Advertisment

ଆହତ ପ୍ରତିଟି ଭକ୍ତପ୍ରାଣ, ମୁଣ୍ଡ ନୂଆଁଇ ଦେଲା ଆଡ଼ପ ପହଣ୍ଡି ବିଭ୍ରାଟ; ତଦନ୍ତ କରିବ ୩ ଜଣିଆ କମିଟି...

ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁରଙ୍କୁ ପକେଇଦେଲେ ? ଆହତ ପ୍ରତିଟି ଭକ୍ତପ୍ରାଣ, ଏଭଳି ଅକ୍ଷମଣୀୟ ସ୍ଥିତି ପାଇଁ ନଇଁ ଯାଇଛି ପ୍ରତି ଓଡ଼ିଆଙ୍କ ମଥା। ଖୋଦ୍ ଗଜପତି ମହାରାଜା ବି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଥିଲା ବେଳେ ଅଘଟଣର ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Adapa Mandap Bije Mishap

ଆଡ଼ପ ପହଣ୍ଡି ମହାବିଭ୍ରାଟକୁ ନେଇ ସାରା ରାଜ୍ୟରେ ଉଦବେଗ। ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁରଙ୍କୁ ପକେଇଦେଲେ ? ଆହତ ପ୍ରତିଟି ଭକ୍ତପ୍ରାଣ, ଏଭଳି ଅକ୍ଷମଣୀୟ ସ୍ଥିତି ପାଇଁ ନଇଁ ଯାଇଛି ପ୍ରତି ଓଡ଼ିଆଙ୍କ ମଥା। ଖୋଦ୍ ଗଜପତି ମହାରାଜା ବି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଥିଲା ବେଳେ ଅଘଟଣର ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। କେଉଁ ପରିସ୍ଥିତିରେ ଏତେବଡ଼ ବିଭ୍ରାଟ ହେଲା କମିଟି ତାର ତଦନ୍ତ କରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

Advertisment

ଅକ୍ଷମଣୀୟ...ଅପରିକଳ୍ପନୀୟ...କଣ ହେଇ ଗଲା ଇଏ ? କି କଥା ଦେଖୁଛି ଏ ଆଖି ? ଚାରମାଳରେ ମୁହଁମାଡ଼ି ପଡ଼ିଲେ ବଡ଼ଠାକୁର । ଆଡ଼ପ ପହଣ୍ଡି ବେଳେ ଠାକୁରଙ୍କୁ ପକେଇଦେଲେ ? ଖୋଦ୍ ଶେଷ ନାଗଙ୍କ ପହଣ୍ଡିରେ ଏତେ ଅବହେଳା ? ସେବାରେ ଏଡ଼େବଡ଼ ବିଭ୍ରାଟ ? ଯେଉଁ ଆଡ଼ପ ପହଣ୍ଡିକୁ ଦେଖିବାକୁ ଶରଧାବାଲିଠୁ ରେଇ ଟିଭି ପରଦାରେ କୋଟି କୋଟି ଆଖି ଠାକି ରହିଥିଲା । ନା ସେ ଆଖି ବିଶ୍ବାସ କରିପାରୁଥିଲା । ମାତ୍ର ୮ ସେକେଣ୍ଡର ଏ ମହାବିଭ୍ରାଟର କ୍ଷୋଭ, ରାଗ, ରୋଷ, ଦୁଃଖରେ ଭାଙ୍ଗି ଖଣ୍ଡ ଖଣ୍ଡ ହେଇଯାଉଥିଲା କୋଟି ଭକ୍ତର ହୃଦୟ । କାନ୍ଦି ଉଠୁଥିଲା ଭକ୍ତ ପ୍ରାଣ । 

ସାରା ବିଶ୍ବରେ ଜଗନ୍ନାଥସଂସ୍କୃତି ପ୍ରେମୀଙ୍କୁ ଦାରୁଣ ଦୁଃଖ ଦେଇଥିବା ଏ ଘଟଣାକୁ ନେଇ ସବୁଠି ଉଦବେଗ, ସେବକଙ୍କ ଅକ୍ଷମଣୀୟ, ବେଖିଆଲି ମନୋଭାବର ସବୁଆଡ଼େ ନିନ୍ଦା...ଛି..ଛି...। ଯାହା କେବେ ଘଟିଥିବାର ଦୃଷ୍ଟାନ୍ତ ନଥିଲା, ତାହା କେମିତି ହେଲା ? କିଏ କହୁଛନ୍ତି ପାଟଡୋର ଠିକ୍ ଭାବେ ବନ୍ଧା ହୋଇ ନଥିଲା, କିଏ କହୁଛନ୍ତି ଏଥର ଅନଭିଜ୍ଞ ସେବକଙ୍କ ପାଇଁ ଏଭଳି ସ୍ଥିତି ଉପୁଜିଲା ତ ପୁଣି କିଏ କହୁଛନ୍ତି ଇଷ୍ଟନିଷ୍ଠାରେ ଅଭାବରୁ ଏ ଅଘଟଣ। 

Advertisment

ଏପଟେ ସାରା ସେବକ କୂଳକୁ ନିନ୍ଦିତ କରି ବିଶ୍ବ ଆଗରେ କୋଟି ଓଡ଼ିଆଙ୍କ ମଥାନତ କରି ଦେଇଥିବା ଆଡ଼ପ ପହଣ୍ଡି ବେଳର ଏ ଅଘଟଣକୁ ଗୁରୁତ୍ବର ସହ ନେଇଛି ଶ୍ରୀମନ୍ଦିର ପରିଚାଳନା କମଟି। ଗଜପତିଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା  ବୈଠକ ଶେଷରେ ଏ ଘଟଣା  ସମସ୍ତଙ୍କୁ ମର୍ମାହତ ଓ ଦୁଃଖିତ କରିଛି ବୋଲି କହିଛନ୍ତି  ଗଜପତି ମହାରାଜା ଦିବ୍ୟସିଂହ ଦେବ । ଗଜପତି କହିଛନ୍ତି ପହଣ୍ଡି ସମୟରେ ଓ ରଥ ଉପରେ ଅଧିକ ସେବାୟତ ରହୁଛନ୍ତି। ତେବେ ଏ ଅଘଟଣରୁ ସେବାୟତମାନେ ଯାହା ଶିଖିବା କଥା ଶିଖିଛନ୍ତି। ଆଗାମୀ ଦିନରେ ଏହାର ପୁନରାବୃତ୍ତି ନହେବାକୁ ସେବାୟତ ଯତ୍ନ ନେବେ। ନୀଳାଦ୍ରି ବିଜେ ପରେ ଏନେଇ ବିସ୍ତୃତ ଭାବେ ଆଲୋଚନା ହେବ।

ସେହିପରି କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା, ତାର ତଦନ୍ତ ପାଇଁ ଜଣେ ଏଡିଏମ୍ , ଉନ୍ନୟନ ପ୍ରଶାସକ ଓ ଜଣେ ଡିଏସ୍ ପିଙ୍କୁ ନେଇ ଏକ 3 ଜଣିଆ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି। ଏଇ କମିଟି ଭିଡିଓ ଫୁଟେଜ୍  ସହ ସମସ୍ତ ଦିଗକୁ ଦେଖି ତଦନ୍ତ କରି ନୀଳାଦ୍ରିବିଜେର 10 ଦିନ ଭିତରେ ରିପୋର୍ଟ ପ୍ରଦାନ କରିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Ratha Yatra Ratha Jatra Adapa Mandap Bije Lord Jagannath
Advertisment
Advertisment