Advertisment

ପହିଲି ରଜରେ ଉତ୍ସବମୁଖର ପୁରପଲ୍ଳୀ; ରଙ୍ଗ ଭରିଦେଲା ମେଘୁଆ ପାଗ

ଘରେ ଘରେ ଜମିଥିଲା କିସମ କିସମର ପିଠା, ମିଠା ଆଉ ସୁଆଦିଆ ଖାଦ୍ୟ ସମ୍ଭାରର ପର୍ବ। ପୋଡ଼ପିଠାର ବାସ୍ନାରେ ମହକି ଥିଲା ଚତୁର୍ଦ୍ଦିଗ।

author-image
Chandan Shishu
 Raja Festival

Raja Festival

ଉପକୂଳ ଓଡ଼ିଶାରେ ପାଗରେ ଆକସ୍ମିକ ପରିବର୍ତ୍ତନ ଓ ଅନୁକୂଳ ପରିବେଶ ପରେ ଆଜି ବେଶ୍ ଜମିଛି ପହିଲି ରଜ। ଗାଁଠୁ ସହର ଯାଏଁ ସବୁଠି ମହକିଛି ପୋଡ଼ ପିଠାର ବାସ୍ନା, ମନ ମୋହିଛି ରଜପାନ। ତା ସାଙ୍ଗକୁ ରଜଦୋଳିର ଆସର ଓ ନାଚ,ଗୀତ, ପୁଚି ଓ ବାଗୁଡ଼ି ଖେଳର ପ୍ରତିଯୋଗିତା ଭିତରେ ମତୁଆଲା ହୋଇଛନ୍ତି ସମସ୍ତେ।

Advertisment

ରଜ ଦୋଳିର ଆସର, ସୁଆଦିଆ ପିଠାପଣାର ସମ୍ଭାର ଆଉ ସୁବାସିତ ପାନର ମହକ। ପହିଲି ରଜରେ ଆଜି ଗାଁଠୁ ସହର ଯାଏଁ ସବୁଠି ମତୁଆଲା ପରିବେଶ। ଗତକାଲି ସଜବାଜ ପରେ ଆଜି ପହିଲି ରଜ ପାଇଁ ସକାଳୁ ସକାଳୁ ଆରମ୍ଭ ହୋଇଥିଲା ଝିଅ ବୋହୁଙ୍କ ପ୍ରସ୍ତୁତି। ନୂଆ ଡ୍ରେସ ସାଙ୍ଗକୁ ଅଳତା, କୁଙ୍କୁମ, ମେହେନ୍ଦି, ଚନ୍ଦନ ଏବଂ ଭଳିକି ଭଳି ଅନ୍ୟ ସାଜସଜା ମାମଗ୍ରୀରେ ସଜେଇ ହୋଇଥିଲେ କୁଆଁରୀ ଆଉ ନବ ବିବାହିତା।

ଘରେ ଘରେ ଜମିଥିଲା କିସମ କିସମର ପିଠା, ମିଠା ଆଉ ସୁଆଦିଆ ଖାଦ୍ୟ ସମ୍ଭାରର ପର୍ବ। ପୋଡ଼ପିଠାର ବାସ୍ନାରେ ମହକି ଥିଲା ଚତୁର୍ଦ୍ଦିଗ। ଉପକୂଳ ଓଡ଼ିଶାରେ ଆଜି ପାଗରେ ଆକସ୍ମିକ ପରିବର୍ତ୍ତନ ଆସିଥିବାରୁ ଝିଅବୋହୁଙ୍କ ଦୋଳିଖେଳ ପାଇଁ ସୁଯୋଗ ଆଣି ଦେଇଥିଲା। ତେଣୁ ଗାଁ ମୁଣ୍ଡ ବରଗଛଠୁ ସହରର ପାର୍କରୁ ଯାଏଁ ସବୁଠି ଦେଖିବାକୁ ମିଳିଥିଲା ଦୋଳିର ଆସର। ରଜଦୋଳିର ପାରମ୍ପାରିକ ଗୀତ ସାଙ୍ଗକୁ ଆଧୁନିକ ସଙ୍ଗୀତର ତାଳେତାଳେ ଝୁମିଥିଲେ ସମସ୍ତେ।

Advertisment

ରାଜଧାନୀ ଭୁବନେଶ୍ବରରେ ବାରି ହୋଇ ପଡୁଥିଲା ପହିଲି ରଜର ପ୍ରସ୍ତୁତି ଓ ସାଜସଜା। ପ୍ରତିବର୍ଷ ଭଳି ଏ ବର୍ଷ ବି ଓଟିଡିସି ପକ୍ଷରୁ ପାନ୍ଥନିବାସରେ ସର୍ବସାଧାରଣଙ୍କ ପାଇଁ ଖୋଲିଥିଲା ପିଠାପଣାର ସମ୍ଭାର।(ବାଇଟ-୩) ସେହିଭଳି ସହିଦ ନଗରସ୍ଥିତ ବନାରସ ପାନ ଦୋକାନରେ ଅସମ୍ଭବ ଭିଡ଼ ଲଗାଇଥିଲେ ପାନପ୍ରେମୀ। ୨୫ ଟଙ୍କାରୁ ଆରମ୍ଭ କରି ୧୧ ଶହ ଟଙ୍କା ଯାଏଁ ପାନ ମିଳୁଥିବା ଏ ଦୋକାନୀଙ୍କ ହାତକୁ ସକାଳୁ ସଂଧ୍ୟା ଯାଏଁ ଫୁରସତ ନଥିଲା।

ସେହିଭଳି ଖୋର୍ଦ୍ଧା ସାରୁଅର ବାରମାସୀ ଖିଲିପାନ ଦୋକାନୀଙ୍କର ଆକର୍ଷଣୀୟ ଡିଜାଇନର ପାନ ପାଇଁ ଦୂରଦୂରାନ୍ତରୁ ଆସୁଥିଲେ ଗ୍ରାହକ। (ବାଇଟ-୫) ଏପଟେ ରାଜଧାନୀର ପାତ୍ରପଡ଼ାର ମହାରାଜା କ୍ରିକେଟ ଗ୍ରାଉଣ୍ଡରେ ଲାଗିଥିବା ୧୫୦ଟି ସୁସଜ୍ଜିତ ଦୋଳି ଦିନ ତମାମ ଦୋଳି ଖେଳିିଥିଲେ ଝିଅବୋହୁ ଓ ବିଭିନ୍ନ ଅଞ୍ଚଳରୁ ଆସିଥିବା ଅତିଥି। ପହଲି ରଜରେ ଉପକୂଳ ଓଡ଼ିଶାର ସବୁ ଜିଲ୍ଲାରେ ଉତ୍ସବ ମୁଖର ପରିବେଶ ଲାଗି ରହିଥିବା ବେଳେ ଷ୍ଟିଲ ସିଟି ରାଉରକେଲା ସମେତ ଅନ୍ୟ ଅଞ୍ଚଳରେ ବି ରଜ ମହୋତ୍ସବର ଉତ୍ସାହ କିଛି କମ୍ ନଥିଲା।

ଆଜି ପହିଲି ରଜ ବେଶ୍ ଆନନ୍ଦୋଲ୍ଲାସରେ ପାଳନ ହୋଇଥିବା ବେଳେ ଆସନ୍ତାକାଲି ରଜ ସଂକ୍ରାନ୍ତି ଓ ପରଦିନ ବାସୁମତୀ ସ୍ନାନ ବା ଶେଷ ରଜ ପାଳିତ ହେବ। ଏହି ତିନି ଦିନ ରଜଦୋଳି ସାଙ୍ଗକୁ ତାସ୍, ବାଗୁଡ଼ି, ପୁଚି ଖେଳର ଆଖଡ଼ା ଜମିବ।

Raja Festival
Advertisment
Advertisment