/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681542852.jpg)
Jungle Thakurani
ଠେଙ୍ଗା ଖଣ୍ଡିଏ ଧରିଛନ୍ତି, ସାହାସର ସହ ଶିକାରୀର ବନ୍ଧୁକ ଆଉ ହିଂସ୍ର ଜନ୍ତୁଙ୍କୁ ଖାତିର ନକରି ଜଙ୍ଗଲରେ ନିଇତି ମାଆଙ୍କୁ ଦର୍ଶନ କରିବାକୁ ଯାଆନ୍ତି । ମାଆଙ୍କ ଉପରେ ଥିବା ବିଶ୍ୱାସ ତାଙ୍କୁ ସବୁବେଳେ ବିଜୟ କରିଦେଉଛି । ଆଜିକୁ ୨୮ ବର୍ଷଧରି କୁଳଡିହାର ଘଂଚ ଅଭୟାରଣ୍ୟ ଭିତରେ କାର୍ଯ୍ୟ ତୁଲାଇ ଆସିଥିଲେ ବି କେବେବି ଅସୁବିଧାରେ ପଡିନାହଁନ୍ତି ସେ । ମାଆଙ୍କୁ ସକାଳୁ ଜୁହାର ହୋଇ ସମସ୍ତ ବନକର୍ମଚାରୀ ଘଂଚ ଜଙ୍ଗଲକୁ ଜଗିବା ସହ ପାଟ୍ରୋଲିଂରେ ବାହାରି ପଡ଼ିଥାନ୍ତି ।
କୁଳଡିହାର ଘଂଚ ଅଭୟାରଣ୍ୟ ଭିତରେ ବିରାଜମାନ ମାଆ ପାଟ ମୁଣ୍ଡେଇ । ଯାହାଙ୍କ ପାଇଁ ବର୍ଷକରେ ଦିନଟିଏ ଅଭୟାରଣ୍ୟ ଆଇନ ବି ଫିକା ପଡ଼ିଯାଏ । ବର୍ଷ ତମାମ ଅଭୟାରଣ୍ୟକୁ ପ୍ରବେଶ ପାଇଁ ବିଭାଗର ଅନୁମତି ଆବଶ୍ୟକ ପଡିଥାଏ । କିନ୍ତୁ ମାଆଙ୍କର ପୂଜା ଦିନ କୌଣସି କଟକଣା କରିନଥାଏ ବିଭାଗ । ଅଭୟାରଣ୍ୟ ଭିତରକୁ ଭୟକୁ ଆଡେଇ କିଏ ରାଜ୍ୟ ବାହାରୁ କାମ ଛାଡି ଧାଇଁ ଆସିଥାଏ, ତ ଆଉ କିଏ ମାଆଙ୍କ ପାଖରେ ପୂଜା କରିବାକୁ ଚାଲିଚାଲି ପହଞ୍ଚିଥାଏ । ଚୈତ୍ର ମାସର ଗୋଟିଏ ମଙ୍ଗଳବାର କିମ୍ବା ଶନିବାରରେ ମାଆଙ୍କ ଏହି ବଡ଼ପୂଜା ଅନୁଷ୍ଠିତ ହୁଏ ।
ଚଳିତବର୍ଷ ଟିକେ ନିଆରା ଢଙ୍ଗରେ ମାଆଙ୍କ ପୂଜା ଦେଖିବାକୁ ମିଳିଛି । ନିଜେ କୁଳଡିହା ରେଞ୍ଜର ଅନନ୍ତ କୁମାର ଜେନା ନୂଆ ଧୋତି ପିନ୍ଧି ଉପବାସ କରି ପୂଜାରେ ସଂକଳ୍ପ କରିଛନ୍ତି । ଜଙ୍ଗଲ ଓ ଜନ୍ତୁଙ୍କ ସୁରକ୍ଷା ପାଇଁ ମାଆଙ୍କ ପାଖରେ କାମନା କରୁଛନ୍ତି । ପ୍ରତିବର୍ଷ ପୂଜାରେ ସାମିଲ ହେବାକୁ ଲୋକେ ଚାହିଁରହିଥାନ୍ତି । ଯିଏ ଯୁଆଡେ ଯାଇଥିଲେ ବି ବନାଞ୍ଚଳବାସୀ ଏହି ପୂଜା ସମୟରେ ଘରକୁ ଫେରନ୍ତି । କୂଳଡିହା ଅଭୟାରଣ୍ୟରେ ଏହି ପୂଜାରେ ସାମିଲ ହେବାକୁ ଅନ୍ୟ ଡିଭିଜନର ଷ୍ଟାଫ୍ ସହ ରେଞ୍ଜରଙ୍କୁ ବି ନିମନ୍ତ୍ରଣ କରାଯାଏ ବନାଞ୍ଚଳବାସୀଙ୍କ ବିଶ୍ୱାସ ଓ ବନ ବିଭାଗର ସହଯୋଗରୁ ଏମିତି ପୂଜା ଅନୁଷ୍ଠିତ ହେଉଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ଲାଗି ରହେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)