• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ । ଭାଉ ଭଉଣୀଙ୍କୁ ଧରି ମାଉସୀ ମା’ ଘରେ ପହଞ୍ଚିଲେ କାଳିଆ ଠାକୁର । ଶରଧାବାଲିରେ ଲାଗିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ । ଗତକାଲି ବଡ଼ଶଙ୍ଖରେ ଅଟକିଥିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ । ଏବଂ ମାଉସୀମା ଛକରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଅଟକି ରହିଥିଲା । ତାଲଧ୍ୱଜ, ଦର୍ପଦଳନ ପରେ ଶେଷରେ ପହଞ୍ଚିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ଏବେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥ ଉପରୁ ଦର୍ଶନ ଦେଉଛନ୍ତି ତିନି ଠାକୁର ।

Rath Jatra Live Updates: ରଥଯାତ୍ରାର ଟିକିନିଖି ଖବର ଜାଣିବା ପାଇଁ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ...

ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥିଲେ । ସକାଳେ ପାରମ୍ପରିକ ରୀତିନୀତି ସମାପନ ପରେ ପହଣ୍ଡି ଆରମ୍ଭ ହୋଇଥିଲା । ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ମହାପ୍ରଭୁ ବଡ଼ ଦାଣ୍ଡରେ ସିଂହଦ୍ୱାର ସାମନାରେ ଥିବା ରଥକୁ ବିଜେ କରିଥିଲେ । ଏହାପରେ ବଡ଼ ଠାକୁର ବଳଭଦ୍ର ପହଣ୍ଡିରେ ଆସିଥିଲେ ପରେ ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା । ଶେଷରେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ବିଜେ ହୋଇଥିଲା ।

ମହାପ୍ରଭୁ ୨୨ ପାହାଚ ଅତିକ୍ରମ କରି ନନ୍ଦିଘୋଷକୁ ଆସିଥିଲେ । ପରେ ପରେ ମଦନମୋହନ ବିଜେ ଓ ଚିତାଲାଗି ସମାପନ ହୋଇଥିଲା ଚତୁର୍ଦ୍ଧା ମୂର୍ତ୍ତି ରଥାରୁଢ଼ ହେବା ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଆସି ଦର୍ଶନ କରିଥିଲେ । ପରେ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆସି ତିନି ରଥରେ ଛେରାପହଁରା କରିଥିଲେ । ମହାରାଜା ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଶେଷରେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଛେରାପହରାଁ କରିଥିଲେ ।