାଙ୍କ ଶିଳ୍ପୀଗୁରୁ । ଏଇ ଯେମିତି ବଳଭଦ୍ରଙ୍କ ରୂପକାର ସେବକ ଗଣେଶ୍ୱର ମହାପାତ୍ର ୮୧ ବର୍ଷ ବୟସରେ ବି ରଥଖଳାକୁ ଆସି ନିଜେ ରଥର ରୂପ କାର୍ଯ୍ୟ କରିବା ସହ ହାତ ଧରି ଭବିଷ୍ୟତର ସେବକ ଗଢୁଛନ୍ତି । ଆଉ ଏଭଳି ଦକ୍ଷ ହାତଠୁ ରଥ ସୌନ୍ଦର୍ଯ୍ୟକଳାର ଜ୍ଞାନ ନେଉଥିବା କୁନି ସେବକମାନଙ୍କର ବି ଇଚ୍ଛା- ବାପା-ଜେଜେ ବାପାଙ୍କ ନାଁ ରଖିବେ । ସେମାନଙ୍କ ଭଳି, ସେମାନଙ୍କଠୁ ବଳି ଶିଳ୍ପୀ ହେବେ ।

ଏପଟେ ବିଶ୍ୱକର୍ମା, ଭୋଇ, ରୂପକାର ସେବକଙ୍କ ସହ କାନ୍ଧରେ କାନ୍ଧ ମିଳାଇ କମାର ସେବକ ବି ରଥର୍ନିମାଣରେ ଲାଗିଛନ୍ତି । ଏଠି ବି କୌଳିକ ବୃତ୍ତିକୁ ଆଗେଇ ନେବାକୁ ବାପା- ଜେଜେବାପାଙ୍କ ସହ ରଥକାମରେ ଲାଗିଛନ୍ତି ଯୁବ ସେବକ । ଏଇ ଯେମିତି କଷ୍ଟଆକାଉଣ୍ଟାଣ୍ଟ ପଢ଼ିବା ପରେ ଏକ ଚାର୍ଟାଡ୍ ଫାର୍ମରେ ଚାକିରି କରିଥିବା ଯଶୋବନ୍ତ ମହାରାଣା, ବାପା ଜଗନ୍ନାଥ ମହାରାଣା ବଳଭଦ୍ରଙ୍କ ରଥର କମାର ସେବକ । ତେଣୁ ଜଗନ୍ନାଥଙ୍କ କାମ ପାଇଁ ସେ ଛୁଟି ନେଇ ଆସି କାମ ଶିଖୁଛନ୍ତି । ସେମିତି ଡିପ୍ଲୋମା ଇଞ୍ଜିନିୟର ରାକେଶ ମହାରଣା ବି କମାର ସେବକ କଳାରେ ନିଜ ହାତକୁ ଶକ୍ତ ଆଉ ଦକ୍ଷ କରିବାରେ ଲାଗିଛନ୍ତି ।