Astrospeak
  • Live TV
  • Read In English

Ram Navami 2025: ଆଜି ପବିତ୍ର ରାମ ନବମୀ, ଉତ୍ସବମୁଖର ରାମ ନଗରୀ ଅଯୋଧ୍ୟା

ପବିତ୍ର ରାମ ନବମୀ ପୂର୍ବରୁ ରଙ୍ଗୀନ ଆଲୋକ ମାଳା ଓ ଫୁଲରେ ଝଲସିଲା ଅଯୋଧ୍ୟା ରାମ ମନ୍ଦିର । ଅଯୋଧ୍ୟାର ରାମ ଜନ୍ମଭୂମି ମନ୍ଦିର ରଙ୍ଗୀନ ଆଲୋକ ମାଳାରେ ଝଲସି ଉଠୁଛି ।

ଆଜି ପବିତ୍ର ରାମ ନବମୀ
ଆଜି ପବିତ୍ର ରାମ ନବମୀ

ଆଜି ପବିତ୍ର ରାମ ନବମୀ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି । ରାମ ନବମୀକୁ ନେଇ ସାରା ଦେଶ ଉତ୍ସବମୁଖର । ଅଧିକ ଚଳଚଞ୍ଚଳ ହୋଇପଡ଼ିଛି ରାମ ନଗରୀ ଅଯୋଧ୍ୟା । ଅଯୋଧ୍ୟା ରାମ ମନ୍ଦିରରେ ଧୁମଧାମରେ ପାଳନ ହେଉଛି ଅଦ୍ଭୁତ ଓ ଦିବ୍ୟ ଉତ୍ସବ । ସକାଳ ୯ଟା ୩୦ରୁ ଧାର୍ମିକ ଅନୁଷ୍ଠାନ ଆରମ୍ଭ ହେବ । ସାଢେ ୧୦ଟା ପର୍ଯ୍ୟନ୍ତ ପ୍ରଭୁ ଶ୍ରୀରାମଙ୍କର ଅଭିଷେକ କରାଯିବ । ୧୦ଟା ୪୦ରୁ ୧୧ଟା ୪୫ ପର୍ଯ୍ୟନ୍ତ ରାମଲାଲା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଏହା ପରେ ଲାଗି ହେବ ୫୬ ବ୍ୟଞ୍ଜନ ଭୋଗ । ଦିନ ୧୨ଟାରେ ହେବ ରାମଲାଲାଙ୍କ ଜନ୍ମୋତ୍ସବ। ଏହାପରେ ଆରତୀ ଓ ସୂର୍ଯ୍ୟତିଳକ କରାଯିବାର କାର୍ଯ୍ୟକ୍ରମ ରହିଛି । ସୂର୍ଯ୍ୟଙ୍କ କିରଣ ରାମଲାଲାଙ୍କ ମସ୍ତକକୁ ସୁଶୋଭିତ କରିବ ।

ଅଧିକ ପଢ଼ନ୍ତୁ: ଶ୍ରୀରାମ କାହିଁକି ହୋଇଗଲେ ମର୍ଯ୍ୟାଦା ପୁରୁଷୋତ୍ତମ; ଆସନ୍ତୁ ତାଙ୍କର କେତେକ ଗୁଣ ବିଷୟରେ ଜାଣିନେବା

ସେପଟେ ପବିତ୍ର ରାମ ନବମୀ ପୂର୍ବରୁ ରଙ୍ଗୀନ ଆଲୋକ ମାଳା ଓ ଫୁଲରେ ଝଲସିଲା ଅଯୋଧ୍ୟା ରାମ ମନ୍ଦିର । ଅଯୋଧ୍ୟାର ରାମ ଜନ୍ମଭୂମି ମନ୍ଦିର ରଙ୍ଗୀନ ଆଲୋକ ମାଳାରେ ଝଲସି ଉଠୁଛି । ଭଳିକି ଭଳି ଫୁଲରେ ମନ୍ଦିରକୁ ମଧ୍ୟ ସଜା ଯାଇଛି । ଡ୍ରୋନ୍ ଜରିଆରେ ସରଜୁ ନଦୀର ପବିତ୍ର ଜଳ ଆଣି ମନ୍ଦିର ଉପରେ ସିଞ୍ଚନ କରାଯାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।